ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଘରୋଇ ପର୍ଯ୍ୟଟନ ଓ ଟ୍ରାଭେଲ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ । ଏଥିଯୋଗୁଁ ଏହି ସବୁ କ୍ଷେତ୍ରକୁ 5 ଲକ୍ଷ କୋଟି ଟଙ୍କା କ୍ଷତି ହେବା ଅନୁମାନ କରାଯାଇଛି । ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓ ଆତିଥ୍ୟ ପରାମର୍ଶ କମ୍ପାନୀ Hotellivatte ରିପୋର୍ଟ ଅନୁସାରେ , କେବଳ ସଙ୍ଗଠିତ ପର୍ଯ୍ୟଟନ ସେକ୍ଟରକୁ ହିଁ 25 ଅରବ ଡଲାର କ୍ଷତି ହେବା ସମ୍ଭାବନା ରହିଛି ।
ରିପୋର୍ଟ ଅନୁସାରେ ‘ଭାରତୀୟ ପର୍ଯ୍ୟଟନ କ୍ଷେତ୍ର ସାମ୍ନାରେ ବଡ ସଙ୍କଟ ସୃଷ୍ଟି କରିଛି କୋରୋନା ମହାମାରୀ । ସଂକ୍ରମଣ ରୋକିବାକୁ ଲାଗୁ ଲକଡାଉନ ଓ କଟକଣା ଯୋଗୁଁ ସମସ୍ତ ଘରୋଇ, ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ସେକ୍ଟର ଗତିବିଧି ଓ ଆୟ ବାଧାପ୍ରାପ୍ତ ହୋଇଛି । ସମସ୍ତ ପ୍ରକାର ପର୍ଯ୍ୟଟନ, ବିଳାସ, ଦୁଃସାହସିକ କାର୍ଯ୍ୟ, ଐତିହ୍ୟ, କ୍ରୁଜ୍, କର୍ପୋରେଟ ଇତ୍ୟାଦି ସବୁ ଉପରେ ପ୍ରଭାବ ପଡିଛି ।