ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନକୁ ଗୁରୁତ୍ବ ଦିଆଯାଇଛି । ଏହି ଶିକ୍ଷା ପାଇଁ ମୋଟ 99ହଜାର 3ଶହ କୋଟି ମଞ୍ଜୁର କରାଯାଇଛି । ‘ଷ୍ଟଡି ଇନ ଇଣ୍ଡିଆ’ ଯୋଜନା ଆରମ୍ଭ ହେବ । କୌଶଳ ବିକାଶ ପାଇଁ 3000 କୋଟି ମଞ୍ଜୁର କରାଯାଇଛି । ଏଥିରେ ଅନଲାଇନ ଶିକ୍ଷାକୁ ଗୁରୁତ୍ବ ପ୍ରଦାନ କରାଯାଇଛି ।
ବଜେଟ-2020: ଫୋକସରେ ଷ୍ଟଡି ଇନ ଇଣ୍ଡିଆ, ଶିକ୍ଷା ପାଇଁ 1ଲକ୍ଷ କୋଟି - ଶିକ୍ଷାପାଇଁ 99 ହଜାର 3 ଶହ କୋଟି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନକୁ ଗୁରୁତ୍ବ ଦିଆଯାଇଛି । ଏହି ଶିକ୍ଷା ପାଇଁ ମୋଟ 99ହଜାର 3ଶହ କୋଟି ମଞ୍ଜୁର କରାଯାଇଛି ।
ବଜେଟ-2020: ଫୋକସରେ ଷ୍ଟଡି ଇନ ଇଣ୍ଡିଆ, ଶିକ୍ଷାପାଇଁ 99 ହଜାର 3 ଶହ କୋଟି
ସ୍ଥାନୀୟ ପ୍ରଶାସନରେ ନବାଗତ ଇଞ୍ଜିନିୟରଙ୍କୁ ସୁଯୋଗ ମିଳିବ । ଏଥିରେ ସମାନେ ଇଣ୍ଟର୍ଣ୍ଣସିପ କରିପାରିବେ । ଭାରତରେ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ସୁଯୋଗ ଦିଆଯିବ । ଯେଉଁଥିରେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶରେ ଏଥିପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ସେହିପରି ନ୍ୟାସନାଲ ଫରେନ୍ସିକ ୟୁନିଭରସିଟି ପାଇଁ ପ୍ରସ୍ତାବ ରହିଛି ।
ନଜର ପକାନ୍ତୁ ପ୍ରସ୍ତାବ ଗୁଡିକ ଉପରେ
- 2021 ସୁଦ୍ଧା ନୂତନ ଶିକ୍ଷାନୁଷ୍ଠାନ
- ପିସିପି ମଡେଲ ଆଧାରରେ ନୂଆ ମେଡିକାଲ କଲେଜ
- ନ୍ୟାସନାଲ ଫୋରେସସିକ ୟୁନିଭର୍ସିଟି ପ୍ରସ୍ତାବ
- ଉଚ୍ଚ ଶିକ୍ଷାର ପ୍ରସାର
- ଖୁବ ଶୀଘ୍ର ଆସିବ ନୂଆ ଶିକ୍ଷାନୀତି
- ଶିକ୍ଷାକ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ
- ଶିକ୍ଷା ବ୍ୟବସ୍ଥାରେ ଅଧିକ ଅର୍ଥର ଆବଶ୍ୟକତା
- ଶିକ୍ଷା ପାଇଁ ବୃହତ ପୁଞ୍ଜିନିବେଶର ଆବଶ୍ୟକତା
- ଅନଲାଇନ ଜରିଆରେ ଡିଗ୍ରୀ ପାଠ୍ୟକ୍ରମ
- ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳୟରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା
- ଯୁବ ଇଞ୍ଜିନିୟରମାନଙ୍କ ପାଇଁ ସ୍ଥାନୀୟ ପ୍ରଶାସନରେ ଇଣ୍ଟର୍ଣ୍ଣସିପ
- ବିଦେଶୀ ଛାତ୍ରଙ୍କୁ ଭାରତରେ ପଢିବା ପାଇଁ ସୁବିଧା
- ଭାରତୀୟ ଛାତ୍ରଙ୍କୁ ଅନ୍ୟ ରାଷ୍ଟ୍ରରେ ପାଠ ପଢିବା ସୁବିଧା
- ଜାତୀୟ ପୋଲିସ ବିଶ୍ବବିଦ୍ୟାଳୟ ଓ ଜାତୀୟ ନ୍ୟାୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ
- ଡାକ୍ତରୀ ଛାତ୍ରଙ୍କ ପ୍ରଫେସନାଲ ଶିକ୍ଷା ପାଇଁ ନୂତନ କାର୍ଯ୍ୟକ୍ରମ
- ବିଦେଶୀ ପ୍ରତ୍ୟକ୍ଷ ନିବେଶ ବୃଦ୍ଧି ପାଇଁ ପଦକ୍ଷେପ
- 100ଟି ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠ୍ୟକ୍ରମ ପାଇଁ ଯୋଜନା
- ପାରାମେଡିକାଲ କର୍ମଚାରୀ ଓ ଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ
Last Updated : Feb 1, 2020, 4:59 PM IST