ଓଡିଶା

odisha

ETV Bharat / business

ମହଙ୍ଗା ଖାଦ୍ୟସାମଗ୍ରୀ, 3 ମାସର ଉଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି - ଉପଭୋକ୍ତା ମୂଲ୍ୟ ସୂଚକାଙ୍କ

ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ 5.03 ପ୍ରତିଶତରେ ପହଞ୍ଚିଛି । ଯାହାକି ତିନି ମାସର ସର୍ବୋଚ୍ଚ ସ୍ତର । ଅଧିକ ପଢନ୍ତୁ..

ମହଙ୍ଗା ଖାଦ୍ୟସାମଗ୍ରୀ, 3 ମାସର ଉଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି
ମହଙ୍ଗା ଖାଦ୍ୟସାମଗ୍ରୀ, 3 ମାସର ଉଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି

By

Published : Mar 12, 2021, 10:33 PM IST

ନୂଆଦିଲ୍ଲୀ: ବଢିଛି ଖାଇବା ତେଲ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦାମ । ଫଳରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ 5.03 ପ୍ରତିଶତରେ ପହଞ୍ଚିଛି । ଯାହାକି ତିନି ମାସର ସର୍ବୋଚ୍ଚ ସ୍ତର । ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରେ ଏ ନେଇ ଦର୍ଶାଯାଇଛି ।

ଏହା ପୂର୍ବ ମାସରେ, ଜାନୁଆରୀରେ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି 4.06 ପ୍ରତିଶତ ରହିଥିଲା । ସେହିଭଳି 2020 ନଭେମ୍ବର ରେ ଏହା 6.93 ପ୍ରତିଶତ ଉଚ୍ଚତାକୁ ଛୁଇଁଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ବାରା ଜାରି ତଥ୍ୟ ଅନୁସାରେ ଫେବୃଆରୀରେ ଖାଦ୍ୟ ସମୂହର ମୁଦ୍ରାସ୍ପୀତି ବୃଦ୍ଧି ହୋଇ 3.87 ପ୍ରତିଶତରରେ ପହଞ୍ଚିଛି । ଜାନୁଆରୀରେ ଏହା 1.89 ପ୍ରତିଶତ ଥିଲା ।

ସେହିଭଳି ଇନ୍ଧନ ଫେବୃଆରୀରେ ଏହା 3.53 ପ୍ରତିଶତ ରହିଛି । ତେବେ ଜାନୁଆରୀରେ ଏହା କିଛି ଉପରକୁ ଉଠି 3.87 ପ୍ରତିଶତରେ ଥିଲା ।

ଉପଭୋକ୍ତା ମୂଲ୍ୟ ସୂଚକାଙ୍କରେ ଅନ୍ତର୍ଭୁକ୍ତ 'ତୈଳ ଏବଂ ଚର୍ବି' ବର୍ଗର ମୁଦ୍ରାସ୍ଫୀତି ଏକ ମାସ ପୂର୍ବରୁ 19.71 ରୁ ଏବେ 20.78 ପ୍ରତିଶତକୁ ବୃଦ୍ଧି ପାଇଛି। ଫଳ କ୍ଷେତ୍ରରେ ମୁଦ୍ରାସ୍ଫୀତି 4.96 ପ୍ରତିଶତରୁ 6.28 ପ୍ରତିଶତକୁ ବୃଦ୍ଧି ପାଇଛି। କିନ୍ତୁ ପନିପରିବା ପୂର୍ବ ମାସରେ 15.84 ପ୍ରତିଶତକୁ ଖସିଥିଲା ବେଳେ ଗତ ବର୍ଷ ତୁଳନାର ଏବର୍ଷ ଫେବୃଆରୀରେ ଏହା 6.27 ପ୍ରତିଶତ କମିଛି ।

ABOUT THE AUTHOR

...view details