ଚେନ୍ନାଇ: ବିଦାୟ ନେଇଛି 2019 । ନୂଆ ଆଶା ସହ ପାଦ ଥାପିଛି 2020 । ଏହି ଅବସରରେ ଧୀମା ଅର୍ଥବ୍ୟବସ୍ଥାକୁ ନେଇ ଇଟିଭି ଭାରତ ସହ ଏକ୍ସକ୍ଲୁଭି କଥାବାର୍ତ୍ତା ହୋଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଦେଶର ମେରୁଦଣ୍ଡ ଦୁର୍ବଳ ହେଉଥିବାର କାରଣକୁ ବଖାଣି ଏହି ସ୍ବତନ୍ତ୍ର ସାକ୍ଷାତକାରରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଚିଦାମ୍ବରମ । ଦେଖନ୍ତୁ ପୂରା ରିପୋର୍ଟ...
ପ୍ରଶ୍ନ: ଆପଣ କହିଥିଲେ କି ଅର୍ଥବ୍ୟବସ୍ଥା ଆଇସିୟୁରେ ରହିଛି, ହେଲେ ସରକାର ଏହାକୁ ଖଣ୍ଡନ କରିଛନ୍ତି । ସରକାରଙ୍କ କହିବା ଅନୁଯାୟୀ ଅର୍ଥବ୍ୟବସ୍ଥାକୁ ପୁର୍ନଜୀବିତ କରିବା ପାଇଁ ବହୁ ପଦକ୍ଷେପ ନିଆଯାଇଛି । ଯେଉଁଥିପାଇଁ ଦେଶର ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରିଛି ?
ଉତ୍ତର: ମୁଁ ‘ଆଇସିୟୁ’ ଶବ୍ଦର ବ୍ୟବହାର କରିନାହିଁ । ଏହାକୁ ପୂର୍ବ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ କହିଛନ୍ତି । ଏକ ଟିଭି ଚ୍ୟାନେଲରେ ସୁବ୍ରମଣ୍ୟମ ସାକ୍ଷାତକାର ଦେଇ ଭାରତୀୟ ଅର୍ଥବ୍ୟବସ୍ଥା ଆଇସିୟୁ ଆଡକୁ ମୁହାଁଉଛି ବୋଲି କହିଥିଲେ । ଯଦି ସରକାର ଏ ନେଇ ଜବାବ ଦେବାକୁ ଚାହାଁନ୍ତି ତେବେ ତାଙ୍କୁ ସେହି ଚ୍ୟାନେଲରେ ଯାଇ ସେହି ରିପୋର୍ଟରଙ୍କୁ ନିଜର ଜବାବ ଦେବା ଦରକାର । ଡ ସୁବ୍ରମଣ୍ୟମ ଓ ଡ ଯୋଶ ଫେଲମ୍ୟାନ ଅର୍ଥବ୍ୟବସ୍ଥା ଉପରେ ଏକ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଯାହା ସାର୍ବଜନୀନ ରହିଛି । ସରକାର ମଧ୍ୟ ଏଭଳି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସୁବ୍ରମଣ୍ୟମଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । ଏହି ସରକାର ଭୁଲେଇବାରେ ମାହିର । ସରକାରୀ ତଥ୍ୟ ଓ ରିପୋର୍ଟକୁ ମାନୁନାହାଁନ୍ତି । ଏଥିଯୋଗୁଁ ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରିଛି ବୋଲି ସରକାର କହିଲେ ବି ସତକଥା ହେଲା ଏହାକୁ ମାନିବାକୁ ସମସ୍ତେ ନାରାଜ ।
ପ୍ରଶ୍ନ: ନିକଟରେ ମୋଦି ସରକାର ଘୋଷଣା କରିଥିବା କର୍ପୋରେଟ ଟିକସ ହ୍ରାସକୁ କିପରି ଦେଖୁଛନ୍ତି ?
