ମୁମ୍ବାଇ: ଗ୍ରାମୀଣ ଚାହିଦା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବାରେ ସାହାଯ୍ୟ କରିପାରେ । କିନ୍ତୁ ଏହା ସହରୀ ଚାହିଦା ପାଇଁ ଏକ ବିକଳ୍ପ ହୋଇପାରିବ ନାହିଁ । ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ଏକ ରିପୋର୍ଟରେ ଏହା କହିଛି।
ରିପୋର୍ଟ ଅନୁଯାୟୀ, କୋଭିଡ -19 ସଙ୍କଟର ପ୍ରତିକୂଳ ପରିସ୍ଥିତିରୁ ପୁନରୁଦ୍ଧାର ପାଇଁ ଶିଳ୍ପ ଏବଂ ସେବା କ୍ଷେତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ପର୍ଯ୍ୟନ୍ତ କୃଷି କ୍ଷେତ୍ର ଅର୍ଥନୀତିକୁ ଚଳାଇବା ପାଇଁ ଇଞ୍ଜିନ ହୋଇପାରେ । ତେବେ ଗ୍ରାମୀଣ ଚାହିଦାର ଏକ ବୃହତ ଅଂଶ ସ୍ଥାୟୀ ଉପଭୋକ୍ତା ସାମଗ୍ରୀଠାରୁ ଭିନ୍ନ । କିନ୍ତ 2020 ଜୁନରେ ମୋଟରସାଇକେଲ ଏବଂ ଟ୍ରାକ୍ଟର ବିକ୍ରୟ ସଂଖ୍ୟା ଉତ୍ସାହଜନକ ଅଟେ ।