ଓଡିଶା

odisha

ETV Bharat / business

କୋରୋନା ଲଢେଇ, ‘ରାଜ୍ୟକୁ 20 ଲକ୍ଷ କୋଟି ଟଙ୍କା ଏକତ୍ର କରିବା ଜରୁରୀ’ - States should come forward with Rs 20 lakh cr to battle COVID-19

ରାଜ୍ୟ ସରକାରଙ୍କୁ 20 ଲକ୍ଷ କୋଟି ଟଙ୍କା ସହିତ ଆଗକୁ ଆସିବାକୁ ପଡିବ । ଯେତେବେଳେ କି ସାର୍ବଜନୀନ ଓ ଘରୋଇ ଭାଗିଦାରୀ ନିବେଶରୁ ଆଉ 10 ଲକ୍ଷ କୋଟି ଆସିବ । ଫଳରେ ଅର୍ଥନୀତିକୁ 50 ଲକ୍ଷ କୋଟି ଟଙ୍କାର ବୁଷ୍ଟର ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

Nitin Gadkari
କୋରୋନା ଲଢେଇ

By

Published : May 27, 2020, 11:18 PM IST

ନୂଆଦିଲ୍ଲୀ: କୋରୋନା ପ୍ରଭାବିତ ଅର୍ଥନୀତିକୁ ଗତି ଦେବା ପାଇଁ ବଜାରରେ ଆହୁରି ନଗଦ ଯୋଗାଇବାକୁ ପଡିବ । ଆଉ ରାଜ୍ୟ ସରକାରଙ୍କୁ 20 ଲକ୍ଷ କୋଟି ଟଙ୍କା ସହିତ ଆଗକୁ ଆସିବାକୁ ପଡିବ। ଯେତେବେଳେ କି ସାର୍ବଜନୀନ ଓ ଘରୋଇ ଭାଗିଦାରୀ ନିବେଶରୁ ଆଉ 10 ଲକ୍ଷ କୋଟି ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି କି, ଏହି ଟଙ୍କା ସହ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ମିଶାଇଲେ 50 ଲକ୍ଷ କୋଟି ଟଙ୍କାର ଲିକ୍ୟୁଡିଟି ବଜାରକୁ ଆସିବ । ଯାହା ଦ୍ବାରା ଅର୍ଥବ୍ୟବସ୍ଥା ଉପରେ କୋଭିଡ-19 ଯୋଗୁଁ ପଡିଥିବା ନକରାତ୍ମକ ପ୍ରଭାବର ମୁକାବିଲା ସହଜ ହେବ ।

ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ପୂରା ବିଶ୍ବ ଏବେ ଏହି ସଙ୍କଟ ମଧ୍ୟ ଦେଇ ଗତି କରୁଛି ।

ସଙ୍କଟର ମୁକାବିଲା ପାଇଁ ଆମେରିକା 2 ଟ୍ରିଲିୟନ ଡଲାରର ଆର୍ଥିକ ପ୍ୟାକେଜ ଘୋଷଣା କରିଛି । ଯେତେବେଳେ କି ଜାପାନ ନିଜ ଦେଶର ମୋଟ ଘରୋଇ ଉତ୍ପାଦର 12 ପ୍ରତିଶତ ସମାନ ପ୍ୟାକେଜ ଘୋଷଣା କରିଛି । ଏପେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ପ୍ୟାକେଜ ଜଡିପିର 10 ପ୍ରତିଶତ ବୋଲି ଜଣାଇଛନ୍ତି ଗଡକରୀ ।

କୋଭିଡ-19 ମାଡରେ ଦିଗହରା ହୋଇଥିବା ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ଏବେ ଆହୁରି ଅଧିକ ଉତ୍ସ ଏକତ୍ର କରିବାକୁ ପଡିବ । ରାଜ୍ୟ ଏବଂ ସାର୍ବଜନୀନ-ଘରୋଇ ନିବେଶ ଏଥିସହ ଆତ୍ମନିର୍ଭର ଭାରତ ପ୍ୟକେଜର 20 ଲକ୍ଷ କୋଟି ଦ୍ବାରା ଅର୍ଥବ୍ୟବସ୍ଥାକୁ 50 ଲକ୍ଷ କୋଟି ଟଙ୍କା ମିଳିପାରିବ ବୋଲି ଗଡକରୀ ହିସାବ ଲଗାଇଛନ୍ତି ।

ABOUT THE AUTHOR

...view details