ଓଡିଶା

odisha

By

Published : Nov 12, 2019, 11:13 PM IST

ETV Bharat / business

ବିପଦ ଘଣ୍ଟି, 4.2କୁ ଖସିପାରେ ଜିଡିପି

ଅନ୍ତରାଷ୍ଟ୍ରୀୟ ଏଜେନ୍ସି , ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଓ ଆରବିଆଇ ପରେ ଦେଶର ବୃହତ୍ତ ବ୍ୟାଙ୍କ ଏସବିଆଇ ମଧ୍ୟ କମାଇଲା ଅଭିବୃଦ୍ଧି ହାର ଅନୁମାନ। 6 ବର୍ଷର ସର୍ବନିମ୍ନରେ ଥିବା ଜିଡିପି ବଢିବା ବଦଳରେ ଆହୁରି ହ୍ରାସ ପାଇବ ବୋଲି ଆଶଙ୍କା ରହିଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ବୀତିୟ ତ୍ରୈମାସିକ( ଜୁଲାଇ-ସେପ୍ଟମ୍ବର)ରେ ଜିଡିପି 4.2 ପ୍ରତିଶତ ରହିବ। ଏନେଇ ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ଦେଶର ବୃହତ୍ତ ବ୍ୟାଙ୍କ ଏସବିଆଇ।

ଅଟୋମୋବାଇଲ ବିକ୍ରି ହ୍ରାସ, କମ ନିବେଶ , ଏୟାର ଟ୍ରାଫିକ ମୁଭମେଣ୍ଟରେ ଦୁର୍ବଳତା, ରିୟଲଇଷ୍ଟେଟ କ୍ଷେତ୍ରରେ ଅବନ୍ନତି ଆଦି ବିଭିନ୍ନ କାରଣ ଯୋଗୁଁ ଅଭିବୃଦ୍ଧି ହାର ଖସିବା ନେଇ ସଙ୍କେତ ମିଳୁଛି।

ପ୍ରକାଶ ଯେ, ପ୍ରଥମ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ 5 ପ୍ରତିଶତକୁ ଖସି 6ବର୍ଷ ରେକର୍ଡ ସର୍ବନିମ୍ନରେ ପହଞ୍ଚିଛି। ଏ ସବୁକୁ ନଜରରେ 2020 ପାଇଁ ଗ୍ରୋଥ ଅନୁମାନ 5 ପ୍ରତିଶତକୁ ଖସାଇଛି । ପୂର୍ବ ଆର୍ଥିକ ଅଭିବୃଦ୍ଧି 6.1 ପ୍ରତିଶତ ରହିବା ସମ୍ଭାବନା ରହିଥିଲା। ଅନ୍ୟ ଅନ୍ତରାଷ୍ଟ୍ରୀୟ ଏଜେନ୍ସି , ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ, ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଓ ଆରବିଆଇ ସହ ଏସବିଆଇ ବି ଜିଡିପିକୁ ଅନୁମାନକୁ କମାଇଛି।

ABOUT THE AUTHOR

...view details