ଓଡିଶା

odisha

By

Published : Mar 12, 2020, 2:47 PM IST

ETV Bharat / business

କୋରୋନା ଭାଙ୍ଗିଲା ଟଙ୍କାର ଅଣ୍ଟା

ଗୁରୁବାର ଡଲାର ତୁଳନାରେ ଟଙ୍କା 82 ପଇସା ହ୍ରାସ ପାଇଛି । ଫଳରେ ଟଙ୍କାର ବିନିମୟ ମୂଲ୍ୟ 74ଟଙ୍କା 50 ପଇସାରେ ପହଞ୍ଚିଛି ।

coronavirus dragged down drastically amid fears of economic slowdown
କୋରୋନା ଭାଙ୍ଗିଲା ଟଙ୍କାର ଅଣ୍ଟା

ନୂଆଦିଲ୍ଲୀ: ବିଶ୍ବରେ କୋରୋନା ଭାଇରସ ଆତଙ୍କ । ଦୋହଲିଲା ସେୟାର ବଜାର । କାରବାର ଆରମ୍ଭର କେଇ କ୍ଷଣ ମଧ୍ୟରେ ଧୋଇହୋଇଗଲା ନିବେଶକଙ୍କ 8 ଲକ୍ଷ କୋଟି ଟଙ୍କା । ଏପଟେ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ଟଙ୍କା ଅଣ୍ଟା ଦୁର୍ବଳ ହେବାରେ ଲାଗିଛି ।

ଗୁରୁବାର ଡଲାର ତୁଳନାରେ ଟଙ୍କା 82 ପଇସା ହ୍ରାସ ପାଇଛି । ଫଳରେ ଟଙ୍କାର ବିନିମୟ ମୂଲ୍ୟ 74ଟଙ୍କା 50 ପଇସାରେ ପହଞ୍ଚିଛି ।

ଗୁରୁବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କୋରୋନା ଭାଇରସ ତଥା କୋଭିଡ-19 କୁ ବିଶ୍ବ ମହାମାରୀ ଘୋଷଣା କରିବା ପରେ ସମଗ୍ର ଦୁନିଆରେ ବଜାର ବେହାଲ ହୋଇପଡିଛି । ଏହାର ପ୍ରଭାବରେ ମୁଦ୍ରା କାରବାର ମଧ୍ୟ ମଧ୍ୟ ଭାରୀ ମାତ୍ରାରେ ପ୍ରଭାବିତ ହୋଇଛି ।

ବୁଧବାର ଆମେରିକୀୟ ଡଲାର ତୁଳନାପରେ ଟଙ୍କା 73 ଟଙ୍କା 68 ପଇସାରେ ବନ୍ଦ ହୋଇଛି ।

ABOUT THE AUTHOR

...view details