ଓଡିଶା

odisha

ETV Bharat / business

ଖୋଲିଲା ହୋଟେଲ ଓ ରେସ୍ତୋରାଁ, 15 ପ୍ରତିଶତ ବଢିପାରେ ପରିବା ଚାହିଦା - ଲକଡାଉନରେ ପରେ ଖୋଲିଲା ହୋଟେଲ

ଦେଶର ବିଭିନ୍ନ ସ୍ଥାନରେ ହୋଟେଲ ଓ ରେସ୍ତୋରାଁ ଖୋଲିବାକୁ ଅନୁମତି ମିଳିଛି । ଏବେ ପରିବା, ଫଳ କ୍ଷୀର ଚାହିଦା ବଢିବା ଆଶା ରହିଛି । ତେବେ କୋରୋନା ମହାମାରୀ ଭୟ ମାହୋଲରେ ଅନିଶ୍ଚିତତା ଲାଗି ରହିଛି । ଅଧିକ ପଢନ୍ତୁ..

vegetable demand
ଖୋଲିଲା ହେଟେଲଓ ରେସ୍ତୋରା

By

Published : Jun 8, 2020, 7:46 PM IST

ନୂଆଦିଲ୍ଲୀ: ପ୍ରାୟ ଅଢେଇମାସ ପରେ ଦେଶର ବିଭିନ୍ନ ସ୍ଥାନରେ ଆଜିଠୁ ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ୟାଣ୍ଟିନ ଖୋଲିଛି । ଏହା ଦ୍ବାରା ଫଳ ଓ ପନିପରିବା ଚାହିଦା 10ରୁ 15 ପ୍ରତିଶତ ବୃଦ୍ଧି ହୋଇପାରେ । ହେଲେ ଏ ନେଇ ହୋଲସେଲ ମଣ୍ଡି ବେପାରୀଙ୍କ ମଧ୍ୟରେ କୌଣସି ଉତ୍ସାହ ଦେଖିବାକୁ ମିଳିନି ।

କୋରୋନା ମହାମାରୀ ଭୟ ମାହୋଲରେ ହୋଟେଲ, ରେସ୍ତେରାଁ, କ୍ୟାଣ୍ଟିନ ଚାଲିବ କି ନାହିଁ ସେନେଇ ସନ୍ଦେହ ରହିଛି । ଦିଲ୍ଲୀରେ ରେସ୍ତୋରାଁ ଓ ମଲ ଖୋଲୁଛି । ହେଲେ ଭୋଜି ବ୍ୟବସ୍ଥା, ହଲ, ହୋଟେଲ ଖୋଲିବାକୁ ଏବେ ଅନୁମତି ମିଳିନି ।

ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ଖୋଲିବା ସହିତ ପନିପରିବା, ଫଳ ଏବଂ କ୍ଷୀର ପରି ଖାଦ୍ୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବ୍ୟବସାୟୀମାନେ କହିଛନ୍ତି ଯେ ହୋରେକା ସେଗମେଣ୍ଟରେ ପନିପରିବା ବ୍ୟବହାର ସାଧାରଣତ 25 ପ୍ରତିଶତ ରହିଥାଏ । ଆଉ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସତର୍କତା ମଧ୍ୟରେ କମ କ୍ଷମତା ସହ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନଗୁଡ଼ିକ ଚାଲିବ ଯଦି ଆଗାମୀ ଦିନରେ ପନିପରିବା ଚାହିଦା ବର୍ତ୍ତମାନ ସ୍ତରରୁ 10-15 ପ୍ରତିଶତ ବୃଦ୍ଧି ହୋଇପାରେ ।

ଦିଲ୍ଲୀର ପ୍ରସିଦ୍ଧ ଆଜାଦପୁର ମଣ୍ଡିର ଏପିଏମସିର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ଶର୍ମା କହିଛନ୍ତି କି ହୋଟେଲ, ରେସ୍ତେୋରାଁ, କ୍ୟାଣ୍ଟିନ ଖୋଲିବା ଦ୍ବାରା ପନିପରିବା ଉପଯୋଗ ପ୍ରାୟ 25 ପ୍ରତିଶତ ରହିଥାଏ । ଯଦି ଏଭଳି ହୁଏ ତେବେ ଆଗାମୀ ଦିନରେ ଚାହିଦା ବଢିବା ଆଶା ରହିଛି । କିନ୍ତୁ ବର୍ତ୍ତମାନର ଭୟାବହ ସ୍ଥିତିରେ କିଛି କହିହେବନି ।

ତେବେ ଦାମ ବୃଦ୍ଧିକୁ ନେଇ କୁହାଯାଇଛି କି, ଚାହିଦା ତୁଳନାରେ ଯୋଗାଣ ଅଧିକ ହେଉଥିବାରୁ ଦାମରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ABOUT THE AUTHOR

...view details