ଓଡିଶା

odisha

ETV Bharat / business

ୟେସ ବ୍ୟାଙ୍କ ସଙ୍କଟ: ଗୁଜବକୁ ଖଣ୍ଡନ କଲା ଆରବିଆଇ

ୟେସ ବ୍ୟାଙ୍କ ସଙ୍କଟ ପରେ ଅନ୍ୟ ବ୍ୟାଙ୍କ ମାନଙ୍କରେ ଜମା ଟଙ୍କାର ସୁରକ୍ଷାକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ....

By

Published : Mar 8, 2020, 10:23 PM IST

RBI denies Concern that raised in certain sections of media about safety of deposits of certain banks
ଗୁଜବକୁ ଖଣ୍ଡନ କଲା ଆରବିଆଇ, ଅନ୍ୟ ବ୍ୟାଙ୍କରେ ଜମା ସୁରକ୍ଷିତ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ସଙ୍କଟ ପରେ ଅନ୍ୟ ବ୍ୟାଙ୍କ ମାନଙ୍କରେ ଜମା ଟଙ୍କାର ସୁରକ୍ଷାକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହାକୁ ତ୍ରୁଟିପୂର୍ଣ୍ଣ ବିଶ୍ଳେଷଣ ବୋଲି ରିଜର୍ଭ ବ୍ୟାଙ୍କ ପ୍ରକାଶ ପ୍ରକାଶ କରିଛି । ଏନେଇ ଆରବିଆଇ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି ।

ଗୁଜବକୁ ଖଣ୍ଡନ କଲା ଆରବିଆଇ, ଅନ୍ୟ ବ୍ୟାଙ୍କରେ ଜମା ସୁରକ୍ଷିତ

ଅନ୍ୟ ବ୍ୟାଙ୍କ ମାନଙ୍କରେ ରହିଥିବା ଜମା ସୁରକ୍ଷିତ ରହିଛି । ଏଥିପାଇଁ ଚିନ୍ତା ନ କରିବାକୁ ଜମାକାରୀଙ୍କୁ ଆରବିଆଇ ଆଶ୍ବାସନା ଦେଇଛି ।

ଗୁଜବକୁ ଖଣ୍ଡନ କଲା ଆରବିଆଇ, ଅନ୍ୟ ବ୍ୟାଙ୍କରେ ଜମା ସୁରକ୍ଷିତ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଟ୍ବିଟରରେ କୁହାଯାଇଛି, ‘ନିର୍ଦ୍ଦିଷ୍ଟ ବ୍ୟାଙ୍କର ଜମା ସୁରକ୍ଷା ବିଷୟରେ କିଛି ଗଣମାଧ୍ୟମରେ ଗୁଜବ ପ୍ରଚାରିତ ହେଉଛି । ଏହା ସଂପୂର୍ଣ୍ଣ ରୂପେ ତ୍ରୁଟିପୂର୍ଣ୍ଣ ବିଶ୍ଳେଷଣ ଉପରେ ଆଧାରିତ । ଆରବିଆଇ ସମସ୍ତ ବ୍ୟାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ସମସ୍ତ ବ୍ୟାଙ୍କରେ ଜମାରାଶି ସୁରକ୍ଷିତ ରହିଛି । ବ୍ୟାଙ୍କର ଦେବାଳିଆ ଅବସ୍ଥା ଆନ୍ତର୍ଜାତୀୟ ସ୍ତରରେ କ୍ୟାପିଟାଲ୍ ଟୁ ରିସ୍କ ଆଧାରିତ ସମ୍ପତ୍ତି (CRAR) ଉପରେ ଆଧାରିତ । ଏହା ବ୍ୟାଙ୍କର ଶେୟାରର ବଜାର ମୂଲ୍ୟ ହ୍ରାସ ଦ୍ବାରା ହୋଇ ନଥାଏ । ’

@ANI

ABOUT THE AUTHOR

...view details