ଓଡିଶା

odisha

ETV Bharat / business

ଜାଣନ୍ତୁ, କିପରି ହେବେ ଆପଣ ଆର୍ଥିକ ଭାବରେ ‘ଆତ୍ମନିର୍ଭର’ - Kumar Shankar Roy

ସଙ୍କଟ ସମୟରେ ଧୈର୍ଯ୍ୟହରା ନ ହୋଇ ଆତ୍ମନିର୍ଭର ହୁଅ । ଆଉ ଏଥିପାଇଁ ତତକ୍ଷଣତା କୌଣସି ପ୍ଲାନ ସଫଳ ହୁଏନି ଆଗୁଆ ପ୍ରସ୍ତୁତି ଆବଶ୍ୟକ । ଆୟର ପ୍ରଥମ ଅଂଶ ସଞ୍ଚୟ , ଆଉ ତାହାର ସଠିକ ଉପଯୋଗ ସୁଖୀ ଜୀବନ । ପଢନ୍ତୁ, କିପରି ନିଜର ଆୟକୁ ବିନିଯୋଗ କରି ବିପର୍ଯ୍ୟୟ ସମୟରେ ରହିବେ ସୁଦୃଢ ...

This Is How You Can Be Financially 'Atmanirbhar'
ଜାଣନ୍ତୁ, କିପରି ହେବେ ଆପଣ ଆର୍ଥିକ ଭାବରେ ‘ଆତ୍ମନିର୍ଭର’

By

Published : Jun 17, 2020, 4:31 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆହ୍ବାନ ଦିଆଯାଇଥିବା ‘ଆତ୍ମନିର୍ଭର ଭାରତ’ ମନ୍ତ୍ର ଏବେ ବହୁତ ଲୋକପ୍ରିୟ ହୋଇଛି । ବର୍ତ୍ତମାନ ସମୟରେ ଭବିଷ୍ୟତର ଅଦ୍ଭୁଦପୂର୍ବ ପରିସ୍ଥିତି ସହ ମୁକାବିଲା ପାଇଁ ଆତ୍ମନିର୍ଭର ହେବା ଜରୁରୀ ହୋଇପଡିଛି । ଏଥିଯୋଗୁଁ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଆର୍ଥିକ ରୂପରେ ‘ଆତ୍ମନିର୍ଭର’ ହେବା ଦରକାର ।

ଯଦି ଅର୍ଥ କଥା ଦେଖିବା ତେବେ କେହି ଆର୍ଥିକ ଭାବେ କିପରି ଆତ୍ମନିର୍ଭର ହୋଇଥାଏ ? କେଉଁ ପଦକ୍ଷେପଗୁଡିକ, ଯାହା ଆପଣଙ୍କୁ ଖରାପ ସମୟର ମୁକାବିଲା ପାଇଁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବ ? ଏ ନେଇ ଆମେ ବ୍ୟକ୍ତିଗତ ଆର୍ଥିକ କ୍ଷେତ୍ରରେ 'ଆତ୍ମନିର୍ଭର' ହେବାର 4 ଟି ସହଜ ଉପାୟ ଜଣାଇବୁ । ଚାଲନ୍ତୁ ଜାଣିବା ..

ଜରୁରୀ ସ୍ଥିତି ପାଇଁ ନିଜକୁ କରନ୍ତୁ ତୟାର

ଯେତେବେଳେ ବିପର୍ଯ୍ୟୟ ଘଟେ, ପ୍ରସ୍ତୁତି ସମୟ ପୂର୍ବରୁ ହିଁ ଅତିବାହିତ ହୋଇଯାଇଥାଏ । ଆପଣଙ୍କ ଦରମା / ଆୟରେ ବହୁତ କ୍ଷତିର ସାମ୍ନା କରିବାକୁ ପଡିପାରେ । ଯେଉଁଥିପାଇଁ EMI ପେମେଣ୍ଟ ଏବଂ ଆର୍ଥିକ ଖର୍ଚ୍ଚ ଏକ ଖରାପ ସ୍ବପ୍ନ ହୋଇଯାଇପାରେ । କିମ୍ବା ଏହାଠାରୁ ଆହୁରୀ ଖରାପ କି, ମାନ୍ଦାବସ୍ଥା ସମୟରେ ଆପଣଙ୍କୁ ପିଙ୍କ ସ୍ଲିପ( ବହିସ୍କାର ଲେଟର) ମିଳିପାରେ ।

