ଓଡିଶା

odisha

ETV Bharat / business

ବଢିଲା ଏୟାରଟେଲର ସର୍ବନିମ୍ନ ରିଚାର୍ଜ, 49 ନୁହେଁ 79ରେ ମିଳିବ କଲ୍ ସେବା - ବଢିଲା ଏୟାଟେଲ ରିଚାର୍ଜ

ମହଙ୍ଗା ହେଲା ଏୟାରଟେଲର ସର୍ବନିମ୍ନ ପ୍ରିପେଡ ପ୍ଲାନ । ଏଣିକି 49 ଟଙ୍କାରେ ନୁହେଁ, 79 ଟଙ୍କାରେ ମିଳିବ ସର୍ବନିମ୍ନ ରିଚାର୍ଜ । ଗୁରୁବାର ଠାରୁ ଲାଗୁ ହେବ ଏହି ନୂଆ ରିଚାର୍ଜ ଦର । ଅଧିକ ପଢନ୍ତୁ...

ବଢିଲା ଏୟାରଟେଲର ସର୍ବନିମ୍ନ ରିଚାର୍ଜ, 49 ନୁହେଁ 79 ମିଳିବ କଲ୍ ସେବା
ବଢିଲା ଏୟାରଟେଲର ସର୍ବନିମ୍ନ ରିଚାର୍ଜ, 49 ନୁହେଁ 79 ମିଳିବ କଲ୍ ସେବା

By

Published : Jul 28, 2021, 9:03 PM IST

ନୂଆଦିଲ୍ଲୀ: ବନ୍ଦ ହେଲା ଏୟାରଟେଲର 49 ଟଙ୍କିଆ ପ୍ରିପେଡ ପ୍ଲାନ । ବୁଧବାର ଏୟାରଟେଲ ନିଜର ପ୍ରିପେଡ ପ୍ଲାନରେ ସଂଶୋଧନ ନେଇ ଘୋଷଣା କରିଛି । ଏହି ସଂଶୋଧନ ସହ ଏୟାରଟେଲର ସର୍ବନିମ୍ନ ରିଚାର୍ଜ ଦର 60 ପ୍ରତିଶତ ବଢିଛି । ପୂର୍ବରୁ ଏୟାରଟେଲ ଉପଭୋକ୍ତାମାନେ ସର୍ବନିମ୍ନ ରିଚାର୍ଜ 49 ଟଙ୍କା କରୁଥିଲେ । ଏହା ବର୍ତ୍ତମାନ ବୃଦ୍ଧି ପାଇ 79 ଟଙ୍କା ହୋଇଛି । ଅର୍ଥାତ୍ ଉପଭୋକ୍ତାଙ୍କୁ 49 ଟଙ୍କା ପରିବର୍ତ୍ତେ 79 ଟଙ୍କା ରିଚାର୍ଜ କରିବାକୁ ହେବ । ଏହି ନୂଆ ସର୍ବନିମ୍ନ ଦର ଜୁଲାଇ 29 ତାରିଖରୁ ଅର୍ଥାତ୍ ଆସନ୍ତାକାଲିଠୁ ଲାଗୁ ହେବ । ଏକ ବିବୃତ୍ତି ଜରିଆରେ ଏୟାରଟେଲ ଏହି ସୂଚନା ଦେଇଛି ।

ଏୟାରଟେଲ ଟେଲିକମ କମ୍ପାନୀ ନିଜ ଉପଭୋକ୍ତାଙ୍କୁ ଉନ୍ନତ ଓ ଦୀର୍ଘକାଳୀନ କନେକ୍ଟିଭିଟି ସେବା ପ୍ରଦାନ କରିବା ପାଇଁ ଏହି ପରିବର୍ତ୍ତନ କରିଛି । ଏୟାରଟେଲ ଉପଭୋକ୍ତା ନୂଆ ସର୍ବନିମ୍ନ ରିଚାର୍ଜ ଦର ସହ ଏଣିକି ନିଜ ଆକାଉଣ୍ଟ ବାଲାନ୍ସ ବିଷୟରେ ଚିନ୍ତା ନ କରି ଅଧିକ ସମୟ ପର୍ଯ୍ୟନ୍ତ କଲରେ କନେକ୍ଟ ରହିପାରିବେ ବୋଲି କମ୍ପାନୀ କହିଛି । ଜୁଲାଇ 29 ତାରିଖ ବା ଗୁରୁବାର ଠାରୁ ଏହି ନୂଆ ଦର ଲାଗୁ ହେବ । ଉପଭୋକ୍ତାଙ୍କ 79 ଟଙ୍କା ରିଚାର୍ଜରେ 64 ଟକଟାଇମ, 200MB ଡାଟା ପାଇବେ । ଏହାର ବୈଧତା 28 ଦିନ ପାଇଁ ରହିବ ।

ଏହି ସଂଶୋଧନ ଗୁରୁତ୍ବପୂର୍ଣ୍ଣ କାରଣ ଟେଲିକମ ଅପରେଟରମାନେ ପ୍ରତି ୟୁଜର୍ସଙ୍କ(ଉପଭୋକ୍ତା) ପିଛା ନିଜର ହାରାହାରି ଆୟ ବୃଦ୍ଧି କରିବା ଉପରେ ଫୋକସ କରୁଛନ୍ତି । ଗତ ସପ୍ତାହରେ ଏୟାରଟେଲ ନିଜର ପୋଷ୍ଟପେଡ ପ୍ଲାନକୁ ଅପଗ୍ରେଡ କରିଥିବାବେଳେ ସପ୍ତାହ ଆରମ୍ଭରେ ଭୋଡାଫୋନ ଆଇଡିଆ, ଭିଆଇ ବିଜିନେସ କର୍ପୋରେଟ ଗ୍ରାହକଙ୍କ ପାଇଁ ନୂଆ ପୋଷ୍ଟପେଡ ପ୍ଲାନ ଘୋଷଣା କରିଛି । ଏଥିରେ ସେମାନେ ଅନେକ ସୁବିଧା ପାଇପାରିବେ ବୋଲି କମ୍ପାନୀ କହିଛି ।

@PTI

ABOUT THE AUTHOR

...view details