ନୂଆଦିଲ୍ଲୀ: ବଜାରରେ କେତେ ପରିମାଣରେ ଟଙ୍କା ରହିଛି ? ଆଉ କେତେ ଆବଶ୍ୟକ ? କେଉଁ କ୍ଷେତ୍ରରେ କେତେ ନିଅଣ୍ଟ ? ସୁଧହାର ହ୍ରାସ ପାଇବା ଦରକାର ନୁହେଁ ? କେତେ ପରିମାଣରେ ରେପୋରେଟ ଦର କମିବା ଦରକାର ? ଆସନ୍ତା ମାସରେ ଏସବୁର ସମୀକ୍ଷା କରି ବଜାରକୁ ଟଙ୍କା ଛାଡିବ ଭାରତୀୟ ରିଜର୍ଭ ବ୍ୟାଙ୍କ ।
ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆରବିଆଇ ତତ୍ପର । ଏଥିଯୋଗୁଁ ସ୍ଥିତିରୁ ପରଖି ଟଙ୍କା ଦେବାକୁ ଚାହୁଁଛି ମୁଦ୍ରାନୀତି ସମିତିର 6 ଜଣିଆ କମିଟି । ଘରୋଇ ଓ ବୈଷୟିକ ଅର୍ଥବ୍ୟବସ୍ଥା, ଅଭିବୃଦ୍ଧି ଦର, ମୁଦ୍ରାସ୍ପୀତି ହାର ଆଦିକୁ ନଜରରେ ରଖି ଆରବିଆଇ ରୋପୋରେଟ ଦର ହ୍ରାସ- ବୃଦ୍ଧି କରିଥାଏ ।
ଅନୁମାନ କରାଯାଉଛି ଯେ, ଜୁନ ପରେ ମୁଦ୍ରାସ୍ପୀତି ଚାପ ତଥା ରାଜକୋଷୀୟ ଘାଟା ବୃଦ୍ଧି ସମ୍ଭାବନା ଆଶଙ୍କା ରହିଛି । ରିପୋର୍ଟ ଅନୁଯାୟୀ 2019 ପ୍ରଥମ ତ୍ରୟମାସିକ ମୁଦ୍ରାନୀତିରେ ଶସ୍ତାରେ ଋଣ ମିଳିବ । କାରଣ ନିର୍ବାଚନ ଖର୍ଚ୍ଚ ଯୋଗୁଁ 2019-20 ପ୍ରଥମ 6 ମାସ ଏହାର ପ୍ରଭାବ ରହିବ । ଏଥିସହ ଆସନ୍ତା ମାସଗୁଡିକରେ ଖାଦ୍ୟ ପଦାର୍ଥ ତଥା ଇନ୍ଧନ ଦରରେ ସାମାନ୍ୟ ବୃଦ୍ଧି ଆଶଙ୍କା କରାଯାଉଛି ।
2018-19 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 6.6% ରହିଛି । ପ୍ରଥମ ଓ ଦ୍ବିତୀୟ ତ୍ରୈମାସରେ ଏହା ଯଥାକ୍ରମେ 8.2% ଓ 7.1% ରହିଥିଲା । ଘରୋଇ ଓ ବିଦେଶରେ ଚାହିଦା କମିବା ଯୋଗୁ ବିକାଶ ହାର 7 ପ୍ରତିଶତରୁ କମ୍ ରହିଛି । ଆଗକୁ ଏହି ହାର ଆହୁରି କମିବ ବୋଲି ଅନୁମାନ କରାଯାଉଛି । ତେବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପ୍ରଥମ ମୁଦ୍ରାନୀତି ବୈଠକରେ ସୁଧହାର 0.25 ପ୍ରତିଶତ ହ୍ରାସ ପାଇ 6 ପ୍ରତିଶତରେ ପହଞ୍ଚିଛି ।