ନୂଆଦିଲ୍ଲୀ: ଅକ୍ଟୋବର ସୁଦ୍ଧା ଭାରତର ନିଜସ୍ବ ଘରୋଇ ପେମେଣ୍ଟ ପ୍ଲାର୍ଟଫର୍ମ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ(ୟୁପିଆଇ)ର କାରବାର ସଂଖ୍ୟା 100 କୋଟିରେ ପହଞ୍ଚିଛି । ଲଞ୍ଚର 3 ବର୍ଷ ଭିତରେ ୟୁପିଆଇ ଏତେ ବଡ ଉପଲବ୍ଧି ହାସଲ କରିପାରିଛି ।
ଏପରି ଭାବେ ୟୁପିଆଇ ଉପଭୋକ୍ତାଙ୍କ ସଂଖ୍ୟା ଏବେ 10 କୋଟି ପାରକରିଛି । ଏଥିସହ ଏହା ବିଶ୍ବର ଦ୍ରୁତ ଗ୍ରହଣୀୟ ପେମେଣ୍ଟ ସିଷ୍ଟମର ମାନ୍ୟତା ପାଇବାକୁ ସକ୍ଷମ ହୋଇଛି ।
ଏହି ଉପଲବ୍ଧିରେ ଖୁସି ଜାହିର କରି ୟୁପିଆଇ ପ୍ଲାଟଫର୍ମ ପରିଚାଳନା କରୁଥିବା ନ୍ୟାସନାଲ ପେମଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଏହାକୁ ବିଶ୍ବ ସ୍ତରକୁ ନେବାକୁ ଇଚ୍ଛା ରଖିଛି । ଆଗକୁ ସିଙ୍ଗାପୁର ଓ ସଂଯୁକ୍ତ ରାଷ୍ଟ୍ର ଆରବରେ ଏହି ୟୁପିଆଇକୁ ଲାଗୁ ନେଇ ଲକ୍ଷ୍ୟ ରଖିଛି ।