ଓଡିଶା

odisha

ETV Bharat / business

ସେବା ନାଁରେ ଗ୍ରାହକଙ୍କଠୁ 200 କୋଟି ଲୁଟିଛି ବ୍ୟାଙ୍କ

ଅନଲାଇନ ପେମେଣ୍ଟରେ ଅତିରିକ୍ତ ଚାର୍ଜ ବାବଦକୁ ବ୍ୟାଙ୍କ ଗୁଡିକ ଗୋଟିଏ ବର୍ଷରେ ଗ୍ରାହକଙ୍କ ଠାରୁ ପ୍ରାୟ 200 କୋଟି ଟଙ୍କା ଆଦାୟ କରିଛନ୍ତି ।

By

Published : Mar 4, 2019, 7:42 PM IST

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଦେଶର ଆର୍ଥିକ ଭଣ୍ଡାର ସତର୍କବାଣୀକୁ ନାହିଁ ବ୍ୟାଙ୍କର ଖାତିରି । ଡିଜିଟାଲ ପେମେଣ୍ଟ ପ୍ରକ୍ରିୟାରୁ ଦୂରେଇ ରହିବାକୁ ଆରବିଆଇ ସ୍ପଷ୍ଟ କରିଥିଲେ ସୁଦ୍ଧା ଶୁଣୁନାହିଁ ବ୍ୟାଙ୍କ । ଏହା ବ୍ୟତୀତ ବ୍ୟାଙ୍କ ଗୁଡିକ ଅନଲାଇନ ପେମେଣ୍ଟରେ ବିଭିନ୍ନ ଚାର୍ଜ ନାଁରେ ଗ୍ରାହକଙ୍କ ଠୁ ଟଙ୍କା ଲୁଟି ଚାଲିଛନ୍ତି ।

ଅନଲାଇନ ପେମେଣ୍ଟରେ ଅତିରିକ୍ତ ଚାର୍ଜ ବାବଦକୁ ବ୍ୟାଙ୍କ ଗୁଡିକ ଗୋଟିଏ ବର୍ଷରେ ଗ୍ରାହକଙ୍କ ଠାରୁ ପ୍ରାୟ 200 କୋଟି ଟଙ୍କା ଆଦାୟ କରିଛନ୍ତି । ଡିଜିଟାଲ ପେମେଣ୍ଟ ଉପରେ ଅଧ୍ୟୟନ କରୁଥିବା ଆଇଆଇଟି ବମ୍ବେରେ ଗଣିତ ବିଭାଗର ଆଶୀଷ ଦାସ ଏ ନେଇ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି କି ସରଚାର୍ଜ(ଅତିରିକ୍ତ କର ) ଓ ସର୍ଭିସ ଚାର୍ଜ( ସେବା କର) ଭିନ୍ନ ଭିନ୍ନ ।


ଦିଲ୍ଲୀରେ ୟୁପିଆଇ ଜରିଆରେ ବିଦ୍ୟୁତ ବିଲ ପୈଠ କରିବା ସମୟରେ ବିଲ ରାଶିର 1 ପ୍ରତିଶତ କିମ୍ବା ତା ଠାରୁ ଉର୍ଦ୍ଧ୍ବ ଟଙ୍କା ଚାର୍ଜ ଦେବାକୁ ପଡିଥାଏ । ସେହିପରି ସିନେମା ଟିକେଟ ବୁକ, ଟ୍ରେନ ଟିକେଟ କିଣିବା ସମୟରେ ମଧ୍ୟ ଏପରି ଚାର୍ଜ ଆଦାୟ କରାଯାଏ ।

ଗ୍ରାହକଙ୍କ ଠାରୁ ଅତିରିକ୍ତ ଟିକସ ନେବା ବେଆଇନ । ଏଥିଯୋଗୁଁ ଆରବିଆଇ 2017 ଡିସେମ୍ବର 27ରେ ଆରବିଆଇ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ଯେ, ମଚେଟ୍ସ ଡେବିଡ କାର୍ଡରେ ପେମେଣ୍ଟ କରୁଥିବା ଗ୍ରାହକଙ୍କଠୁ ଏମଡିଆର(ମଞ୍ଚେଟ ଡିସକାଉଣ୍ଟ ରେଟ) ଆଦାୟ କରାଯିବ ନାହିଁ । ଏହି ନିର୍ଦ୍ଦେଶକୁ ୟୁପିଆଇ ପେମେଣ୍ଟ ପାଇଁ ମଧ୍ୟ ଜାରି କରିଛନ୍ତି ।

ABOUT THE AUTHOR

...view details