ଜରୁରୀ ସ୍ଥିତି ପାଇଁ ନିଜରକୁ କରନ୍ତୁ ତୟାର

ଏହା ଅର୍ଥ ଶୂନ୍ୟ ଆୟ । ଯେବେ ଯାଏଁ ଆପଣଙ୍କୁ ଦ୍ବିତୀୟ ଚାକିରୀ ମିଳିନାହିଁ , ସେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଅଭିଜ୍ଞତା ଅନୁଯାୟୀ ସାଲେରୀ ପ୍ୟାକେଜ ସହ ଚାକିରୀ ମିଳିବା କଷ୍ଟକର ହେବ । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ଏକମାତ୍ର ଉପାୟ ହେଉଛି ଆପଣଙ୍କୁ ଜରୁରୀକାଳୀନ ପାଣ୍ଠିରେ ସଞ୍ଚୟ କରିବା ।

ଏକ ନିର୍ଦ୍ଦିଷ୍ଟ ଘରେ ଏକ ନିଶ୍ଚିତ ମାସିକ ଖର୍ଚ୍ଚ ହୋଇଥାଏ । ଏଥିସହ ଅନେକ ଇଏମଆଇ, ଆର୍ଥିକ ଦାୟିତ୍ବ ମଧ୍ୟ ରହିଥାଏ । ଏଥିପାଇଁ ମଧ୍ୟମ ବର୍ଗୀୟ ପରିବାର ପାଇଁ ପ୍ରାୟ 30,000 ଟଙ୍କାରୁ ନେଇ 1ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଏକ ଜରୁରୀକାଳୀନ ପାଣ୍ଠିର ଲକ୍ଷ୍ୟ ହେଉଛି ମାସିକ ଖର୍ଚ୍ଚ ସହିତ ପାଖରେ ଇଏମଆଇର 12 ମାସ ସମାନ ଫଣ୍ଡ ରଖିବା ।

ଜରୁରୀକାଳୀନ ପାଣ୍ଠିର ରାଶିକୁ ଟାର୍ଗେଟ ମାନିନିଅନ୍ତୁ 5ରୁ 6 ଲକ୍ଷ ଟଙ୍କା । ଏହା ପରେ ପ୍ରତ୍ୟେକ ମାସରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଳ୍ପ ପରିମାଣର ସଞ୍ଚୟ (3000 ଟଙ୍କା) କରନ୍ତୁ । ଏଥିସହ ଯେତେବେଳେ ଆପଣଙ୍କ ପାଖରେ କିଛି ଅତିରିକ୍ତ ନଗଦ ରହିଛି , ତାକୁ ସେହି ଜରୁରୀକାଳିନ ପାଣ୍ଠିରେ ରଖନ୍ତୁ, ଫଳରେ ଶୀଘ୍ର ଆପଣ ନିଜ ଟାର୍ଗେଟରେ ପହଞ୍ଚିପାରିବେ । ଆଉ ଯେଉଁଦିନ କୌଣସି ଜରୁରୀକାଳୀନ ପରିସ୍ଥିତି ଆସିବ, ଆପଣ ଏହାକୁ ଆରମରେ ସମ୍ଭାଳିପାରିବେ । ଆଉ ଯଦିଓ ଖରପ ସମୟ ଆସିବନାହିଁ , ହେଲେ ଆପଣଙ୍କ ବିକଳ୍ପ ରହିଥିବା ନେଇ ସନିଶ୍ଚିତ ସହ ରାତିରେ ଶାନ୍ତିରେ ଶୋଇପାରିବେ ।

