ହାଇଦ୍ରାବାଦ: ଦରଦାମ ସାଧାରଣତଃ ପାଣିପାଗ ସହ ଜଡିତ । ଶସ୍ୟକୁ ସୁହାଇଲା ଭଳି ଯଦି ଜଳବାୟୁ ନ ରୁହେ ତେବେ ଉତ୍ପାଦନ ହ୍ରାସ ପାଇବ । ଋତୁ ପରିବର୍ତ୍ତନ ଓ ଜଳ ସଙ୍କଟ ଯୋଗୁଁ ଉତ୍ପାଦନ କମୁଛି । ଏପଟେ ହୁ ହୁ ବଢୁଥିବା ଜନସଂଖ୍ୟାର ଅଭାବ ମେଣ୍ଟୁନି । ଫଳରେ ଚାହିଦା ଅନୁଯାୟୀ ଯୋଗାଣ ହେଉନଥିବାରୁ ମୁଦ୍ରୀସ୍ପୀତି ହାର ଉଛୁଳି ଚାଲିଛି । ବିଶ୍ବର ପ୍ରମୁଖ ବୈଜ୍ଞାନିକଙ୍କୁ ନେଇ ଗଠିତ ମିଳିତ କମିଟି ଜାତିସଂଘ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ଋତୁ ପରିବର୍ତ୍ତନର ପ୍ରଭାବକୁ ନେଇ ୟୁଏନ ଏନେଇ 193ଟି ଦେଶକୁ ରିପୋର୍ଟ ପଠାଇଛି ।
ମିଳିତ ଜାତିସଂଘର ରିପୋର୍ଟ: ଉତ୍ପାଦନ କମିବ, ଦରଦାମ ବଢିବ - price
ଦରଦାମ ସହ ଜଡିତ ଥାଏ ଜଳବାୟୁ । 2050 ସୁ୍ଦ୍ଧା ଶସ୍ୟ ପ୍ରାୟ 29 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ମିଳିତ ଜାତିସଂଘ ପକ୍ଷରୁ ଆଶଙ୍କା କରାଯାଇଛି ।
ପ୍ରତିକାତ୍ମକ ଫଟୋ
ରିପୋର୍ଟ ଅନୁଯାୟୀ, ବିଶ୍ବ ତାପମାତ୍ରା 2°ଡିଗ୍ରୀ ସେଲସିୟସ ବଢିଲେ ଜଳ ସଙ୍କଟ ଓ ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରାୟ 52 କୋଟି ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି ।
ଋତୁ ବଦଳିଲେ ଭୁଗୋଳ ପରିବର୍ତ୍ତିତ ହେବ । ଜମିର ମାନ ଦୁର୍ବଳ ହେବ । ଫଳରେ ଶସ୍ୟର ପରିମାଣ ହ୍ରାସ ପାଇବା ସହ ଅର୍ଥନୀତି ରୁଗଣ ହେବ । ଏପରି ଭାବେ ତାପମାତ୍ରା ବଢିଲେ ଦେଶର ମୋଟ ଘରୋଇ ଉତ୍ପାଦ ପାଇବା ନେଇ ରିପୋର୍ଟରେ କୁହାଯାଇଛି ।