ଓଡିଶା

odisha

ETV Bharat / business

କୋରୋନା ସଙ୍କଟ, 480 ଅରବ ଡଲାର ପ୍ୟାକେଜକୁ ଆମେରିକା ସିନେଟର ମଞ୍ଜୁରୀ - us senate

ଡେମୋକ୍ରେଟିକ୍ସ, ରିପବ୍ଲିକ ଓ ହ୍ବାଇଟ ହାଉସ ମଧ୍ୟରେ ଗତ 1 ସପ୍ତାହ ଧରି ଚର୍ଚ୍ଚା ବିମର୍ଶ ପରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଅଧିକ ପଢନ୍ତୁ..

us senate approves 480 abar dollar epidemic relief package
480 ଅରବ ଡଲାର ପ୍ୟାକେଜକୁ ଆମେରିକା ସିନେଟର ମଞ୍ଜୁରୀ

By

Published : Apr 22, 2020, 8:03 PM IST

ୱାସିଂଟନ: କୋରୋନା କଟକଣା ମଧ୍ୟରେ କ୍ଷତି ସହୁଛନ୍ତି କ୍ଷୁଦ୍ର ଉଦ୍ୟୋଗ । ସେପଟେ ଅଶୋଧିତ ତୈଳ ଦାମ 2 ଦଶନ୍ଧିର ସର୍ବନିମ୍ନ ସ୍ତରରେ ପହଞ୍ଚିବା ଯୋଗୁଁ ଦେବାଳି ସ୍ଥିତିରେ ତୈଳ କମ୍ପାନୀ । ତା ଉପରେ ପୁଣି ସ୍ବାସ୍ଥ୍ୟ ଓ ଆର୍ଥିକ ସମସ୍ୟା । ଏହାର ମୁକାବିଲା ପାଇଁ 480 ଅରବ ଡଲାରରେ ପ୍ୟାକେଜ ଆଣିଛି ଆମେକିକାର ସିନେଟ ।

ଡେମୋକ୍ରେଟିକ୍ସ, ରିପବ୍ଲିକ ଓ ହ୍ବାଇଟ ହାଉସ ମଧ୍ୟରେ ଗତ 1 ସପ୍ତାହ ଧରି ଚର୍ଚ୍ଚା ବିମର୍ଶ ପରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

ଏବେ ଏହି ପ୍ରସ୍ତାବ ପ୍ରତିନିଧି ସଭା ପାଖକୁ ଯିବ । ସେଠାରେ ଗୁରୁବାର ଯାଏଁ ଏହା ଉପରେ ମତଦାନ ସମ୍ଭାବନା ରହିଛି । କୋରୋନା ସଙ୍କଟ ମଧ୍ୟରେ ଜୁଝୁଥିବା ଅର୍ଥବ୍ୟବସ୍ଥାକୁ ପୁଣି ସୁଦୃଢ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

କୋରୋନା ମହାମାରୀରେ ଆମେରିକାର 43 ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖୀ 2.2 କୋଟି ଲୋକ ବେକାରୀ ହୋଇସାରିଲେଣି ।

ABOUT THE AUTHOR

...view details