ଓଡିଶା

odisha

ETV Bharat / business

ଜି-20 ଅର୍ଥମନ୍ତ୍ରୀ ଭର୍ଚୁଆଲ ବୈଠକ, ଯୋଗ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଜି-20 ଅର୍ଥମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକରେ ଯୋଗ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୋରୋନା ମହାମାରୀ ପରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ଆର୍ଥିକ ସଂକଟକୁ ନେଇ ଏଥିରେ ଆଲୋଚନା ହୋଇଥିଲା। ଅଧିକ ପଢ଼ନ୍ତୁ...

ଜି-20 ଅର୍ଥମନ୍ତ୍ରୀ ଭର୍ଚୁଆଲ ବୈଠକ, ଯୋଗ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଜି-20 ଅର୍ଥମନ୍ତ୍ରୀ ଭର୍ଚୁଆଲ ବୈଠକ, ଯୋଗ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

By

Published : Nov 20, 2020, 10:38 PM IST

ନୂଆଦିଲ୍ଲୀ: ଜି-20 ଅର୍ଥମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକରେ ଯୋଗ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବୈଠକରେ ଜି-20ରେ ସାମିଲ ଥିବା ସମସ୍ତ ଦେଶର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ କୋରୋନା ମହାମାରୀ ପରେ ବିଭିନ୍ନ ଦେଶରେ ଦେଖା ଦେଇଥିବା ଆର୍ଥିକ ସଂକଟକୁ ନେଇ ଆଲୋଚନା ହୋଇଥିଲା। ଏହି ବିପଜ୍ଜନକ ଆର୍ଥିକ ପରିସ୍ଥିତିର କେଉଁ ଦେଶ କିଭଳି ମୁକାବିଲା କରୁଛନ୍ତି ସେନେଇ ସମସ୍ତ ଅର୍ଥମନ୍ତ୍ରୀ ଆଲୋଚନା କରିଥିଲେ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଜି-20 ଅର୍ଥମନ୍ତ୍ରୀ ଭର୍ଚୁଆଲ ବୈଠକ, ଯୋଗ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଜି-20ର ଏହି ଭର୍ଚୁଆଲ ବୈଠକରେ ଦେଶରେ ଲକଡାଉନ ପରେ ହୋଇଥିବା କ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା ସୀତାରମଣ। ଏହାସହ କୋରୋନା ମହାମାରୀ ଯୋଗୁଁ ଦେଶରେ ଘୋଷଣା ହୋଇଥିବା ବିଭିନ୍ନ ପ୍ୟାକେଜ ସମ୍ପର୍କରେ ଆଲୋଚନା ହୋଇଥିଲା। ଭାରତ ଜିଡିପିର 15 ପ୍ରତିଶତ ଅର୍ଥ ପ୍ୟାକେଜ ମାଧ୍ୟମରେ ଘୋଷଣା ହୋଇଥିବା ସୂଚନା ଦେଇଛନ୍ତି ନିର୍ମଳା ସୀତାରମଣ।

ଗତ ସପ୍ତାହରେ ମଧ୍ୟ କୋରୋନା ମହାମାରୀରୁ ନିସ୍ତାର ପାଇବା ପ୍ୟାକେଜ ଘୋଷଣା କରିଥିଲେ ନିର୍ମଳା ସୀତରମଣ। ଏଥିରେ ନିଯୁକ୍ତି ସୃଷ୍ଟି କରିବାକୁ ଦିଗରେ ବିଶେଷ ଦୃଷ୍ଟି ଦିଆଯାଇଛି। ଏହାପୂର୍ବରୁ କୋରୋନା ମହାମାରୀ ଯୋଗୁଁ 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା। ଏଥିରେ ଚାଷୀ, କ୍ଷୁଦ୍ର ବ୍ୟବସାୟୀ ଓ ଉଠା ଦୋକାନୀଙ୍କ ପାଇଁ ବିଶେଷ ସହୟତା ଘୋଷଣା କରାଯାଇଥିଲା। ଏହାଦ୍ବାରା ବ୍ୟବସାୟୀ ଓ ଚାଷୀଙ୍କୁ କ୍ଷୁଦ୍ର ଋଣ ଯୋଗାଇ ଦିଆଯାଇଥିଲା। ଏହସହ କିଛି ଦିନ ତଳେ ନିଯୁକ୍ତି ସୃଷ୍ଟି କରିବାକୁ 2 ଲକ୍ଷ 60 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିଲା।

ଜି-20 ଅର୍ଥମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକରେ ଏହି ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ନିର୍ମଳା ସୀତାରମଣ। ଏହାସହ ଦେଶରେ କୋଭିଡ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅର୍ଥ ମନ୍ତ୍ରାଳୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details