ମୁମ୍ବାଇ: ସପ୍ତାହର ପ୍ରଥମ ଦିନରେ ବଜାରରେ ଦେଖାଦେଇଛି ମାନ୍ଦାବସ୍ଥା । ନାଲି ସଙ୍କେତରେ ବନ୍ଦ ହୋଇଛି କାରବାର । ସେନସେକ୍ସ 552 ପଏଣ୍ଟ ହ୍ରାସ ହୋଇଥିବାବେଳେ ନିଫ୍ଟି 9,850ରେ ବନ୍ଦ ହୋଇଛି ।
ବଜାରରେ ପ୍ରଥମ ଦିନରୁ କ୍ଷତି, 552 ପଏଣ୍ଟ ଖସିଲା ସେନସେକ୍ସ - ସୋମବାର ବଜାର
ସୋମବାର କାରବାର ଆରମ୍ଭରୁ ତଳମୁହାଁ ସେୟାର ସୂଚକାଙ୍କ । ସେନସେକ୍ସ 552 ପଏଣ୍ଟ ହ୍ରାସ ହୋଇଥିବାବେଳେ ନିଫ୍ଟି 9,850ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ...
ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସୂଚକାଙ୍କ ସେନସେକ୍ସ 552.09 ପଏଣ୍ଟ ହ୍ରାସ ପାଇ 33,228.80ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସୂଚକାଙ୍କ ନିଫ୍ଟି 159.20 ପଏଣ୍ଟ ଖସି 9,813.70ରେ ବନ୍ଦ ହୋଇଛି ।
ଆଜି ସେନସେକ୍ସର 30 ସେୟାର ମଧ୍ୟରୁ 26 ସେୟାର ହ୍ରାସ ପାଇଥିଲାବେଳେ କେବଳ 4 ସେୟାର ମଜବୁତ ସହ ବନ୍ଦ ହୋଇଛି । ଏହି 4 ସେୟାର ମଧ୍ୟରେ ରିଲାଏନ୍ସ, ଏଚସିଏଲ ଟେକ, ସନ ଫାର୍ମା, ଓଏନଜିସି ରହିଛି । ସେହିପରି କାରବାର ବନ୍ଦ ହେବା ପର୍ଯ୍ୟନ୍ତ ନିଫ୍ଟିର ପ୍ରାୟ 50 ସେୟାର ମଧ୍ୟରୁ 42 ସେୟାର ଖସିଛି । ଯେତେବେଳେ କି କେବଳ 8 ସେୟାର ଦାମରେ ଅଭିବୃଦ୍ଧି ସ୍ଥିର ରହିଥିବା ଦେଖିବାକୁ ମିଳିଛି ।