ଓଡିଶା

odisha

ETV Bharat / business

ପାକ୍‌କୁ ଭକୁଆ କରି ଭାରତମୁହାଁ ସାଉଦି - saudi arabia investing 100 billion dollars in india

ଧରାଶାୟୀ ଅର୍ଥବ୍ୟବସ୍ଥା ସୁଧାରିବାକୁ ସାଉଦି ଉପରେ ଆଶା ବାନ୍ଧୁଥିବା ପାକ ପ୍ଲାନ ଭଣ୍ଡୁର ହୋଇଯାଇଛି । ସାଉଦିଆରବ ନିଜର ଫାଇଦା ଦେଖି ଭାରତ ଆଡକୁ କାରବାରର ହାତ ବଢାଇଛି ।

ଫାଇଲ ଫଟୋ

By

Published : Sep 30, 2019, 4:39 PM IST

ନୂଆଦିଲ୍ଲୀ: କାଶ୍ମୀର ମାମଲାରେ ଇସଲାମ ଦ୍ବାହି ଦେଇ ସମର୍ଥନ ଜୁଟେଇବାକୁ ବସିଥିବା ପାକ ପୁଣି ବୋକା ବନିଛି । ଧରାଶାୟୀ ଅର୍ଥବ୍ୟବସ୍ଥା ସୁଧାରିବାକୁ ସାଉଦି ଉପରେ ଆଶା ବାନ୍ଧିଥିଲା । ହେଲେ ପାକର ଏହି ପ୍ଲାନ ଏବେ ଭଣ୍ଡୁର ହୋଇଯାଇଛି । ସାଉଦିଆରବ ନିଜର ଫାଇଦା ଦେଖି ଭାରତ ଆଡକୁ ଢଳିଛି ।

ଭାରତର ପେଟ୍ରୋ ରସାୟନ, ଭିତ୍ତିଭୂମି, ଖଣି ଆଦି କ୍ଷେତ୍ରରେ 10 ହଜାର କୋଟି ଡଲାର ଟଙ୍କା ନିବେଶ ପାଇଁ ସାଉଦି ଯୋଜନା କରୁଛି। ତେବେ ଏ ନେଇ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ସାଉଦି ରାଷ୍ଟ୍ରଦୂତ ସୌଦ ବିନ ମହମ୍ମଦ ଅଲ ସାତୀ କହିଛନ୍ତି ।

ସେ କହିଛନ୍ତି ଯେ, ଭାରତ ନିବେଶର ଏକ ଆକର୍ଷଣୀୟ ଗନ୍ତବ୍ୟ ସ୍ଥଳ । ଏଥିଯୋଗୁଁ ସାଉଦି ଆରବ ତେଲ, ଗ୍ୟାସ ଓ ଖଣି ଭଳି କ୍ଷେତ୍ରରେ ଭାରତ ସହ ଦୀର୍ଘକାଳୀନ ଭାଗୀଦାର ହେବାକୁ ଇଚ୍ଛା ରଖିଛି ।

ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି ଯେ, ଇନ୍ଧନ, ତୈଳ ବିଶୋଧନ, ପେଟ୍ରୋ ରସାୟନ , ଭିତ୍ତିଭୂମି, କୃଷି, ଖଣି ଓ ଖନନ ଭଳି କ୍ଷେତ୍ରରେ 10 ହଜାର କୋଟି ଡଲାର ଟଙ୍କା ଲଗାଇବାକୁ ଯୋଜନା ରଖିଛି । ଏପଟେ ସାଉଦିର ସର୍ବବୃହତ୍ତ ଜାତୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମ୍ପାନୀ ଅରାମକୋ ସହ ରିଲାନ୍ସ ଇଣ୍ଡ୍ରଷ୍ଟ୍ରି ସହ ବୁଝମଣା କରିବା ଦ୍ବାରା 2 ଦେଶ ମଧ୍ୟରେ ବାଣିଜ୍ୟ କାରବାର ଆହୁରୀ ସୁଦୃଢ ହେବ । ଯୁବରାଜ ସଲମାନଙ୍କ ଭିଜନ 2030ରେ ଭାରତ ଓ ସାଉଦି ଦ୍ବିପାକ୍ଷୀକ କାରବାରକୁ ଗୁରୁତ୍ବ ଦିଆଯାଇଛି ।

ପ୍ରକାଶ ଥାଉ ଯେ, ସାଉଦି ଠାରୁ ଭାରତ ତାର ଚାହିଦାର 17 ପ୍ରତିଶତ ଅଶୋଧିତ ତୈଳ ଓ 32 ପ୍ରତିଶତ ଏଲପିଜି ଗ୍ୟାସ ଆମଦାନୀ କରିଥାଏ । ତେବେ 2 ଦେଶ ମଧ୍ୟରେ ଏହି ବାଣିଜ୍ୟ ସମ୍ପନ୍ଧକୁ ଆହୁରି ସମ୍ପ୍ରସାରିତ କରି 40 ଟି କ୍ଷେତ୍ରରେ ଦୃଷ୍ଟି ଦେବାକୁ ଅଲ ଜଣାଇଛନ୍ତି ।

ABOUT THE AUTHOR

...view details