ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ଆଗତ ହେବ ମୋଦି ସରକାରର ଦ୍ବିତୀୟ ଇନିଂସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ବଜେଟ ଉପସ୍ଥାପନ କରିବେ ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ନିଯୁକ୍ତି ଠାରୁ ନିବେଶକ ପ୍ରତିଟି କ୍ଷେତ୍ର ଉପରେ ସରକାର ପ୍ରାଧାନ୍ୟ ଦେଇପାରନ୍ତି ।
ବଜେଟରେ ଆୟକର ଛାଡ ସୀମା ବୃଦ୍ଧି କରାଯିବା ସହ କମ୍ପାନୀର ଆର୍ଥିକ ବିକାଶ ପାଇଁ ନ୍ୟୁନତମ ବିକଳ୍ପ ଟ୍ୟାକ୍ସ(MAT)କୁ ବନ୍ଦ କରିବା ନେଇ ବିଶେଷଜ୍ଞ ମତ ଦେଇଛନ୍ତି । ବଜେଟରେ ଏହି ବଡ ଘୋଷଣା ହେଲେ ସାଧାରଣ ଲୋକେ ଏବଂ ମଧ୍ୟମ ବର୍ଗ ବିଶେଷ ଉପକୃତ ହେବେ । ଚଳିତ ଆର୍ଥିକ ବର୍ଷରେ ବଜେଟ ନେଇ ଅନ୍ୟାନ୍ୟ ହିତାଧିକାରୀଙ୍କ ବ୍ୟତୀତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହ ବିଚାରବିମର୍ଶ କରାଯାଇଛି । ଏପରିକି ସିଆଇଆଇ ଓ ଏଫଆଇସିସିଆଇଙ୍କ ସହିତ ମଧ୍ୟ ବଜେଟ ନେଇ ସରକାର ମତ ବିନିମୟ କରିଛନ୍ତି ।