ଓଡିଶା

odisha

ETV Bharat / business

ମାନିଲା ଆରବିଆଇ, ସରକାରଙ୍କୁ ଦେବ28ହଜାର କୋଟି ଟଙ୍କା - interim

ଆରବିଆଇ ଅନ୍ତରୀଣ ଲାଭାଂଶ ସ୍ବରୂପ ସରକାରଙ୍କୁ ପୂରା 28 ହଜାର କୋଟି ଟଙ୍କା ଦେବ । ସୋମବାର ଅନୁଷ୍ଠିତ ଆରବିଆଇ ବୋର୍ଡ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ- ଇନାଡୁ ଇଣ୍ଡିଆ

By

Published : Feb 19, 2019, 8:04 PM IST

ନୂଆଦିଲ୍ଲୀ: ତୁଟିଲା ବିବାଦ । ସରକାରଙ୍କୁ ଟଙ୍କା ଦେବାକୁ ମାନିଲା ଆରବିଆଇ । ଅନ୍ତରୀଣ ଲାଭାଂଶ ସ୍ବରୂପ ସରକାରଙ୍କୁ ଦେବ ପୂରା 28 ହଜାର କୋଟି । ସୋମବାର ଅନୁଷ୍ଠିତ ଆରବିଆଇ ବୋର୍ଡ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ନିର୍ବାଚନ । ଏହା ପୂ୍ର୍ବରୁ ସରକାରଙ୍କ ଜିଦିରେ ହଁ ଭରିଲା ଦେଶର ଆର୍ଥିକ ଭଣ୍ଡାର । ଭଣ୍ଡାରରେ ଗଚ୍ଛିତ ଥିବା ଅନ୍ତରୀଣ ଲାଭାଂଶକୁ ସରକାରଙ୍କୁ ଦେବା ପାଇଁ ନିର୍ଣ୍ଣୟ ନେଲା କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳ ।

ଚଳିତ ଆର୍ଥିକ ବର୍ଷ ଆରବିଆଇ ସରକାରଙ୍କୁ 40ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ । ଆଉ ଏବେ ପୁଣି 28 ହଜାର କୋଟି । ଏହାକୁ ଦେଖିବାକୁ ଗଲେ 2018-29ରେ ମୋଟ 68 ହଜାର କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ଆରବିଆଇ ଦେଇଛି । ଯାହାକି ରେକର୍ଡ ସୃଷ୍ଟି କରିଛି । କାରଣ ଏହା ପୂର୍ବରୁ କୌଣସି ଆର୍ଥିକ ବର୍ଷରେ ଆରବିଆଇ ସରକାରଙ୍କୁ ଏତେ ପରିମାଣର ଟଙ୍କା ଦେଇନଥିଲେ ।

ଲଗାତାର 2 ବର୍ଷ ଧରି ଆରବିଆଇ ମୋଦି ସରକାରଙ୍କୁ ଅନ୍ତରୀଣ ଲାଭାଂଶ ପ୍ରଦାନ କରୁଛି । ତେବେ ଚଳିତ ବର୍ଷ ନିର୍ବାଚନ ରହିଥିବାରୁ ସରକାରଙ୍କ ପାଇଁ ଏହି ଟଙ୍କା ଅଧିକ ଫଳପ୍ରଦ ସାବ୍ୟସ୍ତ ହେବ । ବଜେଟରେ ଘୋଷଣା ହୋଇଥିବା ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ସରକାର ଏହି ଟଙ୍କା ଉପଯୋଗ କରିପାରନ୍ତି ।

ପ୍ରକାଶ ଥାଉ କି, 2017-18 ରେ କେନ୍ଦ୍ର ଅନୁରୋଧ କ୍ରମେ ଆରବିଆଇ 10 ହଜାର କୋଟିର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଥିଲା । ସେହିପରି 2017-28ରେ ମୋଟ 50 ହଜାର କୋଟି ଟଙ୍କା ଦେଇଥିଲେ । ହେଲେ ଚଳିତ ଥର 68 ହଜାର କୋଟି ଦେଇ ଆରବିଆଇ ସରକାରଙ୍କ ସହ ସବୁ ମତାନ୍ତରରେ ପୂର୍ଣ୍ଣଛେଦ ପକାଇଛି ।

ABOUT THE AUTHOR

...view details