ଉତ୍ତର: କର୍ପୋରେଟ ଟିକସ ହ୍ରାସ ଏକ ସଂସ୍କାର ବୋଲି ମୁଁ ବିଶ୍ବାସ କରେ ନାହିଁ । ଏହା ଏକ ଭୁଲ ନିର୍ଣ୍ଣୟ । ଯେବେ ଚାହିଦା କମିଯାଏ ଆଉ ଲୋକଙ୍କ କ୍ରୟ କ୍ଷମତା ହ୍ରାସ ହୁଏ, ସେପରି ସରକାର ଯଦି କର ରେ ରିହାନ୍ତି ଦିଅନ୍ତୁ ତେବେ ପରୋକ୍ଷ କର କମ ହେବା ଦରକାର, ନା କି କର୍ପୋରେଟ ଟିକସ । ଏହା କେବଳ ମୁଁ କହୁନାହିଁ ପୂର୍ବରୁ ଅରବିନ୍ଦ ସୁବ୍ରମଣ୍ୟମ ମଧ୍ୟ ଏହାକୁ ଭୂଲ ବୋଲି ସ୍ପଷ୍ଟ କରିଦେଇଛନ୍ତି ।
ପ୍ରଶ୍ନ:ସରକାର ପ୍ରସ୍ତୁତ କରିଥିବା ଡାଟା ସଠିକ ନୁହେଁ କି ବିଶ୍ବାସନୀୟ ନୁହେଁ ବୋଲି ଆପଣ କହିଥିଲେ । ହେଲେ ନିକଟରେ ଏହି ମୁଦ୍ଦା ଉପରେ ଅଧ୍ୟୟନ ପାଇଁ ସରକାର ଏକ ପ୍ୟାନେଲ ତିଆରି କରିଛନ୍ତି, ଆପଣ ଏହାକୁ କିପରି ଦେଖୁଛନ୍ତି ?
ଉତ୍ତର: ବହୁତ ଲୋକ ସରକାରୀ ରିପୋର୍ଟର ବିଶ୍ବାସନୀୟ ଉପରେ ପ୍ରଶ୍ନ କରନ୍ତି । ସରକାର ବେରୋଜଗାରୀ, ଏନଏସଏସଓର ତଥ୍ୟକୁ ଦେଖାନ୍ତି ନାହିଁ । ସେମାନେ ଗ୍ରାମୀଣ ଭାରତର ଚାହିଦା ହ୍ରାସ ଉପରେ ହେଉଥିବା ସର୍ବେକ୍ଷଣ ମଧ୍ୟ ଲୁଚାନ୍ତି । ଏଥିଯୋଗୁଁ ବହୁ ପ୍ରତିଷ୍ଠିକ ବ୍ୟକ୍ତିତ୍ବ ଏହା ଉପରେ ଅଙ୍ଗୁଳି ଉଠାନ୍ତି, କାହିଁକି ସରକାର ଡାଟାକୁ ସର୍ବସମ୍ମତ କରନାହାନ୍ତି ?
ଶେଷରେ ସରକାର ମଧ୍ୟ ମାନିଛନ୍ତି କି, ସରକାରୀ ଗଣନା ବିଶ୍ବାସନୀୟତା ପ୍ରଶ୍ନ ଘେରରେ । ଏଥିପାଇଁ ସେ ଡ ପ୍ରୋନବ ସେନଙ୍କ ନେତୃତ୍ବରେ ଏକ ଆୟୋଗ ନିଯୁକ୍ତ କରିଛନ୍ତି । ମୁଁ (ଚିଦାମ୍ବରମ) ଏହାକୁ ସ୍ବାଗତ କରୁଛି । ଏହା ଅନୁଯାୟୀ ସରକାର ତୁରନ୍ତ ଏହି ଡାଟାକୁ ବିଶ୍ବାସନୀୟ କରିବା ଦରକାର । ଭାରତୀୟ ଡାଟା 6 ବର୍ଷ ପୂର୍ବେ ବିଶ୍ବସନୀୟ ଥିଲା, ଯାହାକି ଏବେ ନିଜ ଓଜନ ହରାଇଦେଇଛି ।
ପ୍ରଶ୍ନ: ସରକାରଙ୍କ କହିବା ଅନୁଯାୟୀ ଏନପିଏ କମୁଛି, ଏହା ଉପରେ ଆପଣ କଣ କହିବେ ? ଏନେଇ ସରକାରଙ୍କୁ କଣ ପରାମର୍ଶ ଦେବାକୁ ଚାହିଁବେ ?