ନୂଆଦିଲ୍ଲୀ:ପାର୍ବଣରେ ଜନସାଧାରଣଙ୍କ ପାଇଁ ଖୁସିଖବର । ଦରଦାମ ବୃଦ୍ଧିକୁ ନେଇ ବିରୋଧୀଙ୍କ ଟାର୍ଗେଟ ମଧ୍ୟରେ ମୋଦି ସରକାରଙ୍କୁ ମିଳିଛି ବଡ ଆଶ୍ବସ୍ତି । ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତିରେ ବୃହତ ହ୍ରାସ ପରିଲକ୍ଷିତ ହୋଇଛି । ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ରହିଛି 4.45 ପ୍ରତିଶତ । ଅଗଷ୍ଟରେ ଏହା ୫.୩ ପ୍ରତିଶତ ରହିଥିଲା । ଦୀର୍ଘ ୫ ମାସ ମଧ୍ୟରେ ଖୁଚୁରା ମୁଦ୍ରାସ୍ପୀତିରେ ରେକର୍ଡ ହ୍ରାସ ଦେଖିବାକୁ ମିଳିଛି ।
Retail Inflation: ପାର୍ବଣରେ ବଡ ଆଶ୍ବସ୍ତି, 4.45%କୁ ଖସିଲା ଖୁଚୁରା ମୁଦ୍ରାସ୍ପୀତି - ଖୁଚୁରା ମୁଦ୍ରାସ୍ପୀତି
ଦରଦାମ ବୃଦ୍ଧିକୁ ନେଇ ବିରୋଧୀଙ୍କ ଟାର୍ଗେଟ ମଧ୍ୟରେ ମୋଦି ସରକାରଙ୍କୁ ମିଳିଛି ବଡ ଆଶ୍ବସ୍ତି । ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତିରେ ବୃହତ ହ୍ରାସ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ...
![Retail Inflation: ପାର୍ବଣରେ ବଡ ଆଶ୍ବସ୍ତି, 4.45%କୁ ଖସିଲା ଖୁଚୁରା ମୁଦ୍ରାସ୍ପୀତି Retail Inflation: ପାର୍ବଣରେ ବଡ ଆଶ୍ବସ୍ତି, 4.45 ପ୍ରତିଶତକୁ ଖସିଲା ଖୁଚୁରା ମୁଦ୍ରାସ୍ପୀତି](https://etvbharatimages.akamaized.net/etvbharat/prod-images/768-512-13338240-thumbnail-3x2-la.jpg)
ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଖାଦ୍ୟ ସାମଗ୍ରୀ ମୂଲ୍ୟ ଶସ୍ତା ହେବା କାରଣରୁ ଖୁଚୁରା ମୁଦ୍ରାସ୍ପୀତିରେ ହ୍ରାସ ଘଟିଛି । ଖାଦ୍ୟ ମୁଦ୍ରାସ୍ପୀତି (Food Inflation) ସେପ୍ଟେମ୍ବରରେ ୦.୬୮ ପ୍ରତିଶତକୁ ହ୍ରାସ ପାଇଛି । ଅଗଷ୍ଟରେ ଏହି ଦର ୩.୧୧ ପ୍ରତିଶତ ରହିଥିଲା । NSO ପକ୍ଷରୁ ସେପ୍ଟେମ୍ବର ମାସ ପାଇଁ ଖୁଚୁରା ମୁଦ୍ରାସ୍ପୀତି ତଥ୍ୟ ଜାରି କରାଯାଇଛି ।
ସେପ୍ଟେମ୍ବର 2021ରେ, ଶସ୍ୟ ଏବଂ ଉତ୍ପାଦର ଖୁଚୁରା ମୁଦ୍ରାସ୍ଫୀତି ହାର 0.61 ପ୍ରତିଶତ, ମାଂସ ଏବଂ ମାଛ 7.99 ପ୍ରତିଶତ, କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟ 3.13 ପ୍ରତିଶତ, ଫଳ 3.70 ପ୍ରତିଶତ, ପନିପରିବା 22.47 ପ୍ରତିଶତ, ଡାଲି ଏବଂ ଡାଲି ଜାତୀୟ ଉତ୍ପାଦ 8.75 ପ୍ରତିଶତ ରହିଛି ।