ଓଡିଶା

odisha

By

Published : Jun 3, 2020, 2:45 PM IST

ETV Bharat / business

କୋଭିଡ-19 ମାଡ, ସେବା କ୍ଷେତ୍ର ଗତିବିଧିରେ ରେକର୍ଡ ହ୍ରାସ

କୋରୋନା କଟକଣା । ନିଯୁକ୍ତି ହ୍ରାସ ଯୋଗୁଁ ମେ ମାସରେ ସେବା କ୍ଷେତ୍ରର ଗତିବିଧିରେ ତୀବ୍ର ହ୍ରାସ ଦେଖାଦେଇଛି । ଅଧିକ ପଢନ୍ତୁ..

Services activity contracts sharply in May due to COVID-19, firms cut jobs: PMI
କୋଭିଡ-19 ମାଡ, ସେବା କ୍ଷେତ୍ର ଗତିବିଧିରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ଦେଶରେ ସେବା କ୍ଷେତ୍ରର ଗତିବିଧିରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି । ଲକଡାଉନ କଟକଣା ମଧ୍ୟରେ ସମସ୍ତେ ଘର ବନ୍ଦ ଯୋଗୁଁ ଚାହିଦା ଶୂନ ରହିଛି ।

ଆଇଏଚଏସ ମାର୍କିଟ ଭାରତ ସେବା କାରବାର ଗତିବିଧି ସୂଚକାଙ୍କ ମେ ମାସରେ 12.6 ପ୍ରତିଶତରେ ରହିଛି । ଏହି ମାସିକ ସର୍ବେକ୍ଷଣ ରିପୋର୍ଟ ବୁଧବାକ ପ୍ରକାଶ ପାଇଛି ।

ରିପୋର୍ଟ ମୁତାବକ, ଯଦିଓ ସୂଚକାଙ୍କ ଏପ୍ରିଲର ଅପ୍ରତ୍ୟାଶିତ 5.4 ଠାରୁ ଅଧିକ, ତଥାପି ଏହା କୋରୋନା ମହାମାରୀ ପୂର୍ବ ସ୍ତରଠାରୁ ବହୁତ କମ ଅଟେ । ସୂଚକାଙ୍କର ଏହି ସ୍ତର ସମଗ୍ର ଭାରତରେ ସେବା କ୍ଷେତ୍ରରେ ମାନ୍ଦାବସ୍ଥାର ପ୍ରବେଶକୁ ସଙ୍କେତ ଦେଉଛି ।

ଆଇଏଚଏସ ମାର୍କିଟ ଇଣ୍ଡିଆ ସର୍ଭିସେସ ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମଆଇ) ଅନୁସାରେ 50 ପଏଣ୍ଟରୁ ଅଧିକ ଅର୍ଥ ଗତିବିଧିରେ ବିସ୍ତାର , ଆଉ ଏହା ଠାରୁ କମ ଥିଲେ ହ୍ରାସକୁ ସୂଚାଇଥାଏ ।

ନୂଆ କାରବାର ବୃଦ୍ଧି ଓ ନିଯୁକ୍ତି ସୃଷ୍ଟିରେ ହ୍ରାସ ଏବଂ ଉତ୍ପାଦନ ଠପ ଯୋଗୁଁ ପିଏମଆଇ ଇଣ୍ଡେକ୍ସ ସ୍ତର ଧରାଶାୟୀ ହୋଇଛି ।

ABOUT THE AUTHOR

...view details