ଓଡିଶା

odisha

ETV Bharat / business

ପୁଞ୍ଜି ବଜାରରେ ରେକର୍ଡ ବ୍ରେକ କାରବାର, ସର୍ବୋଚ୍ଚ ସ୍ତରରେ Sensex - ପୁଞ୍ଜି ବଜାରରେ ରେକର୍ଡ ବ୍ରେକ କାରବାର

ଦୈନିକ ରେକର୍ଡ ପରେ ରେକର୍ଡ କରୁଛି ସେୟାର ସୂଚକାଙ୍କ । ମଙ୍ଗଳବାର ସେନସେକ୍ସ ଓ ନିଫ୍ଟି ସର୍ବକାଳୀନ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ...

ପୁଞ୍ଜି ବଜାରରେ ରେକର୍ଡ ବ୍ରେକ କାରବାର, ସର୍ବୋଚ୍ଚ ସ୍ତରରେ ସେନସେକ୍ସ
ପୁଞ୍ଜି ବଜାରରେ ରେକର୍ଡ ବ୍ରେକ କାରବାର, ସର୍ବୋଚ୍ଚ ସ୍ତରରେ ସେନସେକ୍ସ

By

Published : Jun 15, 2021, 8:36 PM IST

ମୁମ୍ବାଇ: କୋଭିଡ ମଧ୍ୟରେ ବି ଘରୋଇ ଇକ୍ୟୁଟି ବଜାରରେ ଦେଖିବାକୁ ମିଳିଛି ତୀବ୍ର ବୃଦ୍ଧି । ଦୈନିକ ରେକର୍ଡ ପରେ ରେକର୍ଡ କରୁଛି ସେୟାର ସୂଚକାଙ୍କ । ମଙ୍ଗଳବାର ସେନସେକ୍ସ ଓ ନିଫ୍ଟି ସର୍ବକାଳୀନ ସ୍ତରରେ ପହଞ୍ଚିଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 221.52 ପଏଣ୍ଟ ବୃଦ୍ଧି ହୋଇ 52,773.05 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 57.40 ପଏଣ୍ଟ ବଢି 15,869.25 ପଏଣ୍ଟର ରେକର୍ଡ ସ୍ତର ଛୁଇଁଛି ।

ସେନସେକ୍ସରେ ସାମିଲ ସେୟାର ମଧ୍ୟରେ ପ୍ରାୟ 3 ପ୍ରତିଶତ ବୃଦ୍ଧି ସହ ସର୍ବାଧିକ ପ୍ରଫିଟ କମେଇଛି ଏସିଆନ ପେଣ୍ଟସ ସେୟାର । ଏହା ବ୍ୟତିତ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଇଣ୍ଡସଇଣ୍ଡ ବ୍ୟାଙ୍କ , ଇମ୍ଫୋସିସ ଓ ଏସଡିଏଫସି ବ୍ୟାଙ୍କରେ ବୃଦ୍ଧି ଦେଖିବାକୁ ମିଳିଛି ।

ଅନ୍ୟପଟେ ବଜାଜ ଫିନସର୍ଭ , ଡ. ରେଡ୍ଡୀଜ , ଟାଇଟନ , ସନ ଫାର୍ମା, ବଜାଜ ଫାଇନାନ୍ସ ଓ ପାୱର ଗ୍ରୀଡ ସମେତ କିଛି ଅନ୍ୟ ସେୟାର କ୍ଷତିରେ ରହିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 0.32 ପ୍ରତିଶତ ବଢିବା ସହ ବ୍ୟାରେଲ ପ୍ରତି 73.09 ଡଲାର ରହିଛି । ସେପେଟ ଆମେରକୀୟ ଡଲାର ତୁଳନାରେ ଟଙ୍କା 2 ପଇସା କମି 73.31 ରେ ବନ୍ଦ ହୋଇଛି ।

ABOUT THE AUTHOR

...view details