ଓଡିଶା

odisha

ETV Bharat / business

ଆମେରିକାରେ ବେକାରୀ ହାର 1930 ମହାମାନ୍ଦାବସ୍ଥାଠୁ ଅଧିକ - କୋରୋନା ଭାଇରସ ସଙ୍କଟ

କୋରୋନା କଟକଣା ଯୋଗୁଁ ପ୍ରତ୍ୟେକ 6 ଆମେରିକୀୟ କର୍ମଚାରୀଙ୍କ ମଧ୍ୟରେ ଜଣଙ୍କୁ ରୋଜଗାର ହରାଇବାକୁ ପଡୁଛି । ଏହି ହାର 1930 ମାନ୍ଦାବସ୍ଥା ଠାରୁ ମଧ୍ୟ ଆହୁରୀ ଅଧିକ ବୋଲି ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

us unemployment rate highest since the great depression
ଆମେରିକାରେ ବେକାରୀ ହାର ମହାମାନ୍ଦାବସ୍ଥାଠୁ ଅଧିକ

By

Published : Apr 25, 2020, 12:29 AM IST

ନ୍ୟୁୟର୍କ: କୋରୋନା ଭାଇରସ ସଙ୍କଟ ଯୋଗୁଁ ବିଶ୍ବର ବଡ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ । ଆର୍ଥିକ କାର୍ଯ୍ୟକଳାପ ଠପ ଯୋଗୁଁ ବେକାରୀ ହାର ବୃଦ୍ଧି ପାଉଛି । ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡିଛି କି ଏହି ହାର 1930 ମହାମାନ୍ଦାବସ୍ଥା ଠାରୁ ମଧ୍ୟ ଆହୁରି ଅଧିକ ।

ସଦ୍ୟ ରିପୋର୍ଟ ମୁକାବକ, କୋରୋନା କଟକଣା ଯୋଗୁଁ ପ୍ରତ୍ୟେକ 6 ଆମେରିକୀୟ କର୍ମଚାରୀଙ୍କ ମଧ୍ୟରେ ଜଣଙ୍କୁ ରୋଜଗାର ହରାଇବାକୁ ପଡୁଛି । ଏହାର ମୁକାବିଲା ପାଇଁ ଆମେରିକା ସିନେଟରେ ପ୍ରାୟ 500 ଅରବ ଡଲାରରେ ବ୍ୟୟ ପ୍ୟାକେଜକୁ ପାରିତ କରାଯାଇଛି । ଯାହା ଦ୍ବାରା ସଙ୍କଟଗ୍ରସ୍ଥ କାରବାରୀ ଓ ହସ୍ପିଟାଲକୁ ସହଯୋଗ ମିଳିପାରିବ ।

ସରକାର କହିଛନ୍ତି ଯେ, ନିଯୁକ୍ତି ହରାଇଥିବା 44 ଲକ୍ଷ ଆମେରିକୀୟ ଗତ ସପ୍ତାହରେ ବେକାରୀ ସୁବିଧା ପାଇଁ ଆବେଦନ କରିଛନ୍ତି । ମୋଟ 5 ସପ୍ତାହ ମଧ୍ୟରେ ପ୍ରାୟ 2.6 କୋଟି ଲୋକ ବେକାରୀଙ୍କୁ ମିଳୁଥିବା ସହାୟତା ପାଇଁ ଆବେଦନ କରିଛନ୍ତି।

ଏହି ସଂଖ୍ୟା ଆମେରିକାର 10 ଟି ବଡ ସହରର ଜନସଂଖ୍ୟା ସହିତ ସମାନ । ଏହା ଏକ ଭୟଙ୍କର ହ୍ରାସ, ଯାହା ପରେ କାରଖାନା ଏବଂ ଅନ୍ୟାନ୍ୟ ବ୍ୟବସାୟକୁ କିପରି ଏବଂ କେବେ ବନ୍ଦରୁ ମୁକ୍ତ କରାଯିବ ସେ ନେଇ ଆଲୋଚନା ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ ହେବ ।

ABOUT THE AUTHOR

...view details