ଓଡିଶା

odisha

ETV Bharat / business

ଜୁନରେ 6.26%କୁ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ଫୀତି

ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି 0.4 ପ୍ରତିଶତ ହ୍ରାସ ପାଇ 6.26 ପ୍ରତିଶତ ରହିଛି । ଗତ ମେ ମାସରେ ଏହା 6.30 ପ୍ରତିଶତ ଥିଲା । ଅଧିକ ପଢନ୍ତୁ...

ଜୁନରେ 6.26%କୁ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ଫୀତି
ଜୁନରେ 6.26%କୁ ହ୍ରାସ ପାଇଲା ଖୁଚୁରା ମୁଦ୍ରାସ୍ଫୀତି

By

Published : Jul 13, 2021, 7:36 PM IST

ନୂଆଦିଲ୍ଲୀ: ଖୁଚୁରା ମୁଦ୍ରାସ୍ଫୀତିରେ ସାମାନ୍ୟ ହ୍ରାସ । ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି 0.4 ପ୍ରତିଶତ ହ୍ରାସ ପାଇ 6.26 ପ୍ରତିଶତ ରହିଛି । ଗତ ମେ ମାସରେ ଏହା 6.30 ପ୍ରତିଶତ ଥିଲା । ସୋମବାର ପ୍ରକାଶିତ ସରକାରୀ ତଥ୍ୟରୁ ଏହା ଜଣାପଡିଛି ।

ଖାଉଟି ଦର ସୂଚକ(CPI) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ଦରଦାମ୍ ବୃଦ୍ଧି ଯୋଗୁଁ ଉଚ୍ଚା ରହିଛି । ମେ ମାସରେ CPI ଖାଦ୍ୟ ସାମଗ୍ରୀ 5.51 ପ୍ରତିଶତ ମହଙ୍ଗା ଥିବାବେଳେ ଜୁନରେ ଏହା 5.15 ରହିଛି । ଖାଦ୍ୟ ଦର ବୃଦ୍ଧି ପଛର କାରଣ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ଏନଏସଓ ରିପୋର୍ଟରୁ ଜଣାଯାଇଛି ।

ଖାଦ୍ୟ ପଦାର୍ଥ ମଧ୍ୟରେ ପନିପରିବା ଦର ପୂର୍ବ ମାସର (-) 1.92 ତୁଳନାରେ ଜୁନରେ (-) 0.7 ପ୍ରତିଶତ ସହ ହ୍ରାସ ହୋଇଛି । ଯାହାମଧ୍ୟରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର 5.58 ପ୍ରତିଶତ ରହିଛି । ସେହିପରି ଇନ୍ଧନ ଏବଂ ଲାଇଟ ଶ୍ରେଣୀ ସାମଗ୍ରୀର ମୁଦ୍ରାସ୍ଫୀତି ପୂର୍ବ ମାସ 11.58 ଅପେକ୍ଷା ଜୁନ ମାସରେ 12.68 ପ୍ରତିଶତ ସହ ଉଚ୍ଚ ସ୍ତରରେ ରହିଛି । ବର୍ତ୍ତମାନ ଅଭିବୃଦ୍ଧି ଉପରେ ଫୋକସ କରାଯାଉଛି ଏବଂ ମୁଦ୍ରାନୀତି କମିଟି(MPC) ମୁଦ୍ରାସ୍ଫୀତି ଉପରେ ନଜର ରଖିବା ନେଇ RBIର ଜୁନ ପଲିସି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପରିସଂଖ୍ୟାନ ଏବଂ ଯୋଜନା ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ବର୍ଷ ତୁଳନାରେ ଲୋ ବେସ୍ ଇଫେକ୍ଟ ଯୋଗୁଁ ମେ ମାସରେ ଶିଳ୍ପ ଉତ୍ପାଦନ 29.3 ପ୍ରତିଶତ ବୃଦ୍ଧି ପାଇଛି । ଇଣ୍ଡେକ୍ସ ଅଫ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ଦ୍ବାରା ଆକଳନ କରାଯାଇଥିବା ଫ୍ୟାକ୍ଟ୍ରି ଉତ୍ପାଦ ମହାମାରୀ ଜନିତ ଲକଡାଉନ ଯୋଗୁଁ ଗତବର୍ଷ ସମାନ ଅବଧିରେ 33.4 ପ୍ରତିଶତ ହ୍ରାସ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details