ଓଡିଶା

odisha

ETV Bharat / business

ବଜାରରେ ହାହାକାର: 34 ମାସର ସର୍ବନିମ୍ନରେ ସେନସେକ୍ସ, 9 ହଜାର ତଳେ ନିଫ୍ଟି

ସେୟାର ବଜାରର ଜାରି ରହିଛି କୋରୋନା ଭାଇରସ ଝଡ । କମୁନି ଡର । ଖସୁଛି ସେୟାର ସୂଚକାଙ୍କ । ବୁଡିଲାଣି ଲକ୍ଷ ଲକ୍ଷ କୋଟି ଟଙ୍କା । ନିବେଶକ ଛାନିଆ ।

corona outbreak continues on the market sensex 34 and nifty below 36 months
ବଜାରରେ ହାହାକାର

By

Published : Mar 17, 2020, 5:13 PM IST

ମୁମ୍ବାଇ: ମଙ୍ଗଳବାର ହ୍ରାସ-ବୃଦ୍ଧି ସହ ବନ୍ଦ ହୋଇଛି ଘରୋଇ ସେୟାର ବଜାର । କାରବାର ଆରମ୍ଭରେ ସେୟାର ସୂଚକାଙ୍କ ଜବଦସ୍ତ ବୃଦ୍ଧି ହୋଇଥିଲା ବେଳେ ବଜାର ବନ୍ଦ ସୁଦ୍ଧା ସେୟାର ତଳମୁହାଁ ହୋଇଥିବା ଦେଖିବାକୁ ମିଳିଛି । ବଜାରରେ କୋରୋନା ଭାଇରସ ଆତଙ୍କ ବଢୁଥିବା ଯୋଗୁଁ ସେନସେକ୍ସ 34 ଓ ନିଫ୍ଟି 36 ମାସର ସର୍ବନିମ୍ନ ସ୍ତରକୁ ଖସିଛି ।

34 ମାସର ସର୍ବନିମ୍ନରେ ସେନସେକ୍ସ

ମଙ୍ଗଳବାର କାରବାର ଆରମ୍ଭରେ ସେନସେକ୍ସ 1500 ବଢିଥିବା ଦେଖିବାକୁ ମିଳିଥିଲା । ଏହା ପରେ ପୁଣି ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ 810.98 ପଏଣ୍ଟ ହ୍ରାସ ସହ 30,579.09 ଓ ନିଫ୍ଟି229.10 ପଏଣ୍ଟ ଖସି 8,968.30 ରେ ବନ୍ଦ ହୋଇଛି ।

ABOUT THE AUTHOR

...view details