ଓଡିଶା

odisha

ETV Bharat / business

‘1 ଜିବି ଜାଟା ପାଇଁ ପାକିସ୍ତନ ଗଣୁଛି 132 ଟଙ୍କା’

Cable.co.ukର ଏକ ରିସର୍ଚ୍ଚରେ ଡାଟାର ମୁଲ୍ୟକୁ ନେଇ ରିପୋର୍ଟ ପ୍ରକାଶ ପାଇଛି । ସବୁଠାରୁ ଶସ୍ତା ଡାଟା ମିଳୁଥିବା ଲିଷ୍ଟରେ ଭାରତ ରହିଥିବା ବେଳେ ମହଙ୍ଗା ଡାଟାରେ ୟୁଏଇ, ଜିମ୍ବାୱେ , ପାକିସ୍ତାନ ଆଦି ରହିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Mar 6, 2019, 5:52 PM IST

ନୂଆଦିଲ୍ଲୀ: ଆଜିକାଲି ବିନା ସ୍ମାର୍ଟ ଫୋନରେ ମଣିଷ ମୁହୁର୍ତ୍ତଟିଏ ରହିପାରୁନାହିଁ । ଆଉ ଇଣ୍ଟରନେଟ ଡାଟା ଅନ ନ କଲେ ଦିନ କଟିବା ମୁସ୍କିଲ । ଖାଇବା ଥାଉ କି ନଥାଉ , ହେଲେ ଡାଟ ପାଇଁ ରିଚାର୍ଜ ନ କରି ରହିବା କଷ୍ଟକର । ତେବେ ଆପଣ ଜାଣନ୍ତି କି 1 ଜିବି ଡାଟା ପାଇଁ ଆପଣଙ୍କ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଆଉ ଏହି 1 ଜିବି ଡାଟାର ବଦଳରେ ପାକିସ୍ତାନକୁ କେତେ ଗଣିବାକୁ ପଡେ ?

Cable.co.ukର ଏକ ରିସର୍ଚ୍ଚରେ ଡାଟାର ମୁଲ୍ୟକୁ ନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ 1 ଜିବି ଡାଟାର ମୁଲ୍ୟ କେଉଁ ଦେଶରେ କେତେ ରହିଛି , ସେ ନେଇ ଖୁଲାସା କରାଯାଇଛି । ସବୁଠାରୁ ଶସ୍ତା ଡାଟା ମିଳୁଥିବା ଲିଷ୍ଟରେ ଭାରତ ରହିଥିବା ବେଳେ ମହଙ୍ଗା ଡାଟାରେ ୟୁଏଇ, ଜିମ୍ବାୱେ , ପାକିସ୍ତାନ ଆଦି ରହିଛନ୍ତି ।

ଭାରତରେ 1 ଜିବି ଡାଟା ବ୍ୟବହାର ପାଇଁ ମାତ୍ର 18 ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହେଲେ ପାକିସ୍ତାନରେ ଏହାର ଦାମ ପ୍ରାୟ 130 ଟଙ୍କା ରହିଛି । ଯାହାକି ଭାରତ ଠାରୁ ପାଖାପାଖୀ 7 ଗୁଣା ଅଧିକ ରହିଛି । ସେହିପରି ଜିମ୍ବାଓରେ 1 ଜିବି ଡାଟା ର ଦାମ 5 ହଜାର ଟଙ୍କା, ୟୁଏଇରେ 701 ଟଙ୍କା ରହିଛି । ସଯୁକ୍ତ ରାଷ୍ଟ୍ର୍ର ଆମେରିକା ଏହି ଲିଷ୍ଟର 163 ସ୍ଥାନରେ ରହିଛି ।

Cable.co.uk ପୂରା 230 ଦେଶର 6313 ମୋବାଇଲ ପ୍ଲାନ୍ସକୁ ସାହାଯ୍ୟରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି ଯ ଏହି ତଥ୍ୟକୁ 2018 ଅକ୍ଟୋବର 23ରୁ ନଭେମ୍ବର 28 ମଧ୍ୟରେ ଏକତ୍ର କରାଯାଇଛି ।

For All Latest Updates

ABOUT THE AUTHOR

...view details