ନୂଆଦିଲ୍ଲୀ: ଇନ୍ଧନ ଓ ବିଦ୍ୟୁତ ଦାମ କମିଥିବା ଯୋଗୁଁ ମେ ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତିରେ 3.21 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଖାଦ୍ୟ ସାମଗ୍ରୀ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି ।
ସୋମବାର ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାର କରି ମୁଦ୍ରାସ୍ପୀତି ରିପୋର୍ଟ ପ୍ରକାଶ ପାଇଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି କି ମେ ମାସରେ WPIରେ ବାର୍ଷିକ ଆଧାରରେ 3.21 ପ୍ରତିଶତ ହ୍ରାସ ହୋଇଛି । ଗତ ବର୍ଷ ଅର୍ଥାତ 2019 ମେ ମାସରେ ଏହା 2.79 ପ୍ରତିଶତ ଥିଲା ।