ଓଡିଶା

odisha

ETV Bharat / business

ବେଲଗାମ ପୁଞ୍ଜିବାଦ: କିଏ ମାଲାମାଲ ତ କିଏ ଠନ୍‌ଠନ୍‌ ଗୋପାଲ

ସମାଜରେ ବଢିଚାଲିଛି ସାମାଜିକ ଅସମାନତା । ଧନୀ, ଧନୀ ହେବାକୁ ଲାଗିଛି ଆଉ ଗରିବ, ଗରିବ ହୋଇ ଚାଲିଛି ।

By

Published : Mar 13, 2019, 3:25 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସମାଜରେ ବଢିଚାଲିଛି ସାମାଜିକ ଅସମାନତା । ଧନୀ, ଧନୀ ହେବାକୁ ଲାଗିଛି ଆଉ ଗରିବ, ଗରିବ ହୋଇ ଚାଲିଛି । ଶ୍ରମ, ପାରିଶ୍ରମିକ, ସମ୍ପତ୍ତି ସମସ୍ତ କ୍ଷେତ୍ରରେ ଦେଖାଦେଇଛି ପାର୍ଥକ୍ୟ । କାହା ପାଖରେ ବସ୍ତା ବସ୍ତା ଟଙ୍କା ତ ପୁଣି କିଏ ଖାଇବା ପାଇଁ ଡହଳବିକଳ । ଯେଉଁଥିପାଇଁ ଖଣ୍ଡ ବିଖଣ୍ଡିତ ହେବାକୁ ଲାଗିଛି 'ପୁଞ୍ଜିବାଦ' । ଯଦି ଏପରି ଲାଗି ରୁହେ ତେବେ ବିଦ୍ରୋହ ସୁନିଶ୍ଚିତ । ଏ ନେଇ ଆଗୁଆ ଚେତାଇ ଦେଇଛନ୍ତି ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।

2008 ବିଶ୍ବର ମାନ୍ଦାବସ୍ଥା ପରେ ଦେଶରେ ଆର୍ଥିକ ଓ ରାଜନୈତିକ ବୈଷମ୍ୟତା ଧୀରେ ଧୀରେ ଆରମ୍ଭ ହୋଇଚାଲିଥିଲା । ଦେଶର ଅଧା ଭାଗ ଲୋକ ସମସ୍ତ ସୁବିଧାରୁ ବଞ୍ଚିତ ହୋଇ ଗରିବୀ ଜୀବନ କାଟୁଥିବା ବେଳେ ମାତ୍ର କିଛି ଅଂଶ ଲୋକ କୋଟି କୋଟିର ମାଲିକ ହୋଇ ବିଳାସମୟ ଜୀବନ କାଟୁଛନ୍ତି । ଫଳରେ ସାମାଜିକ ଅସମାନତା କାୟା ବିସ୍ତାର କରିଚାଲିଛି । ଆଉ ଦୁନିଆର କୌଣସି ମଧ୍ୟ ସରକାର ଏହାକୁ ଅଣଦେଖା କରିପାରିବେ ନାହିଁ । କାରଣ ଗରିବୀରେ ବ୍ରେକ ଲାଗିବାରେ ଦେଶର ଅଭିବୃଦ୍ଧି ଆଗକୁ ବଢିବା ଅସମ୍ଭବ । ୟୁନିଭର୍ସିଟି ଅଫ ଚିକାଗୋର ପ୍ରଫେସର ରାଜନ ଏ ନେଇ ସତର୍କବାଣୀ ଶୁଣାଇଦେଇଛନ୍ତି ।


ସଙ୍କଟମୁହାଁ ପୁଞ୍ଜିବାଦ । କାରଣ ଲୋକଙ୍କୁ ଏହା ପ୍ରଗତି ପାଇଁ ସମାନ ସୁଯୋଗ ଦେଉନାହିଁ । ଦରଦାମ ବଢିଚାଲିଛି । ବ୍ୟାଙ୍କର ଅନାଦେୟ ଋଣ ସମସ୍ୟା ବଢୁଛି । ଲୋକେ ଖାଇବାକୁ ପାଉନାହାନ୍ତି । କୋଟିପତି ବ୍ୟବସାୟୀ ଦେଶରୁ ଟଙ୍କା ନେଇ ଫେରାର ହେଉଛନ୍ତି । ଆଉ ଏପଟେ ଶିକ୍ଷିତ ଯୁବକଙ୍କୁ ଚାକିରି ମିଳୁନାହିଁ । ଏହି ସବୁ ଆର୍ଥିକ ସମସ୍ୟା ମଧ୍ୟରେ ଦେଶର ବିକାଶ ଫସି ରହିଛି । ଏହା ଉପରେ ଲଗାମ ନ ଲଗାଇଲେ ଦେଶର ଉନ୍ନତି ଓ ଶୃଙ୍ଖଳାରେ ବେଡି ଲାଗିଯିବ ।

ABOUT THE AUTHOR

...view details