ଓଡିଶା

odisha

ETV Bharat / business

ବଜେଟ 2021: ‘ଭିତ୍ତିଭୂମିକୁ ବୁଷ୍ଟର, ପୁଞ୍ଜି ପ୍ରତ୍ୟାହାରକୁ ଦିଆଯାଉ ଗୁରୁତ୍ବ’ - Raghuram Rajan

ଅର୍ଥନୀତିକୁ ପୁଣି ଟ୍ରାକକୁ ଆଣିବା ପାଇଁ ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିର ପୁଞ୍ଜି ପ୍ରତ୍ୟାହାର ଫୋକସ ଦେବା ସହ ଗରିବ ପରିବାରକୁ ସହାୟତା ଯୋଗାଇବା ସହ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଯେପରି ଯଥେଷ୍ଟ ପୁଞ୍ଜି ପାଇପାରିବ ସେନେଇ ବ୍ୟବସ୍ଥା ଜରୁରୀ ବୋଲି କହିଛନ୍ତି ଆରବିଆଇ ପୂର୍ବତନ ଗଭର୍ଣ୍ଣର ।

ବଜେଟ 2021: ‘ଭିତ୍ତିଭୂମିକୁ ବୁଷ୍ଟର, ପୁଞ୍ଜି ପ୍ରତ୍ୟାହାରକୁ ଦିଆଯାଉ ଗୁରୁତ୍ବ’
ବଜେଟ 2021: ‘ଭିତ୍ତିଭୂମିକୁ ବୁଷ୍ଟର, ପୁଞ୍ଜି ପ୍ରତ୍ୟାହାରକୁ ଦିଆଯାଉ ଗୁରୁତ୍ବ’

By

Published : Jan 15, 2021, 4:09 PM IST

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ଆଗତ ହେବ 2021-22 ଆର୍ଥିକ ବର୍ଷର ସାଧାରଣ ବଜେଟ । ଏଥିପାଇଁ ସରକାର ପ୍ରମୁଖ କ୍ଷେତ୍ରକୁ ଚୟନ କରି ବ୍ୟୟ ବରାଦ କରିବା ଜରୁରୀ ରହିଛି । ବର୍ତ୍ତମାନ ସମୟରେ ଇକ୍ୟୁଟି ମାର୍କେଟରେ ହେଉଥିବା ପ୍ରଫିଟର ସୁଯୋଗ ନେଇ ସରକାର ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।

ରାଜନ କହିଛନ୍ତି ଅର୍ଥନୀତିକୁ ପୁଣି ଟ୍ରାକକୁ ଫେରାଇ ଆଣିବା ପାଇଁ ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିର ପୁଞ୍ଜି ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଆଣିବା ଦରକାର ବୋଲି ସେ ଜଣାଇଛନ୍ତି । ଏଥିସହ ଏପ୍ରିଲ ପହିଲାରୁ ଆରମ୍ଭ ହେଉଥିବା ଆଗାମୀ ଆର୍ଥିକ ବର୍ଷର ବ୍ୟୟ ଅଟକଳରେ ଗରିବ ପରିବାରକୁ ସହାୟତା ଯୋଗାଇବା ସହ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଯେପରି ଯଥେଷ୍ଟ ପୁଞ୍ଜି ପାଇପାରିବ ସେ ନେଇ ବ୍ୟବସ୍ଥା ଜରୁରୀ ରହିଛି ।

ଏହା ବାଦ ଅଗ୍ରାଧିକାର କ୍ଷେତ୍ରଗୁଡିକ ପାଇଁ ଅତିରିକ୍ତ ବଜେଟ ଆଗତ ଦ୍ବାରା ଅର୍ଥନୀତିକୁ ବୁଷ୍ଟର ମିଳିବ । ଖାସ କରି ସରରାର ଧ୍ୟାନ ଦେବା ଦରକାର କି କେଉଁ ସବୁ କ୍ଷେତ୍ରକୁ ଅଧିକ ଫୋକସ ଦ୍ବାରା ଅଭିବୃଦ୍ଧି ଫେରିବ । ଯେପରିକି ଗରିବ ପରିବାର ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ରିଲିଫ ଦେବା ।

ଏଥିସହ ସରକାର ଭିତ୍ତିଭୂମିକୁ ଭିଟାମିନ ଯୋଗାଇବାକୁ ମଧ୍ୟ ଅଧିକରୁ ଅଧିକ ଖର୍ଚ୍ଚ କରିବା ଜରୁରୀ । କାରଣ ଭିତ୍ତିଭୂମିର ବିକାଶ ହେଉଛି ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବାର ବେଷ୍ଟ ମାଧ୍ୟମ । ତେବେ ଏହି କ୍ଷେତ୍ରରେ କେନ୍ଦ୍ର ସହିତ ରାଜ୍ୟଗୁଡିକର ଯୋଗଦାନ ମଧ୍ୟ ଅଧିକ ରହିବା ଜରୁରୀ ରହିଛି । ଏଥିପାଇଁ ରାଜ୍ୟକୁ ମଧ୍ୟ ପର୍ଯ୍ୟାପ୍ତ ପୁଞ୍ଜି ମିଳିବା ଆବଶ୍ୟକ।

କୋରୋନା ସଙ୍କଟ ପରେ ଧୀମା ପଡିଥିବା ଅର୍ଥବ୍ୟବସ୍ଥାକୁ ପୁଣି ଥରେ ବୁଷ୍ଟର ଦେବା ପାଇଁ ଆଗାମୀ ବଜେଟ ବ୍ୟୟ ଅଟକଳ ଚ୍ୟାଲେଞ୍ଜିଂ ରହିଛି । ତେବେ ଏଭଳି ସମୟରେ ସରକାରଙ୍କ ପ୍ରାଥମିକତା କିଭଳି କଣ ରହିବା ସେ ନେଇ ପଚାରିବାକୁ ରାଜନ ଏଭଳି ମତ ରଖିଛନ୍ତି ।

ABOUT THE AUTHOR

...view details