ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର କୃଷିକ୍ଷେତ୍ରକୁ ଋଣ ପ୍ରଦାନ କରିବାକୁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି । ଏହା ମାଧ୍ୟମରେ ଅନୁନ୍ନତ ଅଞ୍ଚଳରେ ଅଧିକ ଋଣ ପ୍ରଦାନ କରାଯିବ । ଫଳରେ କ୍ଷୁଦ୍ର ଓ ଏବଂ କ୍ଷୁଦ୍ର ଚାଷୀମାନେ ବିଶେଷ ଉପକୃତ ହେବେ ।
ଆରବିଆଇ କହିଛି ଯେ, ଷ୍ଟାର୍ଟ ଅପ ଗୁଡିକ ପାଇଁ 50 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ଏହା ସହ କୃଷି କ୍ଷେତ୍ରରେ ସୋଲାର ପାୱାର ପ୍ଲାଣ୍ଟ ଓ ସଙ୍କୋଚିତ ବାୟୋ ଗ୍ୟାସ୍ (ସିବିଜି) ପାଇଁ କୃଷକମାନଙ୍କୁ ଏହି ଋଣରେ ଅନ୍ତର୍ଭୁକ୍ତ କରାଯାଇଛି ।