ଓଡିଶା

odisha

By

Published : Nov 21, 2019, 4:51 PM IST

ETV Bharat / business

ଟେଲିକମ ସେକ୍ଟରକୁ ଆଶ୍ବସ୍ତି, 2 ବର୍ଷର ସ୍ପେକ୍ଟ୍ରମ ପେମେଣ୍ଟ ସ୍ଥଗିତ

ଆର୍ଥିକ ସଙ୍କଟରେ ଜୁଝୁଥିବା ଦୂରସଞ୍ଚାର କମ୍ପାନୀଙ୍କୁ ଆଶ୍ବସ୍ତି । 2 ବର୍ଷ ପର୍ଯ୍ୟନ୍ତ ସ୍ପେକ୍ଟ୍ରମ କିସ୍ତି ଭରଣକୁ ଟାଳି ଦିଆଯାଇଛି ।

ଟେଲିକମ ସେକ୍ଟରକୁ ଆଶ୍ବସ୍ତି, 2 ବର୍ଷର ସ୍ପେକ୍ଟ୍ରମ ପେମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଜୁଝୁଥିବା ଦୂରସଞ୍ଚାର କମ୍ପାନୀଙ୍କୁ ଆଶ୍ବସ୍ତି । 2 ବର୍ଷ ପର୍ଯ୍ୟନ୍ତ ସ୍ପେକ୍ଟ୍ରମ କିସ୍ତି ଭରଣକୁ ଟାଳି ଦିଆଯାଇଛି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବୈଠକରେ ଏହାକୁ ମଞ୍ଜୁରୀ ମିଳିଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, 2020-12 ଓ 2021-22 2 ବର୍ଷ ପାଇଁ ଆଉ ସ୍ପେକ୍ଟ୍ରମ କିସ୍ତି ଭରିବାକୁ ପଡିବ ନାହିଁ । ତେବେ ବାକି ବଞ୍ଚିଥିବା କିସ୍ତିକୁ ବିନା ବିଳମ୍ବ କରି ବରାବର ବଣ୍ଟାଯିବ । ଏଥିସହ ଦୂରସଞ୍ଚାର କମ୍ପାନୀଙ୍କୁ ସ୍ପେକ୍ଟ୍ରମ ବାଦ ଭରଣ ଉପରେ ସୁଧକୁ ଦେବାକୁ ହେବ ।

ପ୍ରକାଶ ଯେ, ବିଗତ କିଛି ସମୟ ଧରି ଦୂରସଞ୍ଚାର ସେକ୍ଟର ଭାରୀ କ୍ଷତି ସହିଆସୁଛି । ଏପଟେ ସୁପ୍ରିମକୋର୍ଟ ସମସ୍ତ ଟେଲିକମ କମ୍ପାନୀଙ୍କୁ ବକେୟା ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ (ଏଜିଆର) ଟଙ୍କା 3 ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସେପ୍ଟେମ୍ବର ତ୍ରୈମାସରେ 2 ପୁରୁଣା ଦୂରସଞ୍ଚାର କମ୍ପାନୀ ଭୋଡାଫୋନ ଆଇଡିଆ ତଥା ଭାରତୀ ଏୟାରଟେଲକୁ ମୋଟ 74 ହଜାର କୋଟି ଟଙ୍କା ଘାଟା ହୋଇଛି ।

ଭୋଡାଫୋନ ଆଇଡିଆର ହିଁ କେବଳ ଏହି 3 ମାସରେ 50,921 କୋଟି ଟଙ୍କା କ୍ଷତି ହୋଇଛି । କୈଣସି ଭାରତୀୟ କମ୍ପାନୀର ଏହା ଏବେ ସୁଦ୍ଧାର ସବୁଠୁ ବଡ ଘାଟା ବୋଲି ଜଣାପଡିଛି । ଏହା ପରଠୁ ଦୂରସଞ୍ଚାର କ୍ଷେତ୍ରକୁ ଆର୍ଥିକ ପ୍ୟାକେଜ ଦେବା ପାଇଁ ଲଗାତାର ଦାବି ହେଉଛି ।

ABOUT THE AUTHOR

...view details