ମୁମ୍ବାଇ: ବଢିଛି ଆରବିଆଇ 2018-19 ଆର୍ଥିକ ବର୍ଷ ବାଲାନ୍ସ ସିଟ ପରିମାଣ । ସର୍ବୋଚ୍ଚ ବ୍ୟାଙ୍କର ନିୟଣ୍ଟ କ୍ଷମତା 13.42ପ୍ରତିଶତ ବୃଦ୍ଧି ପାଇ 41ଲକ୍ଷ କୋଟି ହୋଇଛି। ଯାହାକି ପୂର୍ବରୁ 36.17 ଲକ୍ଷ କୋଟି ଥିଲା । ତେବେ ଏହା ପଛରେ ଘରୋଇ ଓ ବିଦେଶୀ ନିବେଶର ପ୍ରମୁଖ ଯୋଗଦାନ ରହିଛି ।
ବଢିଲା ଆରବିଆଇ ସମ୍ପତ୍ତି, ବାଲାନ୍ସ ସିଟିରେ 41ଲକ୍ଷ କୋଟି - ଆରବିଆଇ ବାଲାନ୍ସ ସିଟ
ସର୍ବୋଚ୍ଚ ବ୍ୟାଙ୍କର ନିୟଣ୍ଟ କ୍ଷମତା 13.42ପ୍ରତିଶତ ବୃଦ୍ଧି ପାଇ 41ଲକ୍ଷ କୋଟି ହୋଇଛି । ଏହାର କାରଣ ଘରୋଇ ଓ ବିଦେଶୀ ନିବେଶର ବୃଦ୍ଧି । ଯାହା ଫଳରେ ଆରବିଆଇ 2018-19 ଆର୍ଥିକ ବର୍ଷ ବାଲାନ୍ସ ସିଟ ପରିମାଣ ବଢିଛି ।
![ବଢିଲା ଆରବିଆଇ ସମ୍ପତ୍ତି, ବାଲାନ୍ସ ସିଟିରେ 41ଲକ୍ଷ କୋଟି](https://etvbharatimages.akamaized.net/etvbharat/prod-images/768-512-4285263-thumbnail-3x2-rbi.jpg)
ପ୍ରତିକାତ୍ମକ ଫଟୋ
ଆରବିଆଇ ପକ୍ଷରୁ ବାର୍ଷିକ ରିପୋର୍ଟ ଜାରି କରି ଏ ନେଇ ସୂଚନା ଦିଆଯାଇଛି । ରିପୋର୍ଟ ମୁତାବକ, 2018-19(ଜୁଲାଇ-ଜୁନ) ମଧ୍ୟରେ ବ୍ୟାଙ୍କର ବାଲାନ୍ସ ସିଟରେ ବୃଦ୍ଧି ଦର୍ଜ ହୋଇଛି । ଜୁଲାଇରୁ ଜୁନ ପର୍ଯ୍ୟନ୍ତ ଆରବିଆଇ ଆର୍ଥିକବର୍ଷ ହୋଇଥାଏ । 2018ଜୁନ 30ରେ ଏଥିରେ 36,175.94 ଅରବ ଡଲାର ରହିଥିଲା । ଯାହାକି 2019ଜୁନ 30ରେ ବଢି 41,029.05 ହୋଇଯାଇଛି।
ଏଭଳି ଭାବେ ଏଥିରେ 13.42 ପ୍ରତିଶତ ବଢିଥିବା ରେକର୍ଡ ହୋଇଛି । ତେବେ ଆରବିଆଇର ସମ୍ପତ୍ତିରେ 57.19 ପ୍ରତିଶତ ଘରୋଇ ଓ 5.70 ପ୍ରତିଶତ ବିଦେଶୀ ନିବେଶ ରହିଛି । ସେହିପରି ସୁନାରେ 16.30 ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡିଛି ।