ନୂଆଦିଲ୍ଲୀ:ପେଟ୍ରୋଲ ଓ ଡିଜେଲର ମହଙ୍ଗା ମାଡରେ ଅତିଷ୍ଠ ଲୋକଙ୍କ ଉପରେ ବଢିଲା ଗ୍ୟାସ ବୋଝ । ରବିବାର ଠାରୁ ବଢିଛି ଗ୍ୟାସ ଦର । ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ CNG ଏବଂ ପାଇପ ଦ୍ବାରା ଯୋଗାଣ ହେଉଥିବା PNG ଦର ବୃଦ୍ଧି କରିଛି । ଦିଲ୍ଲୀରେ CNG ଦର କିଲୋପିଛା ୪୪.୩୦ ଟଙ୍କା ରହିଥିଲା । ହେଲେ ଏଥିରେ ଏବେ ୯୦ ପଇସା ଅଧିକ କରାଯାଇଛି । ସେହିପରି ପିଏନଜି ଦର ଏସସିଏମ ପ୍ରତି ୧.୨୫ ପ୍ରତି ବୃଦ୍ଧି ହୋଇଛି ।
ନୂଆ ଦର ଲାଗୁ ପରେ ଜାତୀୟ ରାଜଧାନୀରେ CNG କିଲୋ ପ୍ରତି ବର୍ତ୍ତମାନ ୪୫.୨୦ ଟଙ୍କାରେ ମିଳିବ । ଅନ୍ୟପଟେ ପିଏମଜି ଦର ୨୯.୬୧ଟଙ୍କା ବଢି SCM ପିଛା ୩୦.୮୬ ଟଙ୍କା ହୋଇଯାଇଛି । ଆଜି ସକାଳରୁ ହିଁ ଦିଲ୍ଲୀରେ CNGର ଏହି ନୂଆ ଦର ଲାଗୁ ହୋଇଛି । ତେବେ ଦିଲ୍ଲୀ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଗ୍ୟାସ ପାଇଁ ଅଧିକ ମୂଲ୍ୟ ଦେବାକୁ ହେବ ।