ଓଡିଶା

odisha

ETV Bharat / business

ଆର୍ଥିକ ବର୍ଷର ଶେଷ ଦିନରେ ହସିଲା ବଜାର, ଉଛୁଳିଲା ସେନସେକ୍ସ - ମଙ୍ଗଳବାର ବଜାର

ବଜାରରେ ଥଣ୍ଡା ପଡିଲା କୋରୋନା ଝଡ । ଅଭିବୃଦ୍ଧି ସହ ବନ୍ଦ ହୋଇଛି କାରବାର । ସେନସେକ୍ସ ଓ ନିଫ୍ଟି ଉପରମୁହାଁ ।

Closing Bell: Sensex gains 1,000 points, Nifty above 8,500
ଉଛୁଳିଲା ସେନସେକ୍ସ

By

Published : Mar 31, 2020, 5:18 PM IST

ନୂଆଦିଲ୍ଲୀ: ତୀବ୍ର ହ୍ରାସ ପରେ ହସିଛି ବଜାର । ମଙ୍ଗଳବାର ଜବରଦସ୍ତ ଅଭିବୃଦ୍ଧି ସହ ବନ୍ଦ ହୋଇଛି ଭାରତୀୟ ପୁଞ୍ଜି ବଜାର । ସବୁଜ ସଙ୍କେତରେ ସେନସେକ୍ସ ଓ ନିଫ୍ଟି ।

କୋରୋନା ଭାଇରସର ତାଣ୍ଡବରେ ହୁଲସ୍ତୁଲ ବଜାର ଆଜି ସୁଧୁରିଛି । ସେନସେକ୍ସ 1028.17 ପଏଣ୍ଟ ଉଛୁଳି 29,468.49ରେ ବନ୍ଦ ହୋଇଛି । ସେହିପରି ନିଫ୍ଟି 316.65 ପଏଣ୍ଟ ବଢି 8,597.75ରେ କାରବାର ବନ୍ଦ କରିଛି ।

ଏହା ପୂର୍ବରୁ କାରବାର ଆରମ୍ଭରେ ବିଦେଶୀ ବଜାରରେ ଦେଖାଦେଇଥିବା ମଜବୁତ ସଙ୍କେତ ଯୋଗୁଁ ଘରୋଇ ସେୟାର ବଜାରରେ ସେନସେକ୍ସ 1000 ପଏଣ୍ଟ ବଝି 29,500 ଉପରକୁ ଚଢିଥିଲା । ଯେତେବେଳେ କି ନିଫ୍ଟି 86000 ଉପରକୁ ଛୁଇଁଥିଲା ।

ABOUT THE AUTHOR

...view details