ନୂଆଦିଲ୍ଲୀ: ନିବେଶକଙ୍କ ମଧ୍ୟରେ ଦ୍ରୁତବେଗର ଆସ୍ଥା ଜମାଉଥିବା କ୍ରିପ୍ଟୋକରେନ୍ସି ମୂଲ୍ୟରେ ବଡ ହ୍ରାସ । ଆମେରିକୀୟ ଫେଡେରାଲ ରିଜର୍ଭ ବୈଠକ(US Federal Reserve meeting ) ପରେ ଲୋକପ୍ରିୟ କ୍ରିପ୍ଟୋ ବିଟକଏନ(Bitcoin) ଶୁକ୍ରବାର ଦିନ ତିନି ମାସ ପରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଏହାର କାରଣ, ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି ହେବାର ସମ୍ଭାବନା ଘନୀଭୂତ ହୋଇଛି । ଏଥିସହ ଫେଡେରାଲ ରିଜର୍ଭ ବଜାର ପାଇଁ ଅଧିକ ଆକ୍ରମଣାତ୍ମକ ନୀତି ଆପଣାଇପାରେ ବୋଲି ଆଶଙ୍କା କରାଯାଉଛି । ଯେଉଁ କାରଣରୁ ବିଟକଏନ ମୂଲ୍ୟ ହ୍ରାସ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ।
ଗତକାଲି(ଶୁକ୍ରବାର) ବିଟ୍କଏନ ମୂଲ୍ୟରେ ୫ ପ୍ରତିଶତ ହ୍ରାସ ଆସିଛି । ଏବେ ଏହାର ମୂଲ୍ୟ ୪୧ ହଜାର ଡଲାର ତଳେ ରହିଛି । ଗତକାଲି ଏହି କ୍ରିପ୍ଟୋ 42,086 ଡଲାରରେ କାରବାର କରିଥିଲା ଏବଂ ୨୪ ଘଣ୍ଟା ମଧ୍ୟରେ ଏହା 2.1% ତଳକୁ ଖସି 41 ହଜାର ଡଲାରରେ ପହଞ୍ଚିଥିଲା । ୨୯ ନଭେମ୍ବର ପରେ ଶୁକ୍ରବାର ଦିନ ବିଟକଏନ ମୂଲ୍ୟ ସବୁଠୁ ନିମ୍ନସ୍ତରରେ ରହିଛି । ନଭେମ୍ବରରେ ଏହା ୬୯ ହଜାର ଡଲାରର ରେକର୍ଡ ଛୁଇଁଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ବିଟକଏନ ମୂଲ୍ୟରେ 40% ହ୍ରାସ ଆସିଛି ।