ଓଡିଶା

odisha

ETV Bharat / business

ନିର୍ମଳାଙ୍କ ତୃତୀୟ ପ୍ରେସମିଟ: ରପ୍ତାନୀ ଓ ରିୟଲ ଇଷ୍ଟେଟକୁ ଫୋକସ - ରପ୍ତାନୀକୁ ବୁଷ୍ଟର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପଛକୁ ପଛ ତୃତୀୟ ପ୍ରେସମିଟ । ସରକାରଙ୍କ ଫୋକସରେ ରପ୍ତାନୀ ଏବଂ ଗୃହକ୍ରେତା । ଦେଶରେ ରିୟଲ ଇଷ୍ଟେଟକୁ ମାନ୍ଦାବସ୍ଥାରୁ ମୁକାଳାଇବା ପାଇଁ ସରକାର 10 ହଜାର କୋଟି ଟଙ୍କା ଫଣ୍ଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଫଟୋ ସୌଜନ୍ଯ-ଏଏନଆଇ

By

Published : Sep 14, 2019, 4:21 PM IST

ନୂଆଦିଲ୍ଲୀ: ମାନ୍ଦାବସ୍ଥାରୁ ମୁକୁଳିବା ଏବଂ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପୁଣି ସରକାର ବହୁ ପଦକ୍ଷେପ ଉଠାଇଛନ୍ତି । ଗତ ମାସରେ ବହୁ ଆର୍ଥିକ ସଂସ୍କାର ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଯେଉଁଥିପାଇଁ ବ୍ୟାଙ୍କର କ୍ରେଡିଟ ଆଉଟ-ଫ୍ଲୋ ବଢିଛି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ ବର୍ତ୍ତମାନର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇବା ପାଇଁ ବହୁ ଘୋଷଣା କରିଛନ୍ତି । ତେବେ ସରକାର 50 ହଜାର କୋଟି ଟଙ୍କା ଖର୍ଚ୍ଚ କରି ରପ୍ତାନୀ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ 10 ହଜାର କୋଟି ରିୟଲ ଇଷ୍ଟେଟରେ ବିନିଯୋଗ କରିବେ ।

ଅର୍ଥମନ୍ତ୍ରୀଙ୍କ ଘୋଷଣାର ହାଇଲାଇଟ୍ସ-

  • ରପ୍ତାନୀ ବୃଦ୍ଧି ନେଇ ବହୁ ପଦକ୍ଷେପ ଉଠାଯାଇଛି । ଆଗକୁ ବି ନୂଆ ସ୍କିମ ଲାଗୁ ହେବ ।
  • ରପ୍ତାନୀ ଉପରେ ଇ-ରିଫଣ୍ଡ ବ୍ୟବସ୍ଥା ଚଳିତ ମାସରେ ଅନ୍ତିମରୁ ଲାଗୁ ।
  • ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ 2020ରୁ ମେଗା ସପିଙ୍ଗ ଫେଷ୍ଟିଭାଲ । ମାର୍ଚ୍ଚରେ 4 ମେଗା ସପିଙ୍ଗ ଫେଷ୍ଟିଭାଲ । 4ଟି ଅଲଗା ସହରରେ ଆୟୋଜନ ହେବ ଫେଷ୍ଟିଭାଲ ।
  • ରପ୍ତାନୀ ଉତ୍ପାଦ ଟିକସ ଫ୍ରି ହେବା ପାଇଁ ଯୋଜନା ଚାଲିଛି ।
  • NBFC କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ଫାଇଦା
  • ଦ୍ରବ୍ୟ ଓ ସେବାରେ MEIS ବଦଳରେ ନୂଆ ସ୍କିମ ।
  • NBFC କ୍ରେଡିଟ ଗ୍ୟାରେଣ୍ଟି ସ୍କିମ ଫାଇଦା
  • 19 ତାରିଖ ପୂର୍ବରୁ ପିଏସବି ବ୍ୟାଙ୍କ ସହ ବୈଠକ ହେବ ।
  • ନୋଟିସ ସିଷ୍ଟମ ଜରିଆରେ ସବୁ ନିୟମ ଲାଗୁ ।
  • ଆୟକରରେ ଇ-ଆସେସମେଣ୍ଟ ସ୍କିମ ଲାଗୁ ।
  • କ୍ଷୁଦ୍ର ଟିକସ ଡିଫଲ୍ଟ କରିବା ଉପରେ ମକଦ୍ଦମା ହେବ ନାହିଁ । 25ଲକ୍ଷର ଡିଫଲ୍ଟ (ଋଣ ଖିଲାପ) ପାଇଁ 2 ଅଫିସରଙ୍କ ମଞ୍ଜୁରୀ ଜରୁରୀ ।
  • ଚଳିତ ବର୍ଷରେ ଶେଷ ତାରିଖ ସୁଦ୍ଧା ଟେକ୍ସଟାଇଲରେ MEIS
  • ଏମଏସଇ ଏକ୍ସପୋର୍ଟଙ୍କୁ କ୍ରେଡିଟ ସ୍କିମରୁ ମୁକ୍ତି
  • ଏକ୍ସପୋର୍ଟ ଅବଧିକୁ କମ କରିବାକୁ ଆକ୍ସନ ପ୍ଲାନ
  • ଦ୍ରବ୍ୟ ଓ ସେବା କରକୁ MEIS ବଦଳରେ RDToP schem
  • ଆଫର୍ଡୋବେଲ, ମିଡିଲ ଇନକମ ହାଉସିଙ୍ଗ ପାଇଁ 10 ହଜାର କୋଟିର ଫଣ୍ଡ ସରକାର ଦେବା ବେଳେ LIC, PSB ଭଳି ଏଜେନ୍ସି 10 ହଜାର କୋଟି ନିବେଶ କରିବ ।
  • ସୁଲଭ ଘର ଉପରେ ସହଜ ହେବ ECB ଗାଇଡଲାଇନ
  • ହାଉସିଙ୍ଗ ପ୍ରୋଜେକ୍ଟ ପାଇଁ ସ୍ପେଶାଲ ୱିଣ୍ଡୋ

ABOUT THE AUTHOR

...view details