ଓଡିଶା

odisha

ETV Bharat / business

ଭେନଜୁଏଲାକୁ ତଳିତଳନ୍ତା କରିବା ଲକ୍ଷ୍ୟରେ ଆମେରିକା - Venezuelan

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିରୁ ହଟାଇବାକୁ ଷଡଯନ୍ତ୍ର ରଚିଛି ଆମେରିକା । ଟ୍ରମ୍ପଙ୍କ କୂଟନୀତି ଜାଲରେ ଭେନଜୁଆଲା ବ୍ୟସ୍ତବିବ୍ରତ । ବସ୍ତାବସ୍ତା ଟଙ୍କା ଥାଇ ବି ଖାଇବାକୁ ପାଉନାହାନ୍ତି ଏଠାକାର ଜନତା ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ@ ଟ୍ବିଟର

By

Published : Mar 13, 2019, 5:07 PM IST


ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍ତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନେଜୁଏଲାକୁ ତଳିତଳାନ୍ତ କରିବା ଲକ୍ଷ୍ୟରେ ଆମେରିକା । ବୈଷୟିକ ସ୍ତରରେ କରିଦେଇଛି ଏକଘରିଆ । ଏଠାରୁ ତୈଳ ଆମଦାନୀ ନ କରିବାକୁ ଭାରତ ସମେତ ସବୁ ରାଷ୍ଟ୍ରକୁ ଟ୍ରମ୍ପ ଦେଇଛନ୍ତି ଚେତାବନୀ ।

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିରୁ ହଟାଇବାକୁ ଷଡଯନ୍ତ୍ର ରଚିଛି ଆମେରିକା । ଟ୍ରମ୍ପଙ୍କ କୂଟନୀତି ଜାଲରେ ଭେନଜୁଆଲା ବ୍ୟସ୍ତବିବ୍ରତ । ବସ୍ତାବସ୍ତା ଟଙ୍କା ଥାଇ ବି ଖାଇବାକୁ ପାଉନାହାନ୍ତି ଏଠାକାର ଜନତା । ଦେଶର ଅର୍ଥବ୍ୟବସ୍ଥା ଭୁଷୁଡିବାକୁ ବସିଛି ।

ଏହି ପ୍ରସଙ୍ଗରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଭାରତୀୟ ବିଦେଶ ସଚିବ ବିଜୟ ଗୋଖେଲଙ୍କ ସହ ସାକ୍ଷାତ କରିଛନ୍ତି । ଭେନେଜୁଏଲା ଠାରୁ ତେଲ ନ କିଣିବାକୁ ପୋମ୍ପୋୟୋ ଭାରତକୁ ଅପିଲ କରିଛନ୍ତି । କାରଣ ଭେନେଜୁଏଲା ଠାରୁ ସର୍ବାଧିକ ତୈଳ ଆମଦାନୀ କରୁଥିବା ରାଷ୍ଟ୍ର ମଧ୍ୟରେ ଭାରତ ତୃତୀୟ । ଏଣୁ ଆମେରିକା ତୈଳ କିଣାକୁ ନେଇ କଟକଣା ଜାରି କରିଛି ।

ସୋମବାର ପୋମ୍ପୟୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ‘ମୋର ବିଶ୍ବାସ ରହିଛି କି ଭାରତ ଭେନଜୁଏଲାର ଆର୍ଥିକ ଜୀବନ ରେଖା ନ ହେଉ '। ତେବେ ଏ ନେଇ ଭାରତ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିକ୍ରିୟା କଣ ଥିଲା, ସେ ନେଇ ପମ୍ପିଓ କୌଣସି ସୂଚନା ଦେଇନାହାନ୍ତି ।


ସୂଚନା ମୁତାବକ, ଭେନେଜୁଏଲା ପ୍ରତିଦିନ 15.7 ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ । ସେହି ତେଲକୁ ଆମେରିକା, ଚୀନ ସମେତ ଭାରତ ଅଧିକ କିଣିଥାନ୍ତି । କିନ୍ତୁ ଭେନେଜୁଏଲାର ରାଷ୍ଟ୍ରପତି ମାଦୁରୋଙ୍କ ରାଷ୍ଟ୍ରପତିତ୍ବକୁ ନାପସନ୍ଦ କରି ତାଙ୍କୁ ଗାଦିରୁ ହଟାଇବା ପାଇଁ ଆମେରିକା ଏପରି ତେଲ କିଣା ପରେ ପ୍ରତିବନ୍ଧକ ଲଗାଇଛି ।

ଏପଟେ 2014 ପରଠାରୁ ଭେନେଜୁଏଲା ଅର୍ଥନୀତି ସଙ୍କଟ ଦେଇ ଗତି କରୁଛି । ଏପରି ସ୍ଥିତିରେ ତେଲ ରପ୍ତାନୀ ନ ହେଲେ ରାଜସ୍ବ କେଉଁଠୁ ଆସିବ ବୋଲି ସମସ୍ୟା ଉପୁଜିଛି । ଅନ୍ୟପଟେ ତେଲ ଆମଦାନୀ ବନ୍ଦ କଲେ ଭାରତକୁ ମଧ୍ୟ ଅଧିକ କ୍ଷତି ହୋଇପାରେ ବୋଲି ଆଶଙ୍କା ରହିଛି । କାରଣ ଦେଶକୁ ଯୋଗାଣ କମିଲେ ତେଲ ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଭାରତ ପୂର୍ବାନୁମାନ କରିପାରୁଛି ।

For All Latest Updates

ABOUT THE AUTHOR

...view details