ଚିକିତ୍ସା ବୀମା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ

ଆପଣ ଘରୋଇ ହସ୍ପିଚାଲ ଦ୍ବାରା ରୋଗୀଙ୍କ ଚିକିତ୍ସା ପାଇଁ ମୋଟା ଅଙ୍କର ବିଲ ପୈଠ ନେଇ ଶୁଣିଥିବେ । ତେବେ ସରକାରଙ୍କ ପରିଚାଳିତ ହସ୍ପିଟାଲ ବହୁତ ଶସ୍ତା ହୋଇଥାଏ । କିନ୍ତୁ ଯତ୍ନ ଏବଂ ଚିକିତ୍ସାର ଗୁଣ ଏକ ପ୍ରଭେଦ ସୃଷ୍ଟି କରୁଥିବା ବିବାଦ ରହିଛି ।

ଚିକିତ୍ସା ବୀମା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ

ଏହି କାରଣରୁ କେହି ଅସୁସ୍ଥ ଥିବା ବେଳେ ପରିବାର ଘରୋଇ ଡାକ୍ତରଖାନା ପାଇଁ ଏକ ଫ୍ରେମୱାର୍କ ତିଆରି କରନ୍ତି । ବର୍ତ୍ତମାନ ସମୟରେ ଘରୋଇ ହସ୍ପିଟାଲରେ 7ରୁ 10 ଦିନ ପର୍ଯ୍ୟନ୍ତ ଚିକିତ୍ସା ପାଇଁ 5ରୁ 10 ଲକ୍ଷ ବିଲ ଆସିବା ଏକ ସାଧାରଣ କଥା ପାଲଟିଗଲାଣି । ଏଭଳି ମୋଟା ରକମର ବିଲ ସମସ୍ତଙ୍କ ପାଇଁ ସକ୍ଷମ ହୋଇନଥାଏ । ଏଭଳି ସମୟରେ ଟଙ୍କା ପାଇଁ ଘରର ଗହଣାକୁ ବନ୍ଧକ ରଖିବାକୁ ପଡିପାରେ । ଏଣୁ ଏବେ ସଞ୍ଚୟର ଆଉ ଏକ ଭଲ ଉପାୟ ହେଉଛି ଚିକିତ୍ସା କିମ୍ବା ସ୍ବାସ୍ଥ୍ୟ ବୀମା କରିବା ।

ପ୍ରତି ବର୍ଷ ଅଳ୍ପ ପରିମାଣର ଅର୍ଥ ଦେଇ ଜଣେ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ସହିତ ନିଜ ପରିବାର ପାଇଁ ଅନେକ ବୀମା ନେଇପାରେ । ଆପଣ ବାର୍ଷିକ ପ୍ରାୟ 20,000 ଟଙ୍କା ପ୍ରିମିୟମରେ 3 ଜଣିଆ ପରିବାର(ସ୍ୱାମୀ, ପତ୍ନୀ 40 ବର୍ଷରୁ ଅଧିକ) ପାଇଁ 1 କୋଟି ଟଙ୍କାର ସ୍ବାସ୍ଥ୍ୟ ବୀମା କଭର ପାଇପାରିବେ ।

ଯଦି ଆପଣଙ୍କର ଆୟ କମ, ତେବେ ଆପଣ 10-15 ଲକ୍ଷ ଟଙ୍କା ବୀମା ରାଶିରୁ ଆରମ୍ଭ କରିପାରିବେ । ଯାହା ବାର୍ଷିକ ଏକ ଛୋଟ ପ୍ରିମିୟମ ପେମେଣ୍ଟ ସହ ମଧ୍ୟ ମିଳିପାରିବ । କେତେକ କର୍ମଚାରୀଙ୍କୁ ନିଯୁକ୍ତିଦାତା ସ୍ୱାସ୍ଥ୍ୟ ବୀମା ପଲିସି ଦ୍ୱାରା କଭର କରାଯାଇଥାଏ । କିନ୍ତୁ ସେମାନେ ବୃଦ୍ଧ ପିତାମାତା ଆଦିଙ୍କୁ କଭର କରିନଥାଏ । ସମଗ୍ର ପରିବାର ପାଇଁ standalone health cover କରିବା ଭଲ ।

