ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)କୁ ସୁପ୍ରିମକୋର୍ଟଙ୍କ ଝଟକା । ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଲେ 12 ଫେବୃଆରୀରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାର। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ପାୱାର କମ୍ପାନୀ, ସୁଗାର ଓ ଇଫ୍ରାଷ୍ଟଚର କମ୍ପାନୀ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି।
ଆରବିଆଇକୁ ସୁପ୍ରିମକୋର୍ଟଙ୍କ ଝଟକା - strike
ଆରବିଆଇ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ଅସାମ୍ବିଧାନିକ ଦର୍ଶାଇ 12 ଫେବୃଆରୀରେ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ସର୍କୁଲାର ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ।
ସୂଚନା ଥାଉ ଯେ, ଆରବିଆଇ ଜାରି କରିଥିବା ଏହି ସର୍କୁଲାରରେ ଋଣରେ ବୁଡି ରହିଥିବା କମ୍ପାନୀଙ୍କୁ ‘ଦେବାଳିଆ’ ଘୋଷିତ କରିବାକୁ ଦର୍ଶାଇଥିଲେ । ଏଥିରେ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଯଦି 2000 କୋଟିରୁ ଅଧିକ ଋଣର ମାମଲା ରହିଥିବ ଆଉ ତାହାକୁ 180 ଦିନ ମଧ୍ୟରେ ସମାଧାନ କରାନଯିବ ତେବେ ତାହାକୁ ଇନ୍ସାଲ୍ବେସୀ (IBC) ଅନ୍ତର୍ଗତ କରାଯିବ । ଏହି ସହ ଏପରି ମାମଲା ସମ୍ବନ୍ଧରେ ବ୍ୟାଙ୍କ ଏନସିଏଲଟିକୁ ଅବଗତ କରାଇବ।
ଆରବିଆଇର ଏହି ନୋଟିସ ବଡ ବଡ ଉଦୌଗିକ କମ୍ପାନୀଙ୍କ ଚିନ୍ତାରେ ପଡିଯାଇଥିଲେ । କାରଣ ଏହି ସବୁ କମ୍ପାନୀ ବ୍ୟାଙ୍କ ଗୁଡିକରୁ ଅଧିକ ଋଣ ନେଇ ଋଣ ଭାରରେ ବୁଡି ରହିଥିଲେ । ଯାହାକି ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଆଶ୍ବସ୍ତି ଲାଭ କରିଛନ୍ତି ।