ନୂଆଦିଲ୍ଲୀ: ଆଗାମୀ 15 ମାସ ମଧ୍ୟରେ ବିଶ୍ବ ବ୍ୟାଙ୍କ କୋରୋନା ମହାମାରୀ ମୁକାବିଲା ପାଇଁ ଭାରତକୁ ଜରୁରୀକାଳୀନ ସହାୟତା 160 ବିଲିୟନ ଡଲାର ଦେବାକୁ ଯୋଜନା ରଖିଛି। ତେବେ ଏହା ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜରୁରୀକାଳୀନ ପାଣ୍ଠି 1 ବିଲିୟନ ଆମେରିକୀୟ ଡଲାର ଦେବାକୁ ଅନୁମୋଦନ କରିସାରିଛି।
ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ୱାଶିଂଟନ୍ ଭିତ୍ତିକ ବିକାଶ ପ୍ରଦାନକାରୀ ବୋର୍ଡ ଫାଷ୍ଟ-ଟ୍ରାକ୍ ସଙ୍କଟ ପାଣ୍ଠିର ପ୍ରଥମ ପର୍ଯ୍ୟାୟରେ 25 ଟି ଦେଶରେ 1.9 ବିଲିୟନ ଡ଼ଲାର୍ ପ୍ରୋଜେକ୍ଟ ଯାଉଛି । ଏହାସହ ଆଗାମୀ ଦିନରେ ଅନ୍ୟ 40 ଟି ଦେଶରେ କାର୍ଯ୍ୟ କରାଯିବାକୁ ଯୋଜନା ରଖାଯାଇଛି।