ଓଡିଶା

odisha

ETV Bharat / business

କମିଲା ସୁଧ,ଶସ୍ତା ହେଲା ଏସବିଆଇ ଲୋନ - ଶସ୍ତା ହେଲା ଏସବିଆଇ ଲୋନ

ଶସ୍ତା ହେଲା ଏସବିଆଇ ଲୋନ । 10 ବେସିସ ପଏଣ୍ଟ କମିଲା ମାର୍ଜିନାଲ କଷ୍ଟ ଫଣ୍ଡସ ଆଧାରିତ ଲ୍ୟାଣ୍ଡିଙ୍ଗ ରେଟ । ଏବେ ବାର୍ଷିକ MCLR 8.15%ରହିବ । ଆସନ୍ତାକାଲିରୁ ନୂଆ ନିୟମ ଲାଗୁ ।

ପ୍ରତିକାତ୍ମକ ଫଟୋ

By

Published : Sep 9, 2019, 11:49 AM IST


ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିଖବର । କମିଲା ସୁଧ ହାର । ସୋମବାର ଏସବିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ମାର୍ଜିନାଲ କଷ୍ଟ ଫଣ୍ଡସ ଆଧାରିତ ଲ୍ୟାଣ୍ଡିଙ୍ଗ ରେଟ(MCLR )କୁ 10 ବେସିସ ପଏଣ୍ଟ ହ୍ରାସ କରିଛି । ଏହା ସମସ୍ତ ଅବଧିର ଋଣ ପାଇଁ ଲାଗୁ ହୋଇଛି । ଆସନ୍ତାକାଲି ଠାରୁ ଏହି ନୂଆ ନିୟମ ଲାଗୁ ହେବ ।

ଏଣିକି ଏସବିଆଇର ବାର୍ଷିକ MCLR 8.15 ପ୍ରତିଶତ ରହିବ । ଗତ ମାସରେ ରେପାରେଟ ହ୍ରାସ ପରେ ଏସବିଆଇ ତାର MCLR 15 ପ୍ରତିଶତ କମାଇ 8.25 କରିଥିଲା । ତେବେ ଆଜିର ହ୍ରାସକୁ ମିଶାଇ 2019-20 ଆର୍ଥିକ ବର୍ଷରେ ଏସବିଆଇ ଲଗାତର ପଞ୍ଚମଥର ପାଇଁ MCLR କମାଇଛି ।

ଏହା ଫଳରେ ଗୃହ, କାର, ଓ ବ୍ୟକ୍ତିଗତ ଋଣ ସବୁ ଶସ୍ତା ହୋଇଯିବ । ଦେଶର ସର୍ବବୃହତ୍ତ ବ୍ୟାଙ୍କରେ ଲଗାତାର ଋଣ ହ୍ରାସ , ଗ୍ରାହକଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହେବ ।

ABOUT THE AUTHOR

...view details