ନୂଆଦିଲ୍ଲୀ: ଆଇପିଓ ଜାରି କରିବା ପାଇଁ ପ୍ରସ୍ତୁତ ସାଉଦି ଆରାମକୋ । ରବିବାର କମ୍ପାନୀର ମୋଟ ମୁଲ୍ୟ 1.71ଟ୍ରିଲିୟନ ଡଲାର ରହିଛି। ଆଗକୁ ଆଇପିଓ ଜରିଆରେ କମ୍ପାନୀ 24-25.6 ଅରବ ଡଲାର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛି। ଯଦି ଏହା 25 ଅରବ ଡଲାରକୁ ପାର କରେ ତେବେ ଆଇପିଓ ଲିଷ୍ଟିଙ୍ଗ ମାମଲାରେ ଆରମକୋ ଚୀନର ଅଲୀବାବାକୁ ମଧ୍ୟ ପଛରେ ପକାଇବ।
IPO ଲିଷ୍ଟିଙ୍ଗ ଦୌଡରେ ସାଉଦି ଆରମକୋ - Aramco ace for IPO record
ଆଇପିଓ ଜାରି କରିବା ପାଇଁ ପ୍ରସ୍ତୁତ ସାଉଦି ଆରାମକୋ । ରବିବାର କମ୍ପାନୀର ମୋଟ ମୁଲ୍ୟ 1.71ଟ୍ରିଲିୟନ ଡଲାର ରହିଛି । ଆଗକୁ ଆଇପିଓ ଜରିଆରେ କମ୍ପାନୀ 24-25.6 ଅରବ ଡଲାର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛି।

IPO ଲିଷ୍ଟିଙ୍ଗ ଦୌଡରେ ସାଉଦି ଆରମକୋ
ସୂଚନା ଅନୁୟାୟୀ, କମ୍ପାନୀ ନିଜର 1.5 ପ୍ରତିଶତ ଷ୍ଟକ ବିକ୍ରି କରିବାକୁ ଚାହୁଁଛି । ଏହି ସେୟାରର ମୁଲ୍ୟ 8ରୁ 8.5 ଆମେରିକୀୟ ଡଲାର ପାଖାପାଖି ରହିବ । ତେବେ ଆଇପିଓ ଜାରି ନେଇ କିଛି ତାରିଖ ଧାର୍ଯ୍ୟ ହୋଇନାହିଁ।
ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ସାଉଦି ଆରମକୋ ଡିସେମ୍ବର 5ରେ କମ୍ପାନୀର ଚୁଡାନ୍ତ ମୁଲ୍ୟାୟନ ଜାରି ଜାରି କରିବ। ଚୀନ ସୋଭରେନ ୱେଲଥ ଫଣ୍ଡ ଏବଂ ଷ୍ଟେଟ ୱନଡ ଏଣ୍ଟରପ୍ରାଇଜେସ ସହାୟତାରେ ଏଥିରେ 10 ବିଲିୟନ ଡଲାର(70 ହଜାର କୋଟି) ଟଙ୍କାର ସେୟାର କିଣିପାରିବ।