ସମ୍ଭାବିତ ଆଗୁଆ ଅବସର ନେଇ ରଖନ୍ତୁ ପେନସନ ପ୍ଲାନ

ସମସ୍ତେ ଏହିପରି ଅବସର ବିଷୟରେ କଳ୍ପନା କରନ୍ତି, ଯେତେବେଳେ ସେମାନେ ନିଜ ଗୋଡରେ ଠିଆ ହେବା ସହ ନିଜ ସ୍ବପ୍ନକୁ ପୂର କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ । ଦିନସାରା ଖବରକାଗଜ / ପତ୍ରିକା ପଢିବେ, ଖେଳ ଦେଖିବେ, ବଗିଚା କାମ କରିବେ, ଭ୍ରମଣ କରିପାରିବେ ଆଦି । ଏଣୁ ଆମେ ଆପଣଙ୍କ ସ୍ବପ୍ନ ଭାଙ୍ଗିବାକୁ ଚାହୁଁନାହୁଁ । କିନ୍ତୁ ଅବସର ଅର୍ଥ କେବଳ ଦରମା ନୁହେଁ , ପ୍ରତି ମାସର 30 ତାରିଖରେ ବ୍ୟାଙ୍କରୁ ସେହି ଏସଏମଏସ ଆସିବ ନାହିଁ ।

ଏଣୁ ଯେବେ ଯାଏଁ ଆପଣ କୌଣସି ଏଭଳି ସଂଗଠନରେ କାମ କରୁନାହାନ୍ତି, ଯେଉଁଠି ପେନସନର ଗ୍ୟାରେଣ୍ଟି ଦେଇନଥାଏ , ସେତେବେଳେ ଆପଣ ଘରୋଇ ପେନସନ ଯୋଜନାରେ ନିବେଶ କରିବା ଦରକାର । ତେବେ ଆପଣ ଆତ୍ମନିର୍ଭର ହୋଇପାରିବେ ।

ସମ୍ଭାବିତ ଆଗୁଆ ଅବସର ନେଇ ରଖନ୍ତୁ ପେନସନ ପ୍ଲାନ

ଏଥିପାଇଁ 25 ବର୍ଷ ବୟସରୁ ପ୍ରତିମାସରେ 2000 ଟଙ୍କା ସଞ୍ଚୟ କରିବା କରିବା ଦ୍ବାରା ଆପଣ 55 ବର୍ଷରେ ପହଞ୍ଚିବା ପର୍ଯ୍ୟନ୍ତ ରିଟାୟରମେଣ୍ଟ ପାଣ୍ଠି 46 ଲକ୍ଷ ଟଙ୍କା( ପ୍ରତି ବର୍ଷ 10 ପ୍ରତିଶତ ରିଟର୍ଣ୍ଣ)ର ଏକଜୁଟ କରିପାରିବ । ଏଣୁ ମାସିକ ପେନସନ ଯୋଜନାରେ 2000 ଟଙ୍କା ନିବେଶ ପାଇଁ କଳ୍ପନା କରନ୍ତି, ଆଜି 2000 ଟଙ୍କା ଗୋଟିଏ ପରିବାର ପାଇଁ ଗୋଟିଏ ଦିନର ଫିଲ୍ମ ଓ ଡିନର ଖର୍ଚ୍ଚ କହିଲେ ଚଳେ ।

ଏପରି ବହୁତ ଲୋକ ଅଛନ୍ତି , ଯେଉଁମାନେ ପ୍ରତି ମାସରେ ବହୁତ ଅଧିତ ସଞ୍ଚୟ କରନ୍ତି । ଯେବେ ଆପଣଙ୍କ ପାଖରେ ପେନସନ ଆଶ୍ବନସା ହୋଇଥାଏ ତେବେ ଆପଣ କୌଣସି ସ୍ଥିତିରେ ନିଜ ପରିବାର ବା ଛୁଆଙ୍କ ଉପରେ ନିର୍ଭର କରିବେ ନାହିଁ । ଆପଣ ଯେବେ ଯାଏଁ ଜୀବିତ ରହିବେ, ସେତେବେଳେ ପର୍ଯ୍ୟନ୍ତ ନିଜ ମୁଣ୍ଡ ଉଠାଇ ଆପଣ ବଞ୍ଚିପାରିବେ ।

ପରିବାରର ସ୍ବପ୍ନକୁ ପୂରଣ ପାଇଁ ଜୀବନ ବୀମା କଭର (Get life cover for main breadwinner to shield family’s dreams)

ଆର୍ଥିକ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଲକ୍ଷ୍ୟ ରହିବା ଏକ ଉତ୍ତମ ଉପାୟ । ଏକ ଜରୁରୀକାଳୀନ ପାଣ୍ଠି ଏବଂ ପେନସନ ସ୍କିମ ପାଇଁ ଆପଣ ହୁଏତ ସଞ୍ଚୟ କରି ନିବେଶ କରିଛନ୍ତି । ଆପଣ ନିଜ ପିଲାଙ୍କ ଉଚ୍ଚଶିକ୍ଷା, ବିବାହ ଇତ୍ୟାଦି ପାଇଁ ନିଶ୍ଚିତ ଭାବରେ ପୃଥକ ପାଣ୍ଠି ରଖିଥିବେ । ଡାକ୍ତରଖାନା ବିଲ୍କୁ ଏଡାଇବା ପାଇଁ ଆପଣ ଚିକିତ୍ସା ବୀମା ପ୍ରିମିୟମ ମଧ୍ୟ ଦେବେ । କିନ୍ତୁ, ଯଦି ଆପଣ ଏକ ଗୁରୁତର ଦୁର୍ଘଟଣା ପରେ ରୋଜଗାର କରିବାରେ ଅସମର୍ଥ ହେବେ ତେବେ କଣ ହେବ? ଯଦି ଆପଣ ଏକ ଅକାଳ ମୃତ୍ୟୁକୁ ଭେଟିବ ତେବେ କଣ ହେବ ?

Get life cover for main breadwinner to shield family’s dreams

ସେହି ସମୟରେ ଆପଣଙ୍କ ଜୀବନସାଥୀଙ୍କୁ ପେନସନର ଆବଶ୍ୟକତା ପଡିବ , ଛୁଆଙ୍କୁ ଉଚ୍ଚ ଶିକ୍ଷା ସହ ଭବ୍ୟ ଭାବେ ସେମାନଙ୍କ ବିବାହ କରାଇବା ପାଇଁ ରହିଥିବା ସ୍ବପ୍ନକୁ ଆପଣଙ୍କ ଅନୁପସ୍ଥିତିରେ ପୂରଣର ଗ୍ୟାରେଣ୍ଟି ଦେବାକୁ ଏକ ନିଶ୍ଚିତ ଉପାୟ ହେଉଛି : ଜୀବନ ବୀମା ଟଙ୍କା ପାଇବା । ଯାହାକି ଆପଣଙ୍କ ବିନା ଆପଣଙ୍କ ସ୍ବପ୍ନକୁ ବାସ୍ତବ କରିବ ।

ଯଦି କୌଣସି ପରିବାରର ମୁଖିଆ ନିଜ ଜୀବନର ବୀମା କରନ୍ତି, ତେବେ ତାଙ୍କ ଉପରେ ନିର୍ଭର କରୁଥିବା ଅନ୍ୟ ସଦସ୍ୟଙ୍କ ପାଇଁ ଏକ ସୁରକ୍ଷିତ ଢାଲ ଭାବେ କାମ କରିବ । ଅକାଳ ମୃତ୍ୟୁ କିମ୍ବା ଅକ୍ଷମତା (ଦିବ୍ୟାଙ୍ଗ) ହେଲେ ପରିବାରର ସ୍ୱପ୍ନ ଭାଙ୍ଗିବା ଉଚିତ ନୁହେଁ । ଏକ ଜୀବନ ବୀମା ପଲିସି ଆପଣଙ୍କ ନୋମିନି ଙ୍କୁ ଆପଣ ଚାହୁଁଥିବା ଟଙ୍କା ଦେଇପାରିବ ।

ଆପଣଙ୍କ ପରିବାର ପାଇଁ ସୁରକ୍ଷା ପାଇବାକୁ ହେଲେ ଆପଣଙ୍କୁ ପ୍ରିମିୟମ ଭରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଟର୍ମ ପଲିସି କିଣିବାକୁ ହେବ । ଜଣେ 30 ବର୍ଷ ବୟସ୍କ ବ୍ୟକ୍ତି ଦିନକୁ 50 ଟଙ୍କା ଦେଇ 2 କୋଟି ଟଙ୍କା ଜୀବନ ବୀମା କିଣି ପାରିବେ ।

ଯଦି ସମୟ ପୂର୍ବରୁ ମୃତ୍ୟୁ ଘଟେ, ତେବେ ପରିବାରକୁ 2 କୋଟି ଟଙ୍କା ମିଳିପାରିବ । ଏହି ଟଙ୍କା ଭବିଷ୍ୟତରେ କୌଣସି ମଧ୍ୟ ଯୋଜନାକୁ ପାଣ୍ଠି ଦେବା ପାଇଁ ସମର୍ଥ ହେବ । ଏଭଳି ଭାବେ ଯଦି ଆପଣ ଶାରୀରିକ ଭାବେ ଉପସ୍ଥିତ ନାହାନ୍ତି, ତେବେ ଜୀବନ ବୀମା ଆପଣଙ୍କ ପରିବାର ଓ ଆଶ୍ରିତଙ୍କୁ ଆତ୍ମନିର୍ଭର କରିବ ।

(ଉପରୋକ୍ତ ପରାମର୍ଶ କୁମାର ଶଙ୍କରଙ୍କ ଦ୍ବାରା ଲିଖିତ, ଲେଖର ଜଣେ ଫାଇନାନ୍ସିଆଲ ଜର୍ଣ୍ଣାଲିଷ୍ଟ, ବିଶେଷ କରି ବ୍ୟକ୍ତିଗତ ଫାଇନାନ୍ସ ଉପରେ )

Disclaimer:ଏହି ବିଚାର ଲେଖକଙ୍କ ବ୍ୟକ୍ତିଗତ, ଇଟିଭି ଭାରତ କିମ୍ବା ଏହାର ମ୍ୟାନେଜମେଣ୍ଟର ନୁହେଁ । ଏସବୁ ନିବେଶ ପରାମର୍ଶ ଭାବେ ନେବା ଠିକ ନୁହେଁ । ଇଟିଭି ଭାରତ ପାଠକ କୌଣସି ମଧ୍ୟ ନିବେଶ କରିବା ପୂର୍ବରୁ କୌଣସି ଯୋଗ୍ୟ ପରାମର୍ଶଦାତାଙ୍କ ପରାମର୍ଶ ନେବା ଦରକାର ।

ଯଦି ଆପଣଙ୍କ ପାଖରେ ବ୍ୟକ୍ତିଗତ ଫାଇନାନ୍ସ ସମ୍ବନ୍ଧିତ କୌଣସି ପ୍ରଶ୍ନ ରହିଛି , ତେବେ ଆମେ ଏକ ବିଶେଷଜ୍ଞଙ୍କ ଦ୍ବାରା ଉତ୍ତର ଦେବାକୁ ପ୍ରୟାସ କରିବୁ, ସମ୍ପୁର୍ଣ୍ଣ ସୂଚନା ସହ businessdesk@etvbharat.com ରେ ଆମକୁ ସମ୍ପର୍କ କରନ୍ତୁ ।

ABOUT THE AUTHOR

...view details