ଓଡିଶା

odisha

ETV Bharat / business

ଭାରତର ଭି-ଆକାର ସୁଧାରରେ ଆଶ୍ଚର୍ଯ୍ୟ ଦୁନିଆ: ଶାହ - Indian economy s V-shaped recovery

କୋଭିଡ-19 ବିରୋଧରେ ଟୀକାକରଣ ଅଭିଯାନ ଠିକ ଭାବେ ଚାଲିଛି । ଆଉ ଏହି ଟିକା ଅଭିଯାନ ସଫଳ ହେବା ପରେ ମହାମାରୀ ଉପରେ ଭାରତ ବିଜୟ ହାସଲ କରିବ ବୋଲି ଆଶାବାଦୀ ଶାହ । ଅଧିକ ପଢନ୍ତୁ...

ଭାରତର ଭି-ଆକାର ସୁଧାରରେ ଆଶ୍ଚର୍ଯ୍ୟ ଦୁନିଆ: ଶାହ
ଭାରତର ଭି-ଆକାର ସୁଧାରରେ ଆଶ୍ଚର୍ଯ୍ୟ ଦୁନିଆ: ଶାହ

By

Published : Jan 21, 2021, 5:17 PM IST

ଅହମ୍ମଦବାଦ: ଭାରତୀୟ ଅର୍ଥବ୍ୟବସ୍ଥା ଭି-ଆକାର ସୁଧାର ରେକର୍ଡ କରିଛି । ଯାହାକୁ ନେଇ ସମଗ୍ର ଦୁନିଆ ଆଶ୍ଚର୍ଯ୍ୟ-ଚକିତ । ଭି-ଆକାର ସୁଧାରର ଉଦ୍ଦେଶ୍ୟ ଅର୍ଥବ୍ଯବସ୍ଥାରେ ଦ୍ରୁତ ହ୍ରାସ ପରେ ତୀବ୍ର ସୁଧାର । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଏନେଇ ଗୁରୁବାର କହିଛନ୍ତି ।

କୋଭିଡ-19 ବିରୋଧରେ ଟୀକାକରଣ ଅଭିଯାନ ଠିକ ଭାବେ ଚାଲିଛି । ଆଉ ଏହି ଟିକା ଅଭିଯାନ ସଫଳ ହେବା ପରେ ମହାମାରୀ ଉପରେ ଭାରତ ବିଜୟ ହାସଲ କରିବ ବୋଲି ଆଶାବାଦୀ ଶାହ । ସେ ଆହୁରି ମଧ୍ୟ ଜଣାଇଛନ୍ତି କି, ‘କୋରୋନା ଭାଇରସ ମହାମାରୀ ଦ୍ବାରା ଦୁନିଆର ସମସ୍ତ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । କିନ୍ତୁ ଦୁନିଆ ଭାରତୀୟ ଅର୍ଥବ୍ୟବସ୍ଥାର ଭିଆକାର ସୁଧାର ନେଇ ଚକିତ ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଏପ୍ରିଲ-ଜୁନ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ 23.9 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟ ତ୍ରୟମାସରେ ଏହା ସୁଧୁରି 7.5 ପ୍ରତିଶତ ରହିଛି ।

ଡିସେମ୍ବର ତ୍ରୟମାସରେ ପାର୍ବଣ ସିଜନ ଯୋଗୁଁ ଚାହିଦାର ସ୍ଥିତିରେ ସୁଧାର ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦି ସରକାର ଗତ 6 ବର୍ଷରେ ଯେଉଁ ଭିତ୍ତିଭୂମି ସଂରଞ୍ଚନା ବିକାଶ କରିଛି । ଏହା ପୂର୍ବବର୍ତ୍ତୀ ସରକାର 20 ବର୍ଷ ମଧ୍ୟରେ ବି ଏଭଳି କରିପାରି ନାହିଁ ବୋଲି ଶାହ ଜଣାଇଛନ୍ତି ।

ଗୃହମନ୍ତ୍ରୀ ଭିତ୍ତିଭୂମି ବିକାଶକୁ ନେଇ ମେଟ୍ରୋ ଲାଇନ, ବୁଲେଟ ଟ୍ରେନ ଓ ଅନ୍ୟ ପରିଯୋଜନାର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି କି ମୋଦି ଦେଶ ପାଇଁ ବହୁତ ପରିଶ୍ରମ କରୁଛନ୍ତି । ସେ ସହରୀ କ୍ଷେତ୍ର ହେଉ କି ଗ୍ରାମାଞ୍ଚଳ , ସବୁର ବିକାଶ ପାଇଁ ସେ ପ୍ରତିଶୃତିବଦ୍ଧ ।

ABOUT THE AUTHOR

...view details