ଓଡିଶା

odisha

ETV Bharat / business

କୋଭିଡ ଖାଇଛି ମହିଳାଙ୍କ ରୋଜଗାର, ବଦଳିଛି ଜୀବନଶୈଳୀ

କର୍ମକ୍ଷେତ୍ରରେ ଏତେ କମ୍ ମହିଳାଙ୍କ ମଧ୍ୟରେ ବେକାରୀ ହାର ପୁରୁଷଙ୍କ ତୁଳନାରେ 17 ପ୍ରତିଶତକୁ ବୃଦ୍ଧି ପାଇଛି । ପୁରୁଷଙ୍କ ବେକାରୀ ହାର 6 ପ୍ରତିଶତ ଅଛି । ଅଧିକ ପଢନ୍ତୁ..

By

Published : Mar 12, 2021, 9:54 PM IST

କୋଭିଡ ଖାଇଛି ମହିଳାଙ୍କ ରୋଜଗାର, ବଦଳିଛି ଜୀବନଶୈଳୀ
କୋଭିଡ ଖାଇଛି ମହିଳାଙ୍କ ରୋଜଗାର, ବଦଳିଛି ଜୀବନଶୈଳୀ

ନୂଆଦିଲ୍ଲୀ: କୋଭିଡ-19 ଯୋଗୁଁ ବହୁତ ଭାରତୀୟ ମହିଳାଙ୍କୁ ନିଜ କ୍ୟାରିଅର ମଝିରେ ଛାଡିବାକୁ ପଡିଛି । ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ କାର୍ଯ୍ୟସ୍ଥଳରେ 71 ପ୍ରତିଶତ କାର୍ଯ୍ୟରତ ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାର ବର୍ତ୍ତମାନ ମାତ୍ର 11 ପ୍ରତିଶତ ରହିଛି ।

କର୍ମକ୍ଷେତ୍ରରେ ଏତେ କମ୍ ମହିଳାଙ୍କ ମଧ୍ୟରେ ବେକାରୀ ହାର ପୁରୁଷଙ୍କ ତୁଳନାରେ 17 ପ୍ରତିଶତକୁ ବୃଦ୍ଧି ପାଇଛି । ପୁରୁଷଙ୍କ ବେକାରୀ ହାର 6 ପ୍ରତିଶତ ଅଛି । କୋଭିଡ-19 କବଳରୁ ମୁକୁଳିବା ପାଇଁ ସଂଘର୍ଷ କରୁଥିବା ମହିଳା ଏବେ ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ସହ କୌଣସି କାରବାର ଆରମ୍ଭ କରି ଆତ୍ମନିର୍ଭରତା ହାସଲ ଏବଂ ଉଦ୍ୟୋଗୀ ହେବାକୁ ସ୍ବପ୍ନ ଦେଖୁଛନ୍ତି । ଏ ନେଇ ସର୍ଭେରେ ଦର୍ଶାଯାଇଛି ।

ବବଲ ଏ ଆଇ ଦ୍ବାରା 2021 ଜାନୁଆରୀରୁ ଗତ 2 ମାସରେ କରାଯାଇଥିବା ଏହି ସର୍ଭେର ରିପୋର୍ଟ କହିଛି କି, ସର୍ଭେକ୍ଷଣ ଅଧିନରେ ଆସିଥିବା 55 ପ୍ରତିଶତରୁ ଅଧିକ ମହିଳା ଏବେ ନିଜ ସ୍ବାସ୍ଥ୍ୟ , ଫିଟନେସ ଓ ଉତ୍ସାହ ଉପରେ ଧ୍ୟାନ ଦେଉଛନ୍ତି । ଆଉ ଏଥିସହ ଏ ସମ୍ବନ୍ଧରେ ନିଜ ବନ୍ଧୁଙ୍କୁ ନିଜ ଅନୁଭବ ଓ ଚିନ୍ତା ଖୋଲିକରି ସେୟାର କରୁଛନ୍ତି ।

ଭାରତୀୟଙ୍କ ଦୃଷ୍ଟିକୋଣରୁ ରିପୋର୍ଟରେ କୁହାଯାଇଛି କି କୋଭିଡ-19 କାରଣରୁ ବହୁତ ଭାରତୀୟ ମହିଳାଙ୍କୁ ନିଜ କ୍ୟାରିଅର ମଝିରେ ଛାଡିବାକୁ ପଡିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଅନୁସାରେ ମହିଳାଙ୍କ ଶ୍ରମ ବଳରେ ଯୋଗଦାନ ହ୍ରାସ ହୋଇଛି । ଏଥିରେ କୁହାଯାଇଛି ଯେ କର୍ମକ୍ଷେତ୍ରରେ କାର୍ଯ୍ୟରତ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଉପସ୍ଥାନ ହାର 11 ପ୍ରତିଶତ ଅଟେ ।

ରିପୋର୍ଟରେ, କୋଭିଡ ପରବର୍ତ୍ତୀ ପରିସ୍ଥିତିରେ ମହିଳାଙ୍କ ଜୀବନଶୈଳୀରେ ପରିବର୍ତ୍ତନକୁ ଆକଳନ କରିବାକୁ ଚେଷ୍ଟା କରାଯାଇଛି । ରିପୋର୍ଟ ମୁତାବକ, ସ୍ବାମୀ ଏବଂ ପ୍ରେମିକ ସାଧାରଣତଃ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ଯେକୌଣସି କ୍ଷେତ୍ରରେ 'ସରି' ଶବ୍ଦ କହିବାକୁ ପଡୁଛି । କିନ୍ତୁ ସର୍ଭେରେ କୁହାଯାଇଛି ଯେ ଗତ ଦୁଇ ମାସରେ ହାରାହାରି ଜଣେ ମହିଳା 18 ଥରରୁ ଅଧିକ ସରି ଶବ୍ଦ ବ୍ୟବହାର କରିଛନ୍ତି । ଏହା ପରେ ହାରାହାରି ଜଣେ ମହିଳା 16 ଥର 'ପ୍ରେମ' ଏବଂ 15 ଥର 'ହଁ' କହିଛନ୍ତି ।

ବବଲ ଏଆଇ ହେଉଛି ଏକ ମିଡିଆ ପ୍ଲାଟଫର୍ମ କମ୍ପାନୀ । ଯାହା କୋରୋନା ମହାମାରୀ ସମୟରେ ମହିଳାମାନେ କେଉଁ ବିଷୟରେ ଆଲୋଚନା କରୁଛନ୍ତି ତାହା ଜାଣିବା ପାଇଁ ସର୍ଭେ କରିଥିଲା ।

ABOUT THE AUTHOR

...view details