ଓଡିଶା

odisha

By

Published : Oct 29, 2019, 4:57 PM IST

ETV Bharat / business

‘ତେଲ ଦର ସ୍ଥିର ରହିଲେ ବଢିବ ବିଶ୍ବ ଅର୍ଥ ବ୍ୟବସ୍ଥା’

ସାଉଦି ଆରବରେ ମୋଦିଙ୍କ ଆହ୍ବାନ । ଅଶୋଧିତ ତେଲ କରିବ ବିଶ୍ବକୁ ପାର । ବିଶ୍ବ ଅର୍ଥବ୍ୟବସ୍ଥା ବୃଦ୍ଧି ପାଇଁ ତେଲ ଦାମରେ ସ୍ଥିରତା ଜରୁରୀ । ଅରବ ନ୍ୟୁଜକୁ ସାକ୍ଷାତକାର ଦେଇ କହିଲେ ମୋଦି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଶ୍ବ ଅର୍ଥ ବ୍ୟବସ୍ଥା ଅଭିବୃଦ୍ଧିରେ ଅଶୋଧିତ ତୈଳ ଦରଦାମରେ ସ୍ଥିରତା ଅତ୍ୟାବଶ୍ୟକ । ଏଥିପାଇଁ ତେଲ ଦାମରେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରାଯାଉଛି । ଏହି ଧାରାରେ ଭାରତ ଓ ସାଉଦି ଆରବ ମଧ୍ୟରେ କ୍ରୟ-ବିକ୍ରୟ ସମ୍ବନ୍ଧ ଆହୁରି ଘନିଷ୍ଠ କରିବାକୁ ରଣନୀତି ତିଆରି ହେଉଛି । ସାଉଦି ଆରବ ଗସ୍ତରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମାଚାର ପତ୍ର ଅରବ ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ।


ଭାରତର ଉର୍ଜା ଚାହିଦା ପୂରଣ ପାଇଁ ସାଉଦି ଆରବର ଭୂମିକା ଭରସାଯୋଗ୍ୟ ବୋଲି ମୋଦି କହିଛନ୍ତି । ଏବେ ସାଉଦି ଆରବ ଭାରତର ତେଲ ଏବଂ ଗ୍ୟାସ ଶୋଧନ ଏବଂ ବିପଣନ (ଡାଉନଷ୍ଟ୍ରୀମ) ଯୋଜନାରେ ନିବେଶ କରିବାକୁ ଯାଉଛି ।

ଇରାନ ପରେ ଭାରତର ତେଲ ଚାହିଦା ସାଉଦି ଆରବ ପୂରଣ କରୁଛି । ଗତ ଆର୍ଥିକ ବର୍ଷ (2018-19)ରେ ସାଉଦି ଆରବ ଭାରତକୁ 4.03 କୋଟି ଟନ ଅଶୋଧିତ ତୈଳ ବିକ୍ରି କରିଥିଲା । ସେହି ସମୟରେ ଭାରତର ଆମଦାନୀ 20.73 କୋଟି ଟନ ରହିଥିଲା । ଭାରତ ତାର ଅଶୋଧିତ ତୈଳ ଚାହିଦାର 83 ପ୍ରତିଶତ ସାଉଦି ଅରବରୁ ଆମଦାନୀ କରିଥାଏ ।

ସୋମବାର ରାତିରେ ମୋଦି ସାଉଦି ଆରବରେ ପହଞ୍ଚିଥିଲେ । ଏଠାରେ ବହୁ ମହତ୍ବପୂର୍ଣ୍ଣ ଆର୍ଥିକ ସମ୍ମିଳନୀରେ ଯୋଗ ଦେବେ । ଏଠିସହ ଏଠାକାର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା ନେଇ କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଯେ, ସାଉଦିର ଅରାମକୋ ହେଉଛି ବିଶ୍ବର ସର୍ବ ବୃହତ୍ତ ତୈଳ କମ୍ପାନୀ ସହ ସର୍ବାଧିକ ପ୍ରଫିଟ କମାଉଥିବା ତେଲ ଭଣ୍ଡାର । ଏବେ ଏହା ସେପ୍ଟେମ୍ବର 14ରେ ହୋଇଥିବା ଡ୍ରୋନ ଆକ୍ରମଣରୁ ମୁକୁଳିବାକୁ ପ୍ରୟାସ କରୁଛି । ଏହି ଆକ୍ରମଣ ଯୋଗୁଁ ଅରାମକୋର ଦୈନିକ ପ୍ରାୟ 57 ଲକ୍ଷ ବ୍ୟାରେଲ ଉତ୍ପାଦନ ପ୍ରଭାବିତ ହୋଇଥିଲା ।

ABOUT THE AUTHOR

...view details