କୋରୋନା ସଙ୍କଟରେ ଶୋଚନୀୟ ବିଶ୍ବ ଅର୍ଥନୀତି । ଦୁନିଆର ଅଭିବୃଦ୍ଧିଶୀଳ ରାଷ୍ଟ୍ର ଆମେରିକାରେ ମଧ୍ୟ ଏହାର ପ୍ରଭାବ ଗୁରୁତର । ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଥିବା କାମ ଧନ୍ଦା ବନ୍ଦ ରହିଛି । ଆର୍ଥିକ କାର୍ଯ୍ୟକଳାପ ଠପ ଯୋଗୁଁ କ୍ଷତି ପରିମାଣ ବଢିଚାଲିଛି । ଏପେଟ ରୋଜଗାର ହରାଇ ଲକ୍ଷାଧିକ ଲୋକ ବେକାର ରହିଛନ୍ତି ।
ଆମେରିକାରେ ଭଳି ଉନ୍ନତ ଓ ସମୃଦ୍ଧଶାଳୀ ଦେଶରେ ବେକାରୀ ସମସ୍ୟା ମୁଣ୍ଡବିନ୍ଧା ପାଲଟିଛି । ଭାଇରସ ଠାରୁ ଯେପରି ଅଧିକ ମାତ୍ରାରେ ବେକାରୀ ସଂଖ୍ୟା ବଢିଚାଲିଛି । ସେମାନଙ୍କ ସହଯୋଗ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ସହ ଭତ୍ତା ପ୍ରଦାନ କରାଯାଉଛି ।
କୋରୋନା ସଙ୍କଟ ମଧ୍ୟରେ ଆମେରିକାରେ ବେକାରୀ ହାର 80 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ପାଖାପାଖୀ 3.8 କୋଟି ଲୋକ ବେକାରୀ ଭତ୍ତା ପାଇଁ ପଞ୍ଜିକୃତ କରିଛନ୍ତି । ଆମେରିକା ଶ୍ରମ ବିଭାଗ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ ସରକାର ବେକାରୀମାନଙ୍କୁ ଭତ୍ତା ହିସାରେ 45 ହଜାର ଟଙ୍କା ଦେଉଛନ୍ତି । ଯେତେବେଳେ କି ଏଠାକାର ଅଧିକାଂଶ ଲୋକଙ୍କ ହାରାହାରୀ ମାସିକ ଦରମା 30 ହଜାର ଟଙ୍କା । ଏଭଳି ପରିସ୍ଥିତିରେ ସରକାର ସେହି କର୍ମଚାରୀଙ୍କ ରିପୋର୍ଟ ଲୋଡିଛନ୍ତି ଯେଉଁମାନଙ୍କୁ ଡାକିବା ସତ୍ତ୍ୱେ ଚାକିରୀକୁ ଆସୁନାହାଁନ୍ତି । ବାସ୍ତବରେ ବେକାରୀ ବୀମାର ଉଦ୍ଦେଶ୍ୟ ହେଉଛି ଏକ ନୂତନ ଚାକିରୀ ନ ମିଳିବା ପର୍ଯ୍ୟନ୍ତ ଚାକିରୀର କ୍ଷତି ପାଇଁ କ୍ଷତିପୂରଣ ଦିଆଯିବା । କରୋନା ସଙ୍କଟ ପରେ ଆମେରିକାରେ ବେକାରୀ ହାର 14.7% ରେ ପହଞ୍ଚିଛି। ଯାହାକି ଅତ୍ୟଧିକ ଅଟେ ।
ନ୍ୟୁଜଲ୍ୟାଣ୍ଡରେ ବି ଯେଉଁମାନେ ଚାକିରୀ ହରେଇଛନ୍ତି ସେମାନଙ୍କୁ ସାପ୍ତାହିକ 17360 ଟଙ୍କା ଭତ୍ତା ଦେବାକୁ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଘୋଷଣା କରିଛନ୍ତି । ନ୍ୟୁଜଲ୍ୟାଣ୍ଡରେ ମଧ୍ୟ କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ଲକଡାଉନ ସହ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ସାମୂହିକ ଏକତ୍ର ଉପରେ କଟକଣା ଲଗାଯାଇଛି । ତେବେ ଅର୍ଥନୀତିକୁ ପୁଣି ବୁଷ୍ଟର ଦେବା ପାଇଁ ଏଠାରେ ରେଷ୍ଟୁରାଣ୍ଟ, ଇଣ୍ଡଷ୍ଟ୍ରିଜ ଆଦି ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିସହ ବେକାରୀ ହାରକୁ 10 ପ୍ରତିଶତ ତଳେ ରଖିବାକୁ ଅର୍ଥନୀତି ଉପରେ ଅଧିକ ଖର୍ଚ୍ଚ କରିବାକୁ ସରକାର ଯୋଜନା କରୁଛନ୍ତି ।
ୱାଂସିଟନ : ଲୋକ କହିଥିଲେ - ଯଦି ଚାକିରୀ ନାହିଁ, ତେବେ ଘର ଭଡାରେ ମିଳିବ ନାହିଁ । ଆମେରିକା ରାଜଧାନୀ ୱାଂସିଟନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
ନରୱେ: ଅସ୍ଥାୟୀ କର୍ମଚାରୀଙ୍କ ପାଇଁ 3.82 ଲକ୍ଷ ଟଙ୍କାର ଭତ୍ତା ଘୋଷଣା ହୋଇଛି । କୋରୋନାରେ ଏଠାରେ 235 ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ପେନ: ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ପାରିଶ୍ରମିକ ଦେବା ସହ ଅସ୍ଥାୟୀ କର୍ମଚାରୀଙ୍କୁ ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ପେନରେ କୋରୋନା ମାମଲା 2,82,480କୁ ବୃଦ୍ଧି ହୋଇଛି । ଏଥିରେ 26,837 ଜଣ ପ୍ରାଣ ହରାଇଛନ୍ତି ।
ଫ୍ରାନ୍ସ: କର୍ମଚାରୀଙ୍କୁ ଙ୍କୁ 84% ବେତନ ଭତ୍ତା । ସାଧାରଣ ଶ୍ରମିକମାନଙ୍କୁ 100% ଭତ୍ତା ଦେବାରି ଘୋଷଣା ହୋଇଛି ।
କାନାଡା: ବେକାରୀଙ୍କୁ ପ୍ରତି ମାସରେ 1,09,500 ଟଙ୍କା ଭତ୍ତା ସରକାର ଦେଉଛନ୍ତି ।