ଓଡିଶା

odisha

ETV Bharat / business

ଏବର୍ଷ 7.3% ରହିବ ଭାରତ ଅଭିବୃଦ୍ଧି: ୟୁଏନ

ସୁଧୁରୁଥିବା ଦେଶର ଅର୍ଥନୀତିକୁ ନେଇ ଉତ୍ସାହଜନକ ଆଶା ଦେଖାଇଛି ମିଳିତ ଜାତିସଂଘ (ୟୁଏନ) । ଗତ ବର୍ଷ ଅର୍ଥନୀତିରେ 9.6 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା , କିନ୍ତୁ ବର୍ତ୍ତମାନ କ୍ୟାଲେଣ୍ଡର ବର୍ଷରେ ୟୁଏନ ଏଥିରେ 7.3 ପ୍ରତିଶତ ବୃଦ୍ଧିର ଆଶା ରଖିଛି

By

Published : Jan 26, 2021, 6:46 PM IST

ଏବର୍ଷ 7.3% ରହିବ ଭାରତ ଅଭିବୃଦ୍ଧି : ୟୁଏନ
ଏବର୍ଷ 7.3% ରହିବ ଭାରତ ଅଭିବୃଦ୍ଧି : ୟୁଏନ

ନୂଆଦିଲ୍ଲୀ: କୋରୋନା ମାଡରେ ବିପର୍ଯ୍ୟସ୍ଥ ଭାରତୀୟ ଅର୍ଥବ୍ୟବସ୍ଥା ଅଣ୍ଟା ସଳଖୁଛି । ଆଉ ସୁଧୁରୁଥିବା ଦେଶର ଅର୍ଥନୀତିକୁ ନେଇ ଉତ୍ସାହଜନକ ଆଶା ଦେଖାଇଛି ମିଳିତ ଜାତିସଂଘ (ୟୁଏନ) । ଗତ ବର୍ଷ ଅର୍ଥନୀତିରେ 9.6 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା , କିନ୍ତୁ ବର୍ତ୍ତମାନ କ୍ୟାଲେଣ୍ଡର ବର୍ଷରେ ୟୁଏନ ଏଥିରେ 7.3 ପ୍ରତିଶତ ବୃଦ୍ଧିର ଆଶା ରଖିଛି ।

ସୋମବାର ଜାରି ୟୁଏନର ‘ୱାଲ୍ଡ ଇକୋନୋମିକ ସିଚ୍ୟୁଏସନ ଆଣ୍ଡ ପ୍ରସପେକ୍ଟସ ରିପୋର୍ଟ 2021’ରେ କୁହାଯାଇଛି କି , ଯଦିଓ ଭାରତୀୟ ଅର୍ଥବ୍ୟବସ୍ଥାକୁ ଏହି ସଙ୍କଟରୁ ମୁକୁଳାଇବା ପ୍ରୟାସ ଅଧିନରେ ଅନେକ ଆର୍ଥିକ ଏବଂ ମୌଦ୍ରିକ ପ୍ୟାକେଜର ଘୋଷଣା ହୋଇଛି । ହେଲେ ଏହା ପରେ ବି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ହ୍ରାସ ରେକର୍ଡ ହୋଇଛି ।

କୋରୋନା ଯୋଗୁଁ ଅନେକ ଥର ଲକଡାଉନ ଓ ମହାମାରୀକୁ ରୋକିବା ପାଇଁ ପ୍ରୟାସ ଏହାର ପ୍ରମୁଖ ପ୍ରୟାସ । କାରଣ ଉତ୍ପାଦର ଘରୋଇ ବ୍ୟବହାର କମ ହୋଇଯାଇଛି । ରିପୋର୍ଟରେ ଅନୁମାନ କରାଯାଇଛି କି 2022 ରେ ଭାରତର ମୋଟ ଘରୋଇ ଉତ୍ପାଦରେ 5.9 ପ୍ରତିଶତ ହ୍ରାସ ଆସିପାରେ ।

ଗତ ବର୍ଷ କେବେଳ ଚୀନ ଏକମାତ୍ର ଦେଶ, ଯେଉଁଠି ଅଭିବୃଦ୍ଧି ଆସିଥିଲା । ଅନୁମାନ ପ୍ରକାଶ ହୋଇଛି କି ଚୀନ ଅର୍ଥବ୍ୟବସ୍ଥା ଗତ ବର୍ଷ 2.4 ପ୍ରତିଶତ ବୃଦ୍ଧି ରେକର୍ଡ କରିଛି । ଏହା ଚଳିତ ବର୍ଷ ବଢି 7.2 ପ୍ରତିଶତ ହୋଇପାରେ । ଆସନ୍ତା ବର୍ଷ ଏଥିରେ 5.8 ପ୍ରତିଶତ ବୃଦ୍ଧି ହୋଇପାରେ ।

ସେହିଭଳି କୋଭିଡ ମହାମାରୀ ଯୋଗୁଁ ବିଶ୍ବ ଅର୍ଥବ୍ୟବସ୍ଥା ଗତ ବର୍ଷ 4.3 ପ୍ରତିଶତ ହ୍ରାସ ହୋଇଛି । ଏଥିରେ ଏବର୍ଷ 4.7 ପ୍ରତିଶତ ଓ ଆସନ୍ତା ବର୍ଷ 5.9 ପ୍ରତିଶତ ବୃଦ୍ଧି ଅନୁମାନ ବ୍ୟକ୍ତ କରାଯାଇଛି ।

ABOUT THE AUTHOR

...view details