ଓଡିଶା

odisha

ETV Bharat / business

ଭାରତରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡ ବଜାର ଅଂଶଧନ ହ୍ରାସ

ରିପୋର୍ଟ ଅନୁସାରେ ଏପ୍ରିଲ-ଜୁନ ତ୍ରୟମାସରେ ଦେଶରେ ସ୍ମାର୍ଟଫୋନ ବିକ୍ରି ବାର୍ଷିକ 51 ପ୍ରତିଶତ ହ୍ରାସ ପାଇ 1.8 କୋଟି ୟୁନିଟରୁ ସାମାନ୍ୟ ଅଧିକ ରହିଛି । ଅଧିକ ପଢନ୍ତୁ..

By

Published : Jul 25, 2020, 9:59 PM IST

ଭାରତରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡ ବଜାର ଅଂଶଧନ ହ୍ରାସ
ଭାରତରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡ ବଜାର ଅଂଶଧନ ହ୍ରାସ

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡର ସେୟାର ବା ଅଂଶଧନ ଏପ୍ରିଲ-ଜୁନ ତ୍ରୟମାସରେ 72 ପ୍ରତିଶତକୁ ହ୍ରାସ ପାଇଛି । ଯାହାକି ପୂର୍ବ ତ୍ରୟମାସରେ 81 ପ୍ରତିଶତ ଥିଲା । ଏହାର ମୁଖ୍ୟ କାରଣ ହେଉଛି ଦେଶରେ ଚୀନ ବିରୋଧୀ ଭାବନା ବୃଦ୍ଧି ଏବଂ କୋଭିଡ -19 କାରଣରୁ ଯୋଗାଣ ପ୍ରତିବନ୍ଧକ ।

ଅନୁସନ୍ଧାନକାରୀ କମ୍ପାନୀ କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଓପୋ, ଭିଭୋ ଏବଂ ରିୟଲମି ଭଳି ଚୀନ ବ୍ରାଣ୍ଡ ଦେଶରେ ସ୍ମାର୍ଟଫୋନ ବଜାରରେ ଦବଦବା ରହିଛି । କିନ୍ତୁ ଏପ୍ରିଲ-ଜୁନ ତ୍ରୟମାସରେ ସେମାନଙ୍କର ବଜାର ଅଂଶ ହ୍ରାସ ପାଇଛି ।

ଶୁକ୍ରବାର ଜାରି ରିପୋର୍ଟ ଅନୁସାରେ ଏପ୍ରିଲ-ଜୁନ ତ୍ରୟମାସରେ ଦେଶରେ ସ୍ମାର୍ଟଫୋନ ବିକ୍ରି ବାର୍ଷିକ 51 ପ୍ରତିଶତ ହ୍ରାସ ପାଇ 1.8 କୋଟି ୟୁନିଟରୁ ସାମାନ୍ୟ ଅଧିକ ରହିଛି । ଏପ୍ରିଲ ଏବଂ ମେ ମାସରେ ଲକଡାଉନ ଜାରି ରହିଥିବାରୁ ଏଭଳି ହ୍ରାସ ଦେଖାଦେଇଛି ।

କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଆନାଲିଷ୍ଟ ଶିଳ୍ପୀ ଜୈନ କହିଛନ୍ତି କି, 2020 ଏପ୍ରିଲ-ଜୁନ ମାସରେ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡ ଅଂଶଧନ ହ୍ରାସ ପାଇ 72 ପ୍ରତିଶତ ରହିଛି । ଯେତେବେଳେ କି 2020 ଜାନୁଆରୀ-ମାର୍ଚ୍ଚ ମାସରେ ଏହା 81 ପ୍ରତିଶତ ଥିଲା ।

ସେ କହିଛନ୍ତି କି, ଓପୋ , ଭିଭୋ ଓ ରିୟଲମି ଭଳି ପ୍ରମୁଖ ଚୀନ ସ୍ମାର୍ଟଫୋନ ବ୍ରାଣ୍ଡ ଯୋଗାଣ ପ୍ରଭାବିତ ଏହାର କାରଣ। ଏଥିସହ ଦେଶରେ ଚୀନ ବିରୋଧୀ ନିଆଁ ତେଜିବା ସହ 59 ଚୀନ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସତର୍କତା ଦୃଷ୍ଟିରୁ ଆମଦାନୀ ସାମଗ୍ରୀର ଯାଞ୍ଚ ସୀମାରେ କଡାକଡି ହେଉଛି ।

ABOUT THE AUTHOR